• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଜଣେ ଅଧିକାରୀ ହନିଟ୍ରାପର ଶିକାର । ହନିଟ୍ରାପ୍‌ରେ ଫଶି ପାକିସ୍ତାନକୁ ଦେଉଥିଲେ ଭାରତର ଗୁପ୍ତ ତଥ୍ୟ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ବାଲେଶ୍ୱର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ । ପୋଲିସ ଉକ୍ତ ଅଧିକାରୀଙ୍କୁ ଗିରଫ କରିଛି । ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ଅଧିକାରୀ ହେଉଛନ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର । ସେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଉଥିବା ନେଇ ଅଭିଯୋଗ ହୋଇଛି ।

ବାଲେଶ୍ୱର ପୋଲିସ ଉକ୍ତ ଅଧିକାରୀଙ୍କୁ ଗିରଫ କରିଛି । ପ୍ରେସମିଟ ଜରିଆରେ ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକା ନାଥ ଏନେଇ ସୂଚନା ଦେଇଛନ୍ତି । ପୋଲିସର କହିବାନୁଯାୟୀ ହନି ଟ୍ରାପରେ ଫସି ଉକ୍ତ ଅଧିକାରୀ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ । ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିଲେ ପାକିସ୍ତାନୀ ଏଜେଣ୍ଟ । ତେବେ ଏହି ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି ।

ପୋଲିସ ଆହୁରି ମଧ୍ୟ କହିଛି ଯେ, ସନ୍ଦେହ ଉପୁଜିବା ପରେ ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ଉକ୍ତ ଅଧିକାରୀଙ୍କ ଉପରେ ନଜର ରଖାଯାଇଥିଲା । ଏହି ହନିଟ୍ରାପ୍ ପାକିସ୍ତାନ ରାୱଲପିଣ୍ଡିରୁ ଚାଲୁଥିବା ପୋଲିସ୍ ଖବର ପାଇବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି । ଅଭିଯୁକ୍ତ ଅଧିକାରୀଙ୍କୁ ଗିରଫ କରିବା ପରେ ଏହି ଲିଙ୍କରେ ଆଉ କିଏ କିଏ ଅଛନ୍ତି ସେନେଇ ଏବେ ତଦନ୍ତ ଚାଲୁଛି ।

ପୂର୍ବରୁ ମଧ୍ୟ ଓଡ଼ିଶା ରେ ହନିଟ୍ରାପ୍‌ର ନଜିର ରହିଛି । ହନିଟ୍ରାପ୍‌ର ଶିକାର ହୋଇ ଅନେକ ଗିରଫ ହୋଇଛନ୍ତି । ସେହି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ବି ପୂର୍ବରୁ ଅନେକଙ୍କୁ ଗିରଫ କରାଯାଇଛି । 

୨୦୨୧ରେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଥିଲା । ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିଲେ। ଯେଉଁମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଇଥିଲା । ଯାହାର ପକ୍କା ତଥ୍ୟ ପାଇବା ପରେ ତନାଘନା କରି ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ବସନ୍ତ ବେହେରା, ପ୍ରକାଶ ବେହେରା ଏବଂ ଶେଖ୍ ମୁସାକ୍ ।