ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ ।
ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ ।
ଲଗାତାର ଭାବେ ଦୁଇଟି ଝଟ୍କା ଅନୁଭୂତ । ୬.୪ ଓ ୫.୮ ତୀବ୍ରତାର ଦୁଇଟି ଭୂକଂପ ଝଟ୍କା।
ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପର କରୁଣ ପରିସ୍ଥିତି। କେଉଁଠି ପୂରା ପରିବାର ମାଟିରେ ମିଶିଯାଇଛି ତ ପୁଣି କିଏ ବାପା-ମା ଛେଉଣ୍ଡ ହୋଇଯାଇଛି। ସେହିପରି କିଏ ବିଧବା ହୋଇଯାଇଛି ତ ପୁଣି କିଏ ନିଃସନ୍ତାନ ହୋଇ ଆଖିରୁ ଲୁହ ଗଡଉଛି। ଏବେ ଏକ କୁନି ପୁଅର କଥା ସମସ୍ତଙ୍କ ଆଖିକୁ କରୁଛି ଛଳଛଳ।
ଏତେ ଦିନ ପରେ ଜୀବନକୁ ନେଇ ଆଶ୍ଚର୍ଯ୍ୟ ଚକିତ ଉଦ୍ଧାରକାରୀ ଦଳ ।
ଅସହ୍ୟ ଥଣ୍ଡାରେ କଲବଲ ବିପନ୍ନ । ଭଗ୍ନାବଶେଷ ତଳୁ ୫ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ ।
ଭଗ୍ନାବଶେଷ ତଳୁ ଏକ ନବଜାତ ଶିଶୁକୁ ଜୀବନ୍ତ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍।
ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁପାରେ ବୋଲି ମିଳିତ ଜାତିସଂଘ ଆକଳନ କରିଛି। ବିଶ୍ବର ବିଭିନ୍ନ ଦେଶର ବଛା ବଛା ରେସ୍କ୍ୟୁ ଟିମ୍ ଦିନ ରାତି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେପଟେ ତୁର୍କୀ ଓ ସିରିଆରେ ଥଇଥାନ ଓ ପୁନରୁଦ୍ଧାର ପାଇଁ ସ
ଭୂମିକମ୍ପ ପରେ ସାମ୍ନାକୁ ଆସିଲା ହୃଦୟ ବିଦାରକ ଚିତ୍ର
କଥାରେ ଅଛି, ମାରେ ହରି ତ ରଖେ କିଏ? ଜୀବନ ଦେଇଛନ୍ତି ଭଗବାନ। ଯେତେବେଳେ ସେ ଜଣକୁ ବଂଚାଇ ରଖିବାକୁ ଚାହିଁବେ, ତାହେଲେ କେହି ତାକୁ ମାରିପାରିବେ ନାହିଁ। ତୁର୍କୀ ଭୂମିକମ୍ପର ଧ୍ୱଂସସ୍ତୁପ ତଳୁ ଏବେ ଜୀବୀତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ଶହ ଶହ ଶିଶୁ। ସେ ଦୃଶ୍ୟ ଦେଖିଲେ ଛାତି ଫାଟିଗଲା ପରି ଲାଗିବ। ଖୁବ୍
ଦଶନ୍ଧିର ସବୁଠୁ ବଡ ତଥା ଭୟଙ୍କର କୁହାଯାଉଥିବା ଏହି ଭୂକମ୍ପରେ ଉଭୟ ତୁର୍କୀ ଓ ସିରିୟା ଧ୍ବଂସସ୍ତୁପ ପାଲଟିଯାଇଛି।
ତୁର୍କୀରେ ଛାତିଥରା ଭୂମିକଂପ। ହେଲେ ତାଳଚେରରେ ଛନକା, କାରଣ ବି ଆପଣଙ୍କ ସାମ୍ନାରେ। କାହା ଶୋଇବା ଘର ମଝିରେ ଗାତ, ତ କାହା ଘର ଅଗଣାରେ ଗଭୀର ଖାତ। ପୁଣି କେଉଁଠି ଘର କାନ୍ଥ ଫାଟିଛି, ତ କେଉଁଠି ଲୋକଙ୍କ ନିତିଦିନିଆ ଯାଆସ ରାସ୍ତାରେ ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଛି ଖାଇ ଭଳି ଖାଲ। କୋଇଲା ଖାଦାନର ଗନ୍ତାଘର ତାଳଚେର ଅଞ୍ଚଳରେ ଯେଭଳି ଭାବରେ ବିପଦ ମୁହଁରେ ପଡିଛି ଜନଜୀବନ, ତାକୁ ନେଇ ଚିନ୍ତା ଯେତିକି, ଭୟ ବି ସେତିକି।ସାମାନ୍ୟ ଭୂମିକଂପର ଝଟକାରେ ସାରା ତାଳଚେର ସହର ତାସ୍ ଘର ଭଳି ମାଟିରେ ମିଶିବାକୁ ମିନିଟିଏ ବି ଲାଗିବନି କହିଛନ୍ତି ଅଞ୍ଚଳବାସୀ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ, ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୮ ଗୁଣ ବୃଦ୍ଧି ପାଇପାରେ।