/odishatv-khabar/media/post_attachments/uploadimage/library/16_9/16_9_0/s_1677038411.jpg)
Chatrapur local people file report against pet owner after cats create ruckus in the colony
ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ମାଲିକ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ୧୦ ନମ୍ବର ଓ୍ୱାର୍ଡର ମଠସାହି ପାଣି କଲୋନୀରେ ଏମିତି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି।
Advertisment
ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି। ତେବେ ବିଲେଇମାନେ ଏଣେ ତେଣେ ବୁଲାବୁଲି କରିବା ସହ ଯେଉଠି ପାଉଛନ୍ତି ସେଠି ମଳମୂତ୍ର ତ୍ୟାଗ କରୁଛନ୍ତି। ଫଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ଘରକୁ କେହି ସମ୍ପର୍କୀୟମାନେ ଆସୁ ନଥିବା ସାହିଲୋକେ ଅଭିଯୋଗ କରିଛନ୍ତି।
ଏନେଇ ୧୦ ନମ୍ବର ୱାର୍ଡର ମହିଳାମାନେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ଗଞ୍ଜାମ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଘଟଣାର ଛାନ୍ଭିନ୍ ଚଳାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)