• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାତ୍ ଖାଇବ ମାରାତ୍ମକ ମସ୍ତିଷ୍କ ମ୍ୟାଲେରିଆ । ବ୍ରେନ୍ ମ୍ୟାଲେରିଆ ଓ ସିଭିୟର ମ୍ୟାଲେରିଆ ପାଇଁ ଔଷଧ ଆବିଷ୍କାର କରିବାରେ ସଫଳ ହୋଇଛି ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ, ILS। ବୈଜ୍ଞାନିକ ଭି. ଅରୁଣ ନାଗରାଜ ଏବଂ ତାଙ୍କ ଟିମ୍ । ଲ୍ୟାବରେ ୫ ବର୍ଷ ଧରି ପରୀକ୍ଷଣ କରି ଏହି ସଫଳତା ପାଇଛନ୍ତି । ଔଷଧକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ମୂଷା ଦେହରେ ପ୍ରୟୋଗ କରି ସଫଳତା ମିଳିଥିବା ବେଳେ ଆଗକୁ ମଣିଷ ଶରୀରରେ ପରୀକ୍ଷଣ କରାଯିବ । ଓଡ଼ିଶା ଭଳି ମ୍ୟାଲେରିଆ ପ୍ରବଣ ରାଜ୍ୟରେ ରୋଗୀଙ୍କ ପାଇଁ ଏହାମହୌଷଧି ଭଳି କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି ।

ଏହା ଶରୀରର ପ୍ରତିଷେଧକ ଭାବେ କାମ କରିବ । ମାନବ ପରୀକ୍ଷଣ ସଫଳ ହେଲେ ବ୍ରେନ୍ ମ୍ୟାଲେରିଆ ଓ ସିଭିୟର ମ୍ୟାଲେରିଆ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଏକ ବଡ ଅସ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି ବୈଜ୍ଞାନିକ।

ମ୍ୟାଲେରିଆ ଔଷଧ ଉପରେ ୨୦୧୬ ଶେଷ ଆଡକୁ ILSରେ ଗବେଷଣା ଆରମ୍ଭ ହୋଇଥିଲା । ଗବେଷଣାରୁ ବାହାରିଥିବା ଔଷଧର ଦୁଇଟି ପେଟେଣ୍ଟ ପ୍ରସ୍ତୁତ କରିବା ଦିଗରେ ଏବେ ଆଇଏଲଏସ୍ ପଦକ୍ଷେପ ନେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଆଣ୍ଟି ଫଙ୍ଗାଲ ଡ୍ରଗ୍ ଗ୍ରାଇସିଓଫଲଭିନ୍ ହିଁ ବ୍ରେନ ମ୍ୟାଲେରିଆ ଓ ସିଭିୟର ମ୍ୟାଲେରିଆର ସଂଜୀବନୀ ।

ଫଙ୍ଗାଲ ଇନଫେକସନ ଚିକିତ୍ସା ପାଇଁ ଏହି ଔଷଧକୁ ବ୍ୟବହାର କରାଯାଉଛି । ଏହା ସମ୍ପୂର୍ଣ୍ଣ ନିରାପଦ ଓ ବଜାରରେ ଶସ୍ତାରେ ଉପଲବ୍ଧ । ଏହି ଔଷଧ ଦ୍ୱାରା ବ୍ରେନ୍ ମ୍ୟାଲେରିଆର ଚିକିତ୍ସା ସମ୍ଭବ ବୋଲି ଗବେଷଣା ବେଳେ ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ । ଔଷଧର ମାନବ ପରୀକ୍ଷଣ ପାଇଁ ଅର୍ଥ ଯୋଗାଡ କରିବାକୁ ବାୟୋଟେକ୍ନୋଲଜି ଇଣ୍ଡଷ୍ଟ୍ରିରିସର୍ଚ୍ଚ ଆସିଷ୍ଟାଣ୍ଟ କାଉନସିଲକୁ ଆବେଦନ କରିଛି ILS ।

ପୁରା ପ୍ରକ୍ରିୟା ସରିବାକୁ ପ୍ରାୟ ୪ ବର୍ଷ ସମୟ ଲାଗିବ । ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ମ୍ୟାଲେରିଆ ପ୍ରବଣ ସହ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ILSର ପୂର୍ବତନ ନିର୍ଦ୍ଦେଶକ ସ୍ୱର୍ଗତ ଅଜୟ କୁମାର ପରିଡା ମ୍ୟାଲେରିଆ ଔଷଧ ସମ୍ପର୍କିତ ଗବେଷଣାକୁ ଗୁରୁତ୍ୱ ଦେଇଥିଲେ । ଏବେ ତାହା ସଫଳତାର ରୂପ ନେଇଛି ।

ଆଇଏଲଏସ ବୈଜ୍ଞାନିକଙ୍କ ବ୍ରେନ୍ ମ୍ୟାଲେରିଆ ଔଷଧ ଆବିଷ୍କାର ନେଇ ଅନ୍ତର୍ଜାତୀୟ ସାପ୍ତାହିକ ବୈଜ୍ଞାନିକ ପତ୍ରିକା 'ନେଚର'ରେ ଏକ ଆର୍ଟିକିଲ ପ୍ରକାଶ ପାଇଛି । ୨୦୨୧ରେ ସାରା ବିଶ୍ୱରେ ପାଖାପାଖି ୨୪ କୋଟି ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ସେଥିମଧ୍ୟରୁ ୬ଲକ୍ଷ ୧୯ ହଜାର ରୋଗୀଙ୍କ ମୃତ୍ୟୁ ହୋଇଛି ।

ବ୍ରେନ୍ ମ୍ୟାଲେରିଆରେ ୯୦ ପ୍ରତିଶତଙ୍କ ଠାରେ ମୃତ୍ୟୁ ହେବାର ଆଶଙ୍କା ରହିଛି। ବିଶେଷ କରି ଗର୍ଭବତୀ ଏବଂ ୫ ବର୍ଷରୁ କମ୍ ବୟସର ଶିଶୁ ମ୍ୟାଲେରିଆ ପ୍ରତି ସମ୍ବେଦନଶୀଳ । ଏଭଳି ସମୟରେ ଆଇଏଲଏସର ଏହି ଆବିଷ୍କାର ମ୍ୟାଲେରିଆ ରୋଗୀଙ୍କ ପାଇଁ ମହୌଷଧୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।