Advertisment

ଚିତା କାଟିଦେଲେ ପୋଷ୍ଟ ମାଷ୍ଟର : ସୁକନ୍ୟା ଯୋଜନାର ଟଙ୍କା ନେଇ ମାରିଲେ ଛୁ

ଟଙ୍କା ହରାଇଥିବା ଜମାକରୀମାନେ ଅନେକଥର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ତଦନ୍ତ ବି ଆରମ୍ଭ କରାଯାଇଛି ।  ଏଠାରେ ପ୍ରଶ୍ନ ଉଠୁଛି, ପୋଷ୍ଟମାଷ୍ଟର ମନୋରଞ୍ଜନ ଏବେ କେଉଁଠି ?

author-image
Sarbeswar
ଅଦ୍ୟତନ ହୋଇଛି
Post Master Dupes Depositors In Sundargarh

Post Master

ମୁଣ୍ଡ ଝାଳ ତୁଣ୍ଡରେ ମାରି ଗୋଟି ଗୋଟି କରି ପୋଷ୍ଟ ଅଫିସ୍‌ରେ ଟଙ୍କା ରଖିଥିଲେ ମାଆମାନେ। କିଏ ନିଜର ଭବିଷ୍ୟତ ପାଇଁ ଟଙ୍କା ରଖୁଥିଲା ତ ଆଉ କିଏ ଜରୁରୀ ସମୟ ପାଇଁ ରଖୁଥିଲା ଟଙ୍କା। ଯିଏ ଯାହା ପାଇଲା, ଯେତେ ପାଇଲା ସବୁ ନେଇ ପୋଷ୍ଟ ଅଫିସ୍‌ରେ ଡିପୋଜଜିଟ୍‌ କରୁଥିଲେ। ହେଲେ ଏବେ କିନ୍ତୁ ଆକାଉଣ୍ଟ ଖାଲି। ପୋଷ୍ଟମାଷ୍ଟର ଲୋକଙ୍କ ଟଙ୍କା ଖାଇ ଫେରାର ମାରିଛନ୍ତି। ଆଉ ନିଜର ଝାଳ ବୁହା ଧନ ହରାଇ ଏବେ କାନ୍ଦୁଛନ୍ତି ଲୋକ।

Advertisment

ପୋଷ୍ଟ ଅଫିସରେ ଟଙ୍କା ରଖିଥିଲେ। ଭାବିଥିଲେ ସୁରକ୍ଷିତ ରହିବ। ହେଲେ ଏବେ ଟଙ୍କା ତ ନାହିଁ ବରଂ ସକାଳୁ ସଂଜ ଅଫିସ ଦଉଡି ଦଉଡି ନୟାନ୍ତ ହେଲେଣି ଲୋକ। ଆଉ କେମିତି ଡିପୋଜିଟ୍‌ ରଖିଥିବା ଟଙ୍କା ପାଇବେ ସେଇ କଥା ଚିନ୍ତା କରି କଟୁଛି ଦିନ ।

ଅଧିକ ପଢ଼ନ୍ତୁ: ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରୁଥିଲା, ଏବେ ବନ୍ଧାହେଲା

Advertisment

ଟଙ୍କା ହରାଇଥିବା କଥା ମନେ ପଡିଲେ ଆଖିରୁ ଝରିପଡୁଛି ଲୁହ । ନିଜ ଦୁଇ ଝିଅଙ୍କ ଭବିଷ୍ୟତ ଗଢିବା ପାଇଁ ନିଜ ଗାଁ ପୋଷ୍ଟଅଫିସରେ ସୁକନ୍ୟା ସମୃଦ୍ଧି ଯୋଜନାରେ ୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜମା କରିଥିଲେ ଗେଲାରି ଚୌଧୁରୀ । ହେଲେ ବର୍ତମାନ ତାଙ୍କ ଆକାଉଣ୍ଟ ଖାଲି । ସେହିପରି ସୁନ୍ଦରଗଡ କିଞ୍ଜିରକେଲା ଥାନା କୁଲବା ଗାଁର କୁମୁଦିନୀ ସା’ ମଧ୍ୟ ନିଜ ଝିଅର ଭବିଷ୍ୟତ ଚିନ୍ତା କରି ପୋଷ୍ଟ ଅଫିସରେ ୧ଲକ୍ଷ୨୦ହଜାର ଟଙ୍କା ରଖିଥିଲେ। ଏବେ କିନ୍ତୁ ଆକାଉଣ୍ଟରେ ରହିଛି ମାତ୍ର ୨୦ହଜାର । କେବଳ ଏ ଦୁଇଜଣ ନୁହନ୍ତି ବରଂ ୪୫ରୁ ଉର୍ଦ୍ଧ୍ୱ ଜମାକାରୀଙ୍କ ଆକାଉଣ୍ଟରୁ ୨୦ ଲକ୍ଷରୁ ଅଧିକ ଟଙ୍କା ହଡପ କରି ଫେରାର ମାରିଛନ୍ତି ପୋଷ୍ଟ ମାଷ୍ଟର ମନୋରଂଜନ କୁଜୁର।

ଟଙ୍କା ହରାଇଥିବା ଜମାକରୀମାନେ ଅନେକଥର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ତଦନ୍ତ ବି ଆରମ୍ଭ କରାଯାଇଛି ।  ଏଠାରେ ପ୍ରଶ୍ନ ଉଠୁଛି, ପୋଷ୍ଟମାଷ୍ଟର ମନୋରଞ୍ଜନ ଏବେ କେଉଁଠି ? ଲୋକେ ତାଙ୍କ ଜମାଟଙ୍କା ଫେରି ପାଇବେ ତ? ଏପରି ଅନେକ ପ୍ରଶ୍ନ ଜମାକରୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ଘଟଣା ସଂପର୍କରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି ବିଭାଗୀୟ ଅଧିକାରୀ ।

ତେବେ ପୋଷ୍ଟ ଅଫିସରେ ଟଙ୍କା ରଖିଲେ ଟଙ୍କା ସୁରକ୍ଷିତ ରହିବ ବୋଲି ସମସ୍ତେ ବିଶ୍ୱାସ ରଖନ୍ତି। ହେଲେ ପୋଷ୍ଟ ଅଫିସରୁ ଖୋଦ୍‌ ପୋଷ୍ଟମାଷ୍ଟର ଲକ୍ଷାଧିକ ଟଙ୍କା ଲୁଟ୍‌ କରି ଫେରାର ମାରିଥିବାରୁ ଏବେ ପୂରା ଅଂଚଳରେ ଏହାକୁ ନେଇ ବଢିଛି ଚର୍ଚ୍ଚା।

(ସୁନ୍ଦରଗଡରୁ ବିଜୟ ବରୁଆଙ୍କ ରିପୋର୍ଟ)

Special Story
Advertisment
Advertisment