Advertisment

ପୋଲିସ ଇନ୍‌ଫର୍ମର ସନ୍ଦେହରେ ମୁଣ୍ଡ ନେଲେ ମାଓବାଦୀ, ଘରୁ ଡାକି ନେଇ ୨ ଶହ ମିଟର ଦୂରରେ ଯୁବକଙ୍କୁ ଗୁଳି...

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ଘରୁ ଡାକି ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Maoists Kill Youth On Suspicion Of Being Police Informer In Umerkote

Maoists kill youth on suspicion of being police informer in Umerkote

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ଘରୁ ଡାକି ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତଦେହ ନିକଟରେ ଏକ ପୋଷ୍ଟର ରଖା ଯାଇଥିବା ବେଳେ ହତ୍ୟାର କାରଣ ଏଥିରେ ଉଲ୍ଲେଖ କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ସୀମାନ୍ତ ତଥା ଛତିଶଗଡ଼ ସୀମାନ୍ତ ହାତୀଗାଁ ଗାଁରେ ଘଟିଛି। ଗରିଆବନ୍ଦ ଓ ନବରଙ୍ଗପୁର ଏସ୍‌ପିଙ୍କୁ ସୂଚନା ଦେଉଥିବାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ମୃତକ ହେଲେ ଚନ୍ଦନ ମଲ୍ଲିକ। 

Advertisment

ସୂଚନା ଅନୁସାରେ, ରାଇଘର ଥାନା ଅନ୍ତର୍ଗତ ହାତୀଗାଁ ରାସ୍ତାକଡ଼ରୁ ଅର୍ଥାତ୍‌ ନିଜ ଘର ଖାଲେପାରା ଠାରୁ ମାତ୍ର ୨୦୦ ମିଟର ଦୂରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚନ୍ଦନଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଏଥିପାଇଁ  ପୋଲିସ ପ୍ରଶାସନ ଦାୟୀ ବୋଲି ପୋଷ୍ଟର ମାଧ୍ୟମରେ ଉଦନ୍ତି ଏରିଆ କମିଟି ଉଲ୍ଲେଖ କରିଛନ୍ତି।

ଗତକାଲି ରାତିରେ ହାତୀଗାଁ ଖାଲେପାରାକୁ ୨୦ରୁ ୨୫ ଜଣ ମାଓବାଦୀ ଆସି ଚନ୍ଦନଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ଆଜି ସକାଳୁ ଚନ୍ଦନଙ୍କ ମୃତଦେହ ଗାଁ ମୁଣ୍ଡରେ ଥିବା ଖେଳ ପଡ଼ିଆ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପୋଲିସ୍‌ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। 

Advertisment

ସୂଚନାଥାଉ କି, ହାତୀଗାଁ ଅଞ୍ଚଳରେ ପୂର୍ବରୁ ମଧ୍ୟ କିଛି ଲୋକଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।  କିନ୍ତୁ ଦୀର୍ଘ ଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ରକ୍ତମୁଖା ହେଇଥିବା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଏନେଇ ଉମରକୋଟ ଏସ୍‌ଡିପିଓ କହିଛନ୍ତି, ହାତୀଗାଁ ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି। ତେବେ ପ୍ରାଥମିକ ସୂଚନା ମୁତାବକ ମାଓବାଦୀମାନେ ହିଁ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। 

Maoists
Advertisment
Advertisment