/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677231093.jpg)
Subhash Sangathan
କଟକ ସିଏମସି କାର୍ଯ୍ୟାଳୟ ଆଗରେ ଧୂଳି ପକାଇ ପ୍ରତିବାଦ । କଟକ ସହରର ବିପର୍ଯ୍ୟସ୍ତ ଧୂଳିମୟ ପରିବେଶକୁ ନେଇ ପ୍ରତିବାଦ ଜୋର ଧରିଛି । ସୁଭାଷ ସଂଗଠନର କର୍ମକର୍ତ୍ତାମାନେ ରାସ୍ତାରେ ପଡିଥିବା ବାଲିକୁ ଏକାଠି କରି ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ପକାଇଛନ୍ତି ।
ଏଥିସହିତ ସିଏମସି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ସୁଭାଷ ସଂଗଠନର ସଦସ୍ୟ । ଘଟଣାକୁ ନେଇ ପୋଲିସ ସହ ମୁହାଁମୁହିଁ ହୋଇଥିଲେ କର୍ମକର୍ତ୍ତା । ଦିନକୁ ଦିନ ରାସ୍ତାରେ ଧୂଳିମୟ ପରିବେଶକୁ ନେଇ କଟକ ବାସିନ୍ଦାଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।
ଅଧିକ ପଢ଼ନ୍ତୁ: ଅଚାନକ ହସ୍ପିଟାଲ୍ ଭିତରେ ପଶି ସିଡିଏମ୍ଓ, ଏଡିଏମ୍ଓଙ୍କୁ ଘେରିଲେ
ସହରର ପ୍ରାୟ ଅନେକ ରାସ୍ତା ଧୂଳିମୟ ହେଉଛି । ଅନବରତ ଗାଡ଼ିମଟର ଚଳାଚଳ କରୁଥିବାରୁ ସହରରେ ପ୍ରଦୂଷଣ ବଢ଼ିବାରେ ଲାଗିଛି । ବିଶେଷ କରି କଟକ ଅଞ୍ଚଳବାସୀ ଏହାର ଅଧିକ ସମ୍ଭୁଖୀନ ହେଉଛନ୍ତି । ଆଗକୁ ଆହୁରି ଖରା ବଢ଼ିବ । ତେଣୁ ପ୍ରଦୂଷଣର ମାତ୍ରା ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ସୁଭାଷ ସଂଗଠନର କର୍ମକର୍ତ୍ତାମାନେ ଏପରି ପ୍ରତିବାଦ କରିଛନ୍ତି । ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ କଟକବାସୀଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ସେପଟେ ସହର ଦେଇ ଯାତାୟାତ କରୁଥିବା ଲୋକମାନେ ମଧ୍ୟ ଏଥି ପାଇଁ ଅସୁବିଧାର ସମ୍ଭୁଖୀନ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)