
ଜନ୍ମଦିନରେ ପୁରୀ ବୁଲିବାକୁ ଯାଇଥିବା ଜଗତସିଂହପୁର କଁପୁର ଗାଁର ଜଣେ ଯୁବକ ନିଖୋଜ ଅଛନ୍ତି । ସପ୍ତାହେ ବିତିବାକୁ ବସିଲାଣି, ନିଖୋଜ ଯୁବକଙ୍କ ପତ୍ତା ମିଳୁନି ।

ଉତ୍ତରପ୍ରଦେଶରେ ହଜିଥିବା ପୁଅକୁ କଟକକରୁ ଖୋଜି ପାଇଲେ ବାପା। ଯାହାକୁ ପାଇବାର ଆଶା ଛାଡ଼ି ଭାଙ୍ଗି ପଡ଼ିଥିଲା ପରିବାର। ସେ ଘରକୁ ଫେରୁଥିବା ଖବର ଶୁଣି ସତେ ଯେମିତି ତାଙ୍କୁ କୋଟିନିଧି ମିଳିଗଲା ପରି ଲାଗୁଛି।

ଦୁଇ ଦିନ ହେଲା ନିଖୋଜ ପୁରୀ ଜିଲ୍ଲା ଡେଲାଙ୍ଗ ରତନପୁର ଗାଁର ମାନସ ସାହୁଙ୍କ ପୁଅ ଆଶୀର୍ବାଦ ସାହୁ। ପୁଅକୁ ଖୋଜି ଦେବାକୁ ଆକୁଳ ନିବେଦନ କରିଛନ୍ତି ବାପା ମାନସ ସାହୁ।

ମୁଣ୍ଡରେ ଗଭୀର କ୍ଷତ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚି଼ହ୍ନ ରହିଛି । ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ମାନସିକ ସନ୍ତୁଳନ ହରାଇଥିବା ଜଣାପଡିଛି ।

୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସୁଥିବା ଅବସ୍ଥାରେ ଓମ୍ ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋମବାର ରିଲ୍ସ କରିବା ବେଳେ ପାଣିରେ ଖସିପଡ଼ିଥିଲେ ଯୁବକ।

ବାଟ ନପାଇଲେ ଏବେ ଆମେ ଗୁଗଲ ମ୍ୟାପ୍ ସାହାଯ୍ୟ ନେଉଛେ, ହେଲେ ସେଇ ଗୁଗୁଲ୍ ମ୍ୟାପ୍ ସପ୍ତଶଯ୍ୟା ଘଞ୍ଚ ଜଙ୍ଗଲ ଭିତରେ ୫ ସାଙ୍ଗଙ୍କୁ ବାଟବଣା କରିଦେଲା ଓ ୧୧ ଘଣ୍ଟା କାଳ ଫସିରହିବା ପରେ ରାତି ଅଧରେ ଉଦ୍ଧାର ପାଇଲେ..

ସପ୍ତଶଯ୍ୟା ପାହାଡରେ ବାଟବଣା ସମସ୍ତ ପାଞ୍ଚ ଜଣ ଛାତ୍ର ମିଳିଲା ପତ୍ତା। ରାତି ପ୍ରାୟ ସାଢେ ୧୧ଟା ସମୟରେ ବହୁ ଖୋଜାଖୋଜି ପରେ ପାହାଡ ଉପରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।

ଗତକାଲି ସଂଧ୍ୟାରେ ହେମନ ତାଙ୍କ ୪ରୁ ୫ ଜଣ ସାଙ୍ଗଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ହେମନ ପାଣିରେ ଭାସି ଯାଇଥିଲେ ।

ମାଲକାନଗିରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଦୁଇ ଦିନ ହେଲା ଅପହୃତ ହୋଇଥିବା ଅଭିଯୋଗ ହୋଇଛି ।

ମହିଳାମାନଙ୍କୁ ବିଶେଷ ଗୁରୁତ୍ୱ ଦେଉଥିବା ତଥା ମହିଳା ସଶକ୍ତିକରଣର ନାରା ଗାଆଁ ରୁ ସହର ପର୍ଯ୍ୟନ୍ତ ପ୍ରସାରିତ କରୁଥିବା ରାଜ୍ୟ ପାଇଁ ଏହା ଅତ୍ୟନ୍ତ ଚିନ୍ତା ଓ ଆଶ୍ଚର୍ଯ୍ୟ କଲାଭଳି ଖବର। ତେବେ ଏତେ ସଂଖ୍ୟକ ନିଖୋଜ ମହିଳା ଓ ଝିଅ ଗଲେ କୁଆଡେ?

ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ଆସିଛି।

କେତେ ଯେ ବାପା-ମାଆ ଆଜି ବି ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି, ତାର ହିସାବ ନାହିଁ । ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRB ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ ।

ନୋଟିସ ସତ୍ତ୍ୱେ ଆଇପିଏସ୍ ଏନ୍.ବି. ଭାରତୀ କୌଣସି ଉତ୍ତର ଦେଉନାହାଁନ୍ତି ।

ଦର୍ଶକବନ୍ଧୁ ୧୭ ଦିନ ହେଲାଣି ପୁଅ ଘରୁ କୁଆଡେ ପଳାଇଯାଇଛି। ଯାଇଛି ଯେ ଯାଇଛି ଆଉ ଆସିବାର ନା ଧରୁନି। ଭେଣ୍ଡିଆ ପୁଅ ଘରୁ ପଳାଇଥିବାରୁ ଏବେ ସମସ୍ତେ ଚିନ୍ତାରେ। ଏ ହେଉଛନ୍ତି ସୌମ୍ୟରଂଜନ। ହାଟଡିହି ଆଂଚଳିକ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ସେ ପାଠ ପଢନ୍ତି । କଲେଜ୍ରେ ବି ତାଙ୍କୁ ସମସ୍ତେ ଭଲପାଆନ୍ତି। ମାତ୍ର ୨ ମାସ ତଳେ ଭଉଣୀଙ୍କର ବିବାହ ବି ହୋଇଛି। ହେଲେ ହଠାତ୍ ଘରୁ କୁଆଡେ ପଳେଇଥିବାରୁ ଏବେ ପୂରା ପରିବାର ଚିନ୍ତାରେ।

୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲା କଲେ କୋଚ୍

କୁଆଡ଼େ ଗଲେ ରାୟଗଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ? ବହୁ ଖୋଜଖୋଜି ପରେ ବି କୌଣସି ଖୋଜ୍ ଖବର ନମିଳିବାରୁ ପତ୍ନୀ ଥାନାରେ ଏତଲା ଦେଇଛନ୍ତି।

ସମସ୍ତ ଅଭିଯୁକ୍ତଙ୍କୁ ଧରି ପୋଲିସ ସିନ ରିକ୍ରିଏସନ କରିବ ବୋଲି ଜଣାପଡ଼ିଛି ।

ନୟାଗଡ଼ର ନାବାଳକ ଅମ୍ରିତ୍ ଅପହରଣର ଫିଟିବ ଗୁମର ? ବାପାଙ୍କଠୁ ଟଙ୍କା ପାଇଁ ୩ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କିଡ୍ନାପ୍ ଆଶଙ୍କା।

ଆଜି ସକାଳେ ଗାଁ ନିକଟରେ ଅମ୍ରିତ୍ ବୁଲୁଥବା ଦେଖି ଲୋକେ ପୋଲିସ୍କୁ ଖବର ଦେଇଥିଲେ। ଏହାପରେ ପୋଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୟାଗଡ଼ ମେଡିକାଲ୍କୁ ନେଇଛି।

୫ ଦିନ ପୂର୍ବରୁ ଟ୍ୟୁସନ୍ ଯାଇ ଅମ୍ରିତ୍ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିପାରୁ ନଥିଲା।

ଟ୍ୟୁସନ ଯାଇ ଆଉ ଘରକୁ ଫେରିନି ୧୨ ବର୍ଷିୟ ପୁଅ

ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍ଟି ରାସ୍ତାକଡ଼ କୂଅ ଭିତରୁ ଠାବ କରାଯାଇଛି।