Advertisment

ସୌମ୍ୟଙ୍କ ତେରଛା ବାଣ- ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି

ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କନେଷ୍ଟବଲ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଇନ ସମାନ। ହେଲେ ଆଜି କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
It’s now tough to meet CMs: BJD MLA Soumya Ranjan Patnaik

It’s now tough to meet CMs: BJD MLA Soumya Ranjan Patnaik

ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କନେଷ୍ଟବଲ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଇନ ସମାନ। ହେଲେ ଆଜି କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି। ଆଜି ମନ୍ତ୍ରୀମଣ୍ଡଳର ଯେଉଁ ସଭ୍ୟସଭ୍ୟା ଅଛନ୍ତି, ସେମାନେ ବଡ଼ ନା ସଚିବମାନେ ବଡ଼ ? ସାଧାରଣ ଜନତା ଓ ଭୋଟର ତାକୁ ନେଇ ସନ୍ଦେହରେ ପଡ଼ିଛନ୍ତି। ଏସବୁର ସନ୍ଦେହମୋଚନ କରିବ କିଏ ?  ଏଭଳି ପ୍ରଶ୍ନ ଉଠାଇବା ସହ ତେରଛା ବାଣ ମାରିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

Advertisment

କଟକର ଦ ଲ’ କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଅଭିଭାଷଣରେ ସୌମ୍ୟରଞ୍ଜନ ଆହୁରି କହିଛନ୍ତି, କରୋନା ଛାଡ଼ି ଯାଇଛି, ତୁଣ୍ଡି ଖୋଲି ଯାଇଛି। କିନ୍ତୁ ତୁଣ୍ଡ ଖୋଲି ନାହିଁ। ତେବେ ଦ ଲ’ କଲେଜର ପୁରାତନ ଛାତ୍ରଛାତ୍ରୀଙ୍କୁ ଭୟ କାହାକୁ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି। ଆମେ ସିନା ଚାକିରିଆ ବୋଲି କିଛି କହିପାରିବୁନି। ପନିସ୍‌ମେଣ୍ଟ ମିଳିଯିବ। ଦଳରୁ ସସ୍‌ପେଣ୍ଡ୍‌ ହେଇଯିବୁ।’

Advertisment

‘ଯିଏ କଳାକୋର୍ଟ ପିନ୍ଧି ସତ କହି ଜଜ୍‌ଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଭାବିତ କରିଥାଏ, ସମ୍ବିଧାନର ସୁରକ୍ଷା କିପରି ହେବ ଏବଂ ନାଗରିକ ତା’ର ମୌଳିକ ଅଧିକାରକୁ କିପରି ସୁରକ୍ଷିତ ରଖିପାରିବେ ତାହା ଆଇନଜୀବୀଙ୍କ ଦାୟିତ୍ୱ ବୋଲି ସୋମ୍ୟ କହିଛନ୍ତି। ତେବେ ଲ’ କଲେଜର ରୌପ୍ୟ ଜୟନ୍ତୀ ମହୋତ୍ସବର ମଞ୍ଚରେ କେଉଁ ଉଦ୍ଦେଶ୍ୟରେ ସୌମ୍ୟ ଏଭଳି କହିଲେ, ସେନେଇ ତାଙ୍କର ପ୍ରତିକ୍ରିୟା ମିଳି ନଥିବାବେଳେ ମନ୍ତବ୍ୟକୁ ନେଇ କିନ୍ତୁ ନାନା ଚର୍ଚ୍ଚା ହେଉଛି। 

BJD MLA Soumya Ranjan Patnaik
Advertisment
Advertisment