Advertisment

୩ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା; ଆନ୍ଦୋଳନରେ ପରୀକ୍ଷକ

ମୁଣ୍ଡ ଉପରେ ପରୀକ୍ଷା । ହେଲେ ଆନ୍ଦୋଳନରେ ପରୀକ୍ଷକ । ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ । ଏବେ କେମିତି ହେବ ପରୀକ୍ଷା ପରିଚାଳନା ? ଅକଳରେ ଗଣଶିକ୍ଷା ବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଯେଉଁ ମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

+2 Exam

ପରୀକ୍ଷା ଟେନ୍‌ସନଠୁ ବଳିଗଲାଣି ପରୀକ୍ଷକ ଟେନ୍‌ସନ । ତିନି ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଦାବି ପୂରଣ ପାଇଁ ଭୁବନେଶ୍ୱରରେ ଆନ୍ଦୋଳନରେ ବସିଛନ୍ତି ପରୀକ୍ଷକ । ଯେଉଁଥିଲାଗି ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନେଇ ପ୍ରଶ୍ନ ଉଠିଲାଣି । ଯାହାକୁନେଇ ପରୀକ୍ଷାର୍ଥୀଙ୍କ ଚିନ୍ତା ବି ବଢିଛି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷା ସୁପରିଚାଳନା ପାଇଁ ଆଶ୍ୱାସନା ଦେଇଛନ୍ତି ।

Advertisment

ମୁଣ୍ଡ ଉପରେ ପରୀକ୍ଷା । ହେଲେ ଆନ୍ଦୋଳନରେ ପରୀକ୍ଷକ । ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ । ଏବେ କେମିତି ହେବ ପରୀକ୍ଷା ପରିଚାଳନା ? ଅକଳରେ ଗଣଶିକ୍ଷା ବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଯେଉଁ ମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ।

ସରକାର ବିରୋଧୀ ନାରାବାଜି ସହ ସ୍ଲୋଗାନ ଦେଉଛନ୍ତି । ୧୩ ଦିନ ହେଲାଣି ସମାନ ଗ୍ରେଡ୍‌କୁ ସମାନ ଦରମା, ସପ୍ତମ ବେତନ କମିଶନ ଲାଗୁ ଭଳି ୪ଦଫା ଦାବିରେ ଆନ୍ଦୋଳନରେ ବସିଛନ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରିବେ ବୋଲି ସଂଘ ଚେତାବନୀ ଦେଇଥିଲେ ସୁଦ୍ଧା ଏଯାଏ ସରକାରଙ୍କ ପକ୍ଷରୁ ଆଲୋଚନା ବି ହୋଇନି ।

Advertisment

ଖାଲି ପରୀକ୍ଷା ନୁହେଁ ଦାବି ପୂରଣ ନହେଲେ ମୂଲ୍ୟାୟନକୁ ବି ବର୍ଜନ କରିବ ବୋଲି ଚେତାବନୀ ଦେଇଛି ସଂଘ । ପ୍ରାୟ ସାଢେ ତିନି ଲକ୍ଷ ପିଲା ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବେ । ଯେଉଁଥିରୁ ୬୬୨ ବର୍ଗ କଲେଜର ପ୍ରାୟ ୨ ଲକ୍ଷ ପରୀକ୍ଷାର୍ଥୀ ଅଛନ୍ତି । ଆଉ ଏହି ବର୍ଗର ପ୍ରାୟ ଚାରି ହଜାର ଅଧ୍ୟାପକ ପରୀକ୍ଷା ପରିଚାଳନା ଲାଗି ନିୟୋଜିତ ହୋଇଛନ୍ତି ।

ଯଦି ଏତେ ସଂଖ୍ୟକ ପରୀକ୍ଷକ ପରୀକ୍ଷାକୁ ବର୍ଜନ କରନ୍ତି ତାହାଲେ ପରୀକ୍ଷା ନିଶ୍ଚିତ ପ୍ରଭାବିତ ହୋଇପାରେ । ଯେଉଁଥିପାଇଁ ଏବେ ଛାତ୍ରଛାତ୍ରୀଙ୍କ ଭିତରେ ଆଶଙ୍କା ପ୍ରକାଶ ପାଇଲାଣି । ସେପଟେ ଆନ୍ଦୋଳନରେ ଥିବା ଅଧ୍ୟାପକ ମାନେ ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରୀକ୍ଷା ବର୍ଜନ ନକରିବାକୁ ଅନୁରୋଧ କରି ପରୀକ୍ଷାର୍ଥୀଙ୍କୁ ସାନ୍ତ୍ୱନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ଶିକ୍ଷକମାନଙ୍କର ଦୀର୍ଘ ଦିନର ଦାବି ପୂରଣରେ ଅସଙ୍ଗତି ପ୍ରକାଶ ପାଉଥିବାରୁ ପ୍ରତି ବର୍ଷ ବୋର୍ଡ ପରୀକ୍ଷା ସମୟରେ ଏଭଳି ସ୍ଥିତି ଉପୁଜୁଛି । ଏବେ ଅଧ୍ୟାପକଙ୍କ ଦାବି ନେଇ ସରକାର କି ସମାଧାନର ସୂତ୍ର ବାହାର କରୁଛନ୍ତି ତାଉପରେ ନଜର । 

Teacher's Protest
Advertisment
Advertisment