• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାହାଘର ଚାଲିଥିଲା l ସମସ୍ତଙ୍କ ମୁହଁରେ ହସ ଥିଲା l ବ୍ରାହ୍ମଣଙ୍କ ମନ୍ତ୍ର ଏବଂ ହୁଳହୁଳିରେ କମ୍ପୁଥିଲା ପୂରା ଏରିଆ l ହୋମ ନିଆଁକୁ ସାକ୍ଷୀ ରଖି ହାତକୁ ହାତ ମିଳାଇ ବେଦୀରେ ବସିଥିଲେ ବର ଆଉ କନ୍ୟା l ହେଲେ କନିଆଁ ମଥାରେ ସିନ୍ଦୁର ଲାଗିବା ପୂର୍ବରୁ ହଠାତ ବନ୍ଦ ହୋଇଗଲା ବାହାଘର l କେହି କିଛି ବୁଝିବା ଆଗରୁ କେହି ଜଣେ ସାଧା ପୋଷାକଧାରୀ ବ୍ୟକ୍ତି କହିଲେ ତୁରନ୍ତ ବାହାଘର ବନ୍ଦ କର l ହେଲେ ହଠାତ୍‌ କାହିଁକି ଏମିତି କହିଲେ ତାହା ଶୁଣି ସମସ୍ତେ ଅବାକ l

ବାହାଘର ବେଦୀ ଉପରେ ପୋଲିସକୁ ଦେଖି ସମସ୍ତେ ଡରି ଛାନିଆଁ ହୋଇଗଲେ l କିନ୍ତୁ କେହି କିଛି ଜାଣିପାରିଲେ ନାହିଁ କି କାହିଁକି ହଠାତ୍‌ ବନ୍ଦ ହେଲା ବାହାଘର? କିନ୍ତୁ ଘଟଣାର ଖୋଳତାଡ କରିବା ପରେ ଜଣାପଡିଲା କି ବାଲ୍ୟ ବିବାହ ହେଉଥିବାରୁ ବାହାଘର ବନ୍ଦ କରିବାକୁ ବେଦୀରେ ପହଞ୍ଚିଥିଲା ପୋଲିସ ଓ ଶିଶୁ ସୁରକ୍ଷା ୟୁନିଟ । ବାହା ବେଦୀରେ ବସିଥିବା ନାବାଳିକା କନିଆଁକୁ ଚାଇଲଡ଼ ଲାଇନ ଉଦ୍ଧାର କରିବା ପରେ ଶିଶୁପାଳ ହୋଇ ଫେରିଛନ୍ତି ୨ ବର l

ତେବେ ନାବାଳିକାଙ୍କୁ ଉଦ୍ଧାର କରିବା ବେଳେ ପରିବାର ଲୋକେ ଚାଇଲଡ ଲାଇନ ସହ ଝଗଡା କରିବାକୁ ବି ପଛେଇ ନଥିଲେ। କିନ୍ତୁ ପରିବାର ଲୋକଙ୍କୁ ଚାଇଲଡ ଲାଇନର ସଦସ୍ୟମାନେ ଆଇନଗତ ଦିଗକୁ ନେଇ ବୁଝାସୁଝା କରିଥିଲେ l ହେଲେ ପରିବାର ଲୋକ ସହଜରେ ମାନିବାକୁ ରାଜି ହୋଇନଥିଲେ। ଏମିତି ଅଭାବନୀୟ ଘଟଣା ଘଟିଛି ନୟାଗଡ ଶରଣକୁଳ ଥାନା ବଧିସାହି ଶିବ ମନ୍ଦିରରେ ଏବଂ ଗୋଡ଼ିପଡ଼ା ହଟକେଶ୍ୱର ମନ୍ଦିରରେ l ବଧିସାହି ଶିବ ମନ୍ଦିରରେ ଗନ୍ଧବାରଣ ଗାଁର ଜଣେ ୨୫ ବର୍ଷୀୟ ଯୁବକ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକା ସହ ବିବାହ କରୁଥିଲେ l ଠିକ୍‌ ସେହିପରି ବଡ଼ପୁଟ ଗାଁର ୨୬ ବର୍ଷୀୟ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ବିବାହ କରୁଥିଲେ l

କିନ୍ତୁ ନାବାଳିକା ବିବାହର ଖବର ପାଇବା ପରେ ନୟାଗଡ଼ ଚାଇଲଡ ଲାଇନ ଶରଣକୁଳ ପୋଲିସ ସହାୟତାରେ ବେଦିମୂଳରେ ପହଁଞ୍ଚି ୨ଟି ଯାକ ବାହାଘର ବନ୍ଦ କରିଥିଲା l ନାବାଳିକାକୁ ଉଦ୍ଧାର କରି ନୟାଗଡ଼ ଶିଶୁ ମଙ୍ଗଳ ସମିତିରେ ଶୁକ୍ରବାର ହାଜର କରିବା ପରେ ତପସ୍ୟା ଶିଶୁ ଗୃହରେ ରଖାଯାଇଛି l ତେବେ ଶିଶୁପାଳ ହୋଇ ବର ଫେରିଥିବାରୁ ଏହାକୁ ନେଇ ପୂରା ଅଂଚଳରେ ଚର୍ଚ୍ଚା ଜୋର ଧରିଛି...।

(ରିପୋର୍ଟ- ଜୟେନ୍ଦ୍ର ବେହେରା, ନୟାଗଡ଼)