Advertisment

ରେଳ କର୍ମଚାରୀଙ୍କୁ ବାନ୍ଧିଲେ; ଟ୍ରକ୍‌ରେ ନେଇଗଲେ ୭ଲକ୍ଷ ଟଙ୍କାର ସାମଗ୍ରୀ

ରେଳ କର୍ମଚାରୀଙ୍କୁ ବାନ୍ଧି ଟ୍ରକ୍‌ ସାହାଯ୍ୟରେ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ । ଗତ ୨୧ ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପାସ୍ଥିତ ପୂର୍ବତଟ ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟରେ ଏହି ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Electric Office Loot

Electric Office Loot

ରେଳ କର୍ମଚାରୀଙ୍କୁ ବାନ୍ଧି ଲୁଟ କରିଥିବା ଅଭିଯୋଗ ହୋଇଛି । ଭଦ୍ରକ ରେଳ ଷ୍ଟେସନ ୧୧୯ ନମ୍ବର ଗେଟ୍‌ ପାଖ ବିଦ୍ୟୁତ ଅଫିସରୁ ଲୁଟ୍‌ ହୋଇଥିବା ଜଣାପଡ଼ିଛି । ରେଳ କର୍ମଚାରୀଙ୍କୁ ବାନ୍ଧିବା ପରେ ଟ୍ରକ୍‌ ସାହାଯ୍ୟରେ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

Advertisment

ଗତ ୨୧ ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପାସ୍ଥିତ ପୂର୍ବତଟ ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟର କର୍ମଚାରୀ ବିହାର ଇସଲାମପୁର ଅଞ୍ଚଳର ଏମଡି କୁରବାନ ରାତ୍ର ଭୋଜନ ସାରି ଅଫିସ ଆସିଥିଲେ ଓ ଅଫିସର ତଳ କୋଠରିରେ ଶୋଇବାକୁ ଯାଉଥିଲେ।

ଏହି ସମୟରେ ୬ରୁ ୭ ଜଣ ଅଜଣା ଯୁବକ ମୁହଁରେ କପଡା ବାନ୍ଧି ପ୍ରଥମେ କର୍ମଚାରୀ ଏମଡି କୁରବାନଙ୍କୁ ମାଡ଼ି ବସି ତାଙ୍କୁ ଅମାନୁଷିକ ଭାବରେ ମାରିବା ସହ ତାଙ୍କ ହାତ ଗୋଡ ବାନ୍ଧି ପକାଇ ଦେଇଥିଲେ । ପାଟି ତୁଣ୍ଡ ଶୁଣି ଡ୍ରାଇଭର ଅଶୋକ ମହାରାଜ ତଳକୁ ଆସିବାରୁ ତାଙ୍କୁ ମଧ୍ୟ ମାଡ଼ି ବସି ମାଡ଼ ମାରିବା ସହ ହାତ ଗୋଡ ମଧ୍ୟ ବାନ୍ଧି ପକାଇଥିଲେ ।

Advertisment

ପରେ ଅଫିସ ଷ୍ଟୋର ରୁମରୁ ବିଭିନ୍ନ ସାମଗ୍ରୀ ଗୁଡ଼ିକୁ ଚୋରି କରି ନେଇ ଯାଇଥିଲେ । ଏ ନେଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଚୋରମାନେ ୭ଲକ୍ଷ ଟଙ୍କାର ରେଳବାଇ ସାମଗ୍ରୀ ଚୋରି କରିଥିବା ସୂଚନା ମିଳିଛି । ୬ ରୁ ୭ ଜଣ ଅଜଣା ଯୁବକ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ ୬ ରୁ ୭ ଜଣ ଅଜଣ ଯୁବକ ମୁହଁରେ କପଡା ବାନ୍ଧି ପ୍ରଥମେ କର୍ମଚାରୀ ଏମଡି କୁରବାନଙ୍କୁ ମାଡ଼ି ବସି ତାଙ୍କୁ ଅମାନୁଷିକ ଭାବରେ ମାରିବା ସହ ତାଙ୍କ ହାତ ଗୋଡ ବାନ୍ଧି ପକାଇ ଦେଇଥିଲେ । ପାଟି ତୁଣ୍ଡ ଶୁଣି ଡ଼୍ରାଇଭର ଅଶୋକ ମହାରାଜ ତଳକୁ ଆସିବାରୁ ତାଙ୍କୁ ମଧ୍ୟ ମାଡ଼ି ବସି ମାଡ଼ ମାରିବା ସହ ହାତ ଗୋଡ ମଧ୍ୟ ବାନ୍ଧି ପକାଇଥିଲେ।

ପରେ ଅଫିସ ଷ୍ଟୋର ରୁମରୁ ବିଭିନ୍ନ ସାମଗ୍ରୀ ଗୁଡ଼ିକୁ ଚୋରି କରି ନେଇ ଯାଇଥିଲେ । ଏ ନେଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଚୋରମାନେ ୭ଲକ୍ଷ ଟଙ୍କାର ରେଳବାଇ ସାମଗ୍ରୀ ଚୋରି କରିଥିବା ସୂଚନା ମିଳିଛି।

Loot
Advertisment
Advertisment