/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677293936.jpg)
EV Charging Station
ଖୁବ୍ ଶୀଘ୍ର ଉପଲବ୍ଧ ହେବ ଚାର୍ଜିଂ ଷ୍ଟେସନ୍ । ଧିରେ ଧିରେ ଇଭି ଉପରେ ଲୋକଙ୍କ ଆସ୍ଥା ବଢ଼ୁଥିବାରୁ ଏବେ ଚାଜିଂ ଷ୍ଟେସନ୍ ଖୋଲିବାକୁ ଗୁରୁତ୍ୱ ଦିଆଯାଉଛି । ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟର ୧୦୦ ନୂଆ ପେଟ୍ରୋଲ ପମ୍ପରେ ଇଲେକଟ୍ରିକ୍ ଭେହିକିଲ୍ ଚାର୍ଜିଂ ଷ୍ଟେସନ ଖୋଲିବ ଇଣ୍ଡିଆନ ଅଏଲ । ଏବେ ରାଜ୍ୟର ୧୫୨ ପେଟ୍ରୋଲ ପମ୍ପରେ EV ଚାର୍ଜିଂ ଷ୍ଟେସନ ରହିଛି ।
ରାଜ୍ୟରେ ଏବେ ଇଣ୍ଡିଆନ ଅଏଲର ୧୯ଟି ସିଏନଜି ଷ୍ଟେସନ ଥିବା ବେଳେ, ଆସନ୍ତା ଆର୍ଥିକ ବର୍ଷ ଆଉ ୮ଟି ନୂଆ ସିଏନଜି ଷ୍ଟେସନ ଖୋଲିବ । ଏହାସହ କମ୍ପାନୀ ଖୁବଶୀଘ୍ର ବାଲେଶ୍ୱର ସୋରଠାରେ ରାଜ୍ୟର ପ୍ରଥମ LNG ପମ୍ପ ଖୋଲିବ ।
ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଇଣ୍ଡିଆନ ଅଏଲ ଓଡ଼ିଶା ମୁଖ୍ୟ ମହାପ୍ରବନ୍ଧକ ଏନ ଏମ ନିମଜି। IOCL ସିଜିଏମ କହିଛନ୍ତି, ୨୦୪୬ ସୁଦ୍ଧା ନେଟ ଜିରୋ ଏମିସନ୍ କମ୍ପାନୀ ହେବ ଇଣ୍ଡିଆନ ଅଏଲ। ଏଥିପାଇଁ ଗ୍ରୀନ ଇନିସିଏଟିଭକୁ ଗୁରୁତ୍ୱ ଦେଉଛି କମ୍ପାନୀ । ଏହି ପଦକ୍ଷେପ ସ୍ୱରୂପ ଇଲେକ୍ଟ୍ରିକ ଯାନ ପାଇଁ ଆଲୁମିନିୟମ ଏୟାର ବ୍ୟାଟେରୀ ତିଆରି ସହ ହାଇଡ୍ରୋଜେନ ଇନ୍ଧନ ଚାଳିତ ବସ ଚଳାଚଳ ଦିଗରେ କାମ କରୁଛି । ଆସନ୍ତା ୪ ମାସ ମଧ୍ୟରେ ରାଜ୍ୟରେ ୫ ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇବ ଇଣ୍ଡିଆନ ଅଏଲ । ଏସବୁ ପ୍ରକଳ୍ପରେ ୯୯୨୬ କୋଟି ଟଙ୍କା ପୁଞ୍ଜନିବେଶ ହୋଇଥିବା ସେ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)