Advertisment

ଆଉ ଦଳୀୟ ନୁହେଁ ବ୍ୟକ୍ତିଗତ ସ୍ତରରେ ଚାଲିଛି ଆକ୍ରମଣ-ପ୍ରତିଆକ୍ରମଣ

ଧାନସଭା ଅଧିବେଶନ ଆରମ୍ଭ ହେଲା କ୍ଷଣି ବ୍ୟକ୍ତିଗତ ଆକ୍ଷେପ  ଆହୁରି ତୀବ୍ର ହୋଇଛି। କାରଣ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ 5-T ସଚିବ ଏବଂ  ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସନ୍ଦେହ ଘେରକୁ ଟାଣିଥିଲେ ଜୟନାରାୟଣ।  ଏହାପରେ ବ୍ୟକ୍ତିଗତ ଆକ୍ଷେପ କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି।  ଜୟନାରାୟଣ ମାନସିକ ସନ୍ତୁଳନ ହରାଇଛନ୍ତି ବୋଲି ସିଧାସଳଖ ନିଶାନା କରିଥିଲେ ପ୍ରଶାନ୍ତ ।

author-image
Sarbeswar
ଅଦ୍ୟତନ ହୋଇଛି
undefined

Naba Das Murder Case

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଜାରି ରହିଛି ଗୋହି ଖୋଳାଖୋଳି। ବିଜେପି  ଓ ବିଜେଡି ପରସ୍ପର ବିରୋଧରେ ପୋଲ୍ ଖୋଲି ବ୍ୟକ୍ତିଗତସ୍ତରକୁ ଆସିଲେଣି। କଥା ସେତିକିରେ ସୀମିତି ନାହିଁ । ଏହି ବିବାଦ ଭିତରକୁ ପାଣ୍ଡିୟାନ୍ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେପି ଟାଣିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛି ଶାସକ ବିଜେଡି । ଉଭୟ ଦଳ ପୁରୁଣା ଚାପ୍ଟରକୁ ଖୋଲି ମୁହାଁମୁହିଁ ଅବସ୍ଥାକୁ  ଆସିଯାଇଛନ୍ତି । ଯାହାକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି

Advertisment

ବହୁଦିନ ପରେ ବିଜେପି-ବିଜେଡି ମୁହାମୁହିଁ ହେଲେ ଆଉ ଟକ୍କରା-ଟକ୍କରି ବି ହେଲେ । ୨୦୧୯ ପୂର୍ବରୁ ଯେମିତି ସ୍ଥିତି ଥିଲା, ଏବେ ସେଭଳି ସ୍ଥିତି ଉପୁଜିଛି ଦୁଇ ଦଳ ମଧ୍ୟରେ ।  ଆଉ ଏସବୁ ଆରମ୍ଭ ହୋଇଯାଇଛି ମନ୍ତ୍ରୀ  ନବ ଦାସ ହତ୍ୟାକାଣ୍ଡ ପରେ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ମହିଳା ଥାନା ଅଧିକାରିଣୀ ଠେଲାପେଲା ପରେ ଏହା ଘଟଣା ଆହୁରି ତୀବ୍ର ହୋଇଛି। ଜୟନାରାୟଣଙ୍କୁ ଅପରାଧୀ କହି ସିଧା ଆଟାକ୍ କରିଛି ବିଜେଡି। 

ଅଧିକ ପଢ଼ନ୍ତୁ: ନବଙ୍କ ମୃତ୍ୟୁ ପୂର୍ବରୁ ପ୍ରଶାସନିକ ଅଫିସ୍‌ରେ ହୋଇଥିଲା କି ପ୍ଲାନ୍‌ ?

Advertisment

ସେପଟେ ବିଧାନସଭା ଅଧିବେଶନ ଆରମ୍ଭ ହେଲା କ୍ଷଣି ବ୍ୟକ୍ତିଗତ ଆକ୍ଷେପ  ଆହୁରି ତୀବ୍ର ହୋଇଛି। କାରଣ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ 5-T ସଚିବ ଏବଂ  ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସନ୍ଦେହ ଘେରକୁ ଟାଣିଥିଲେ ଜୟନାରାୟଣ।  ଏହାପରେ ବ୍ୟକ୍ତିଗତ ଆକ୍ଷେପ କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି।  ଜୟନାରାୟଣ ମାନସିକ ସନ୍ତୁଳନ ହରାଇଛନ୍ତି ବୋଲି ସିଧାସଳଖ ନିଶାନା କରିଥିଲେ ପ୍ରଶାନ୍ତ ।

ଦୁଇ ଦଳ ମଧ୍ୟରେ ବୟାନବାଜି ଏତିକିରେ ସୀମିତ ନଥିଲା। ତୀବ୍ର ବୟାନବାଜି ପରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୁଣା ଚାପ୍ଟର ଖୋଲି ଗତକାଲି ସିଧାସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଥିଲେ ଏହି ବିବାଦ ଭିତରକୁ।  ଗଞ୍ଜାମ  ଛତ୍ରପୁରରେ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରମିଳା । ଯାହାର ଜବାବ୍ ରଖି ପ୍ରମିଳାଙ୍କ ଡାଲି ଦୁର୍ନୀତି କଥା ଉଠାଇବା ସହ ବ୍ଲାକରୋଜ୍ ପ୍ରସଙ୍ଗ ସାମ୍ନାକୁ ଆଣି ବର୍ଷିଥିଲା ବିଜେପି। 

ସେପଟେ ନଦ ଦାସ ହତ୍ୟା ଘଟଣାରେ ଧର୍ମେନ୍ଦ୍ର ଓ ଜୟନାରାୟଣଙ୍କୁ ଟାଣିବା  ପରେ ମୁହାମୁହିଁ ହୋଇଛନ୍ତି ଦୁଇ ଯୁବ ବିଧାୟକ ରୁଦ୍ର ମହାରଥୀ ଏବଂ ସୂର୍ଯ୍ୟବଂଶି ସୂରଜ । ବିଧାନସଭା ଅଧିବେଶନବେଳେ ଆରୋପ ପ୍ରତ୍ୟାରୋପ ପରେ ପରେ କେବଳ  ବୟାନବାଜି ନୁହେଁ, ସୋସିଆଲ ମିଡିଆରେ ବି ଉଭୟ ଦଳ ବ୍ୟକ୍ତିଗତ ସ୍ତରକୁ ଯାଇ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି ।

 ଭୁବନେଶ୍ୱରରୁ କ୍ୟାମେରାପର୍ସନ ଓମକାରଙ୍କ ସହ ପଙ୍କଜ, ସନ୍ତୋଷଙ୍କ ସହ ବିବର୍ତ୍ତନ ପଣ୍ଡା ଓ ହରିହର ଚାନ୍ଦଙ୍କ ରିପୋର୍ଟ

BJD BJP Congress Naba Das Jaynarayan Mishra
Advertisment
Advertisment