Advertisment

ପିଏଡିଏସ୍‌ରେ ମିଳୁଛି ପ୍ଲାଷ୍ଟିକ୍ ଚାଉଳ; ଡରିଲେଣି ଲୋକେ

ପିଡିଏସ୍ ହିତାଧିକାରୀଙ୍କ ମନରେ ଛନକା, ସରକାରୀ ଚାଉଳରେ ମିଶିଛି ପ୍ଲାଷ୍ଟିକ୍ ଚାଉଳ। ଲମତାପୁଟରେ ହିତାଧିକାରୀ ଏ ଚାଉଳ ଧରି ବିଡିଓଙ୍କ ପାଖେ ଫେରାଦ ବି ହୋଇଛନ୍ତି । ତେଣେ ଏଭଳି ମାଳ ମାଳ ଅଭିଯୋଗ ଭିତରେ ବାଲେଶ୍ୱର ସିଏସ୍‌ଓଙ୍କ ପାଖରୁ ଆସିଛି ସ୍ପଷ୍ଟୀକରଣ…

author-image
Pramod Behera
undefined

People scared for plastic rice found in PDS

ଭିଜେଇଲେ ଭାସୁଛି। ରାନ୍ଧିଲେ ଅଠାଳିଆ। ଚୋବେଇଲେ ଛିଣ୍ଡୁନି କି ସ୍ୱାଦ ବି ଲାଗୁନି। ରାଜ୍ୟର ବିଭିନ୍ନ ସ୍ଥାନରୁ ପିଡିଏସ୍ ଚାଉଳ ହିତାଧିକାରୀଙ୍କ ପାଖରୁ ଆସୁଛି ଏମିତି ମାଳ ମାଳ ଅଭିଯୋଗ। ସେ ବାଲେଶ୍ୱରର ସୁନହଟ ହେଉ କି ସୁନ୍ଦରଗଡ଼ର ବଡ଼ବାହାଲ। ସବୁଠି ହିତାଧିକାରୀଙ୍କ ମନରେ ଛନକା, ସରକାର ଦେଉଥିବା ମାଗଣା ଚାଉଳରେ କୁଆଡ଼େ ମିଶିଛି ପ୍ଲାଷ୍ଟିକ୍ ଚାଉଳ?

Advertisment

କେହି କେହି ଡରରେ ଏହାକୁ ରୋଷେଇ କରି ଖାଉ ନଥିବା ବେଳେ ଆଉ କେଉଁଠି ଛୋଟ ପିଲାଙ୍କୁ ଆଦୌ ଖାଇବାକୁ ଦେଉନାହାନ୍ତି ଅଭିଭାବକ। ଏମିତିକି ଲମତାପୁଟରେ ସିଧା ଏ ଚାଉଳ ଧରି ବିଡିଓଙ୍କ ପାଖେ ଫେରାଦ ହୋଇଛନ୍ତି ହିତାଧିକାରୀ।

ପିଏଡିଏସ୍‌ରେ ପ୍ଲାଷ୍ଟିକ୍ ଚାଉଳ ମିଳୁଥିବା ଖବର ଚାରିଆଡ଼େ ହଇଚଇ ପରେ ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ପାଖରୁ ଆସିଛି ସ୍ପଷ୍ଟୀକରଣ। ବାଲେଶ୍ୱର ସିଏସ୍‌ଓଙ୍କ ପକ୍ଷରୁ ହସ୍ତଗତ ପ୍ରେସ୍ ରିଲିଜ୍‌ରେ ଦର୍ଶାଯାଇଛି।

Advertisment

ଗତ ଜାନୁଆରୀରୁ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଭିଟାମିନ୍‌ ଯୁକ୍ତ ଚାଉଳ ଦିଆଯାଉଛି। ପ୍ରତି ୧୦୦ କିଲୋ ସାଧାରଣ ଚାଉଳରେ ୧ କିଲୋ ଭିଟାମିନ ଚାଉଳ କଣିକା ବା ଏଫ୍‌ଆରକେ ମିଶାଯାଉଛି। ଏହା ମନୁଷ୍ୟକୃତ ଉତ୍ପାଦ, ଯାହା ସରକାରୀ ସ୍ୱିକୃତୀପ୍ରାପ୍ତ ସଂସ୍ଥା ଦ୍ୱାରା ପ୍ରସ୍ତୁତ। ଭିଟାମିନ୍-ବି ୧୨, ଫଲିକ୍ ଏସିଡ୍ ଓ ଆଇରନ୍ ଆଦି ଅନୁପୂରକ ଗନ୍ଧମୁକ୍ତ ସାମଗ୍ରୀରେ ଏଭଳି ଚାଉଳ କଣିବା ପ୍ରସ୍ତୁତ ହୋଇଛି।

ଏହା ପୁଷ୍ଟିକର ଆହାର ଭଳି କାମ କରିବ। ତେବେ ଏଠି ପ୍ରଶ୍ନ- ସରକାର ଯଦି ଏମିତି ବ୍ୟବସ୍ଥା କରିଛନ୍ତି- ତାହାଲେ ସାଧାରଣ ଖାଉଟି ଜାଣିବେ କେମିତି ? ତାଙ୍କୁ ଏ ସମ୍ପର୍କରେ ସଚେତନ କରିବ କିଏ ? ବହୁ ସ୍ଥାନରେ ଲୋକଙ୍କ ଅଭିଯୋଗ ଏକଥା ସରପଞ୍ଚ କି ପିଡିଏସ୍‌ ଯୋଗାଣ ଦାୟିତ୍ୱରେ ଥିବା ଡିଲର ଏକଥା ଜଣାଉ ନାହାନ୍ତି। ଲମତାପୁଟ ବିଡିଓ କହିଛନ୍ତି- ଚାଉଳରେ କ’ଣ ମିଶିଛି, ତା’ର ତଦନ୍ତ କରିବେ।

ଏବେ ଅପେକ୍ଷା ପ୍ଲାଷ୍ଟିକ୍ ନୁହେଁ ପୁଷ୍ଟିକର ଚାଉଳ ବୋଲି ସରକାରୀ ଭାବେ ଯାହା କୁହାଯାଉଛି, ସେନେଇ ଲୋକେ କେତେଶୀଘ୍ର ସଚେତନ ହେଉଛନ୍ତି।

(ସୁନ୍ଦରଗଡ଼ରୁ ବିଜୟ ବରୁଆ, ଲମତାପୁଟରୁ ଜଗଜ୍ଜୀବନ କାଚିମ୍ ଓ ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସଙ୍କ ରିପୋର୍ଟ)

BJP PDS Scam BJD Congress
Advertisment
Advertisment