ଆଖିରେ ଆଖିଏ ଲୁହ... ଛାତିରେ ଛାତିଏ କୋହ... ସବୁ କଷ୍ଟକୁ ହୃଦୟ ଭିତରେ ଚାପି ରଖି ସ୍ୱାମୀର ଜୀବନ ପାଇଁ ସଂଘର୍ଷ କରୁଛି ଏ ସ୍ତ୍ରୀ । ନିଜ ପତ୍ନୀ ଧର୍ମ ପାଳନ କରୁଛି । ତା’ ସିନ୍ଦୂରକୁ ସାଇତି ରଖିବାକୁ ଚେଷ୍ଟା କରୁଛି । ସ୍ୱାମୀର ଜୀବନ ପାଇଁ ହାତ ଯୋଡ଼ି କରୁଛି ଗୁହାରୀ ।
ଥିରି ଥିରି ହୋଇ ଚାଲୁଛନ୍ତି । କାରଣ ଚାଲିବାକୁ ତାଙ୍କ ଗୋଡ଼ ସାଥ୍ ଦେଉନି । ଆଉ ଯେଉଁ ଲୋକ ବେପାର କରି ଘର ଚଳାଉଥିଲେ । ସେ ଆଜି ନିଜେ ହୋଇପଡ଼ିଛି ଅସହାୟ । ଯିଏ ପରିବାରର ସବୁ ଆଶା ପୂରଣ କରୁଥିଲା, ସିଏ ଆଜି ଆଶା ବାଡ଼ି ଭରସାରେ । ଏମିତି ହଠାତ୍ ହସଖୁସିର ପରିବାରରେ ମାଡ଼ି ଆସିଛି ଅଦିନିଆ ଝଡ଼ । ଆଉ ସବୁକିଛି ଉଜାଡିଦେଇଛି ଗଣ୍ଠିବାତ ରୋଗ ।
ବାପା ମାଆଙ୍କ ମୃତ୍ୟୁ ପରେ ଚୁମକି ଏବେ ୪ ଭାଇ ଭଉଣୀଙ୍କ ଲାଗି ପାଲଟିଛନ୍ତି ସାହାରା । ସେମାନଙ୍କୁ ପାଳି ପୋଷି ବଡ କରିବା ସହ ସେମାନଙ୍କ ମୁହଁରେ ଦୁଇ ଓଳି ଖାଇବାକୁ ଦେବା ଲାଗି ଏବେ ସେ ଦୁନିଆ ସହିତ ସଂଘର୍ଷ କରୁଛି ।
ଦେଖନ୍ତୁ ଏଇ ବାପା ମା’ ଛେଉଣ୍ଡ ନିରୀହ ଜାଆଁଳା ଶିଶୁଙ୍କୁ... ଭଲ କରି ମୁହଁ ଦେଖିବା ପୂର୍ବରୁ, ପର କରି ଆର ପାରିକୁ ଚାଲିଗଲେ ବାପା ମା’… କୁନି ଶିଶୁଙ୍କ ଅବସ୍ଥା ଦେଖି, କଷ୍ଟ ସହି ନପାରି ନିଜ ପାଖକୁ ନେଇ ଆସିଲେ ଅଜା ଆଇ... , ଯୋଉ ବୟସରେ ବାପା, ମାଙ୍କ କୋଳରେ ବସି ଅଳି ଅଝଟ କରି ହଇରାଣ କରିବା କଥା ସେହି ବୟସରେ ବୃଦ୍ଧ ଅଜା ଆଇଙ୍କ ହେପାଜତରେ ରହୁଛନ୍ତି ଏ ଦୁଇ ଭାଇ ଭଉଣୀ।
ଝାଟିମାଟିରେ ତିଆରି ଏ ଘରକୁ ଦେଖନ୍ତୁ... ଭଙ୍ଗା ଦଦରା କାନ୍ଥରେ କେମିତି ଛିଡ଼ା ହୋଇଛି। ବର୍ଷା ଦାଉରୁ ରକ୍ଷା ପାଇଁ ପଲିଥିନ୍ ଜରିରେ ଘରର ଚାଳ ଢଙ୍କା ହୋଇଛି... ଜରି ଉଡ଼ିଯିବ ବୋଲି କାଠ ବି ଲଦା ହୋଇଛି... ଭଙ୍ଗାଘରର ଆଗରେ ବସିଥିବା ଏହି ବେସାହାରା ବୁଢୀ ମାଆ ଜଣକ ରହୁଛନ୍ତି ଏଇ ଘରେ । ନାଁ ତାଙ୍କର ଚମ୍ପା ବେରକା... ସ୍ୱାମୀ ଓ ତିନି ପୁଅ ଆରପାରିକୁ ଚାଲିଯିବା ପରେ ସେ ଏବେ ଏକାକୀ ହୋଇ ପଡିଛନ୍ତି ।
ପ୍ରଥମେ ବାପା, ମାଆ ତା ପରେ ପରେ ବଡ ଭାଇ, ଯାହା ମୁଁହ ଟିକେ ଚାହିଁ ଦିନ କାଟୁଥିଲେ ଶେଷରେ ସେ ଜେଜେମାଆ ବି ଏକା କରିଛାଡିଗଲା । ଆଉ ଏବେ ସମଜ ଓ ପରମ୍ପରା ନନ୍ଦିନୀଙ୍କ ବୋଝ ଉପରେ ନଳିତା ବିଡା ପାଲଟିଛି ।
ଜୀବନର ଅର୍ଥ ବୋଧେ ଯନ୍ତ୍ରଣା । ଆଉ ଏହି ଯନ୍ତ୍ରଣା ସହ ଆମକୁ ଜିଇଁବାକୁ ପଡ଼ିବ । କୌଶଲ୍ୟା କିନ୍ତୁ ଏହି ଯନ୍ତ୍ରଣାକୁ ପ୍ରତି ସେକେଣ୍ଡରେ ପ୍ରତି ମୁହୁର୍ତ୍ତରେ ଅନୁଭବ କରୁଛନ୍ତି । ଅନୁଭବ ତ କେଳ କରୁନାହାନ୍ତି ବରଂ ନିଇତି ମରି ମରି ବଞ୍ଚିବାକୁ ପଡ଼ୁଛି । କନ୍ଧମାଳ ବାଲିଗୁଡ଼ାର ଏହି ୨୧ ବର୍ଷୀୟା ଝିଅର ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ..
ବୃଦ୍ଧ ବୟସରେ ଦାଉ ସାଧିଲା ଦଇବ। ସ୍ୱାମୀ ଓ ଦୁଇ ଝିଅଙ୍କୁ ମହାମାରୀ କରୋନା ଛଡାଇ ନେଲା। ଆଉ ଏବେ ଦିବ୍ୟାଙ୍ଗ ଝିଅର ବୋଝ ସେ ସହି ପାରୁନାହାନ୍ତି।
ଗୋଟିଏ ପଖାଳ କଂସାକୁ ଦୁଇ ଭଉଣୀଙ୍କ ଆଖି । କିନ୍ତୁ ବଡ଼ ଭଉଣୀ ପେଟ ପାଟିକୁ ଜାକି ସାନକୁ ଗୁଣ୍ଡା ଗୁଣ୍ଡା କରି ଖୁଆଇ ଦେଉଛି । ଲୁଣ ଲଙ୍କାକୁ ଦଳି ମଝିରେ ମଝିରେ ଚଟେଇ ଦେଉଛି । ବେଳେ ବେଳେ ଏତକ ମଧ୍ୟ ଏମାନଙ୍କୁ ସାତ ସପନ ।..
ପୂର୍ବରୁ ବେଶ ଖୁସିରେ ରହୁଥିଲେ ବନମାଳୀ ମହାନ୍ତ । ପୁଅ ବଡ଼ ହେଲା ଆଉ ବିବାହ କଲା । ତା’ପରେ ବାପା, ମା’ ଓ କୁନି ଭଉଣୀକୁ ଘରୁ ତଡ଼ିଦେଲା । ଆଉ ଏବେ ଅସହାୟ ଅବସ୍ଥାରେ ବନମାଳୀ ।
ପୁଅଟିଏ ଜନ୍ମ ହେବା ପରେ ପରିବାରରେ ଖେଳି ଯାଇଥିଲା ଖୁସିର ଲହରୀ..ଏବେ ଛାଇ ଯାଇଛି ଦୁଃଖର କଳା ବାଦଲ..
ମାଆ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା । କିନ୍ତୁ ଏଠି ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି ମାଆ ।
ଘର ନାହିଁ କି ଦ୍ୱାର ନାହିଁ । ଛପରରୁ ଟିଣ ଉଡିଗଲାଣି...ଦୁଇ ଝିଅର ବାହାଘର ପରେ ଘରେ କେହି ନାହାନ୍ତି । ବୟସାଧିକ କାରଣରୁ ଚଲାବୁଲା କରିବା ତାଙ୍କ ପକ୍ଷରେ କଷ୍ଟ । ଏମିତି ସ୍ଥିତିରେ ଜଗନ୍ନାଥ ହିଁ ଏମାନଙ୍କ ସାଜିଛନ୍ତି ସାହାଭରସା
ଛୁଆ ପିଲା ନାହାନ୍ତି.. ଏ ଦୁନିଆରେ ନିଜର କହିଲେ ଦୁହେଁ ଦୁହିଁଙ୍କ ପାଇଁ..ଏଠି ପ୍ରେମ ତ ବହୁତ ଅଛି.. ହେଲେ ଅସହାୟତା ଆଉ ଅଭାବର ଶେଷ ସୀମାରେ କଟୁଛି ଜୀବନ.. ବୟସର ଅପରାହ୍ନରେ ବି କଣ ଏମାନଙ୍କୁ ମିଳିପାରିବନି ଆବାସ ଘର ? ଏମାନେ କଣ ଅଯୋଗ୍ୟ !
ଦୁଃଖ ଶୁଣ କଲେକ୍ଟର ବାବୁ... ମୁଁ କେତେ ନେହୁରା ହେଲିଣି, ଦୌଡି ଦୌଡି ହତାଶ ହେଲିଣି । ପୁଅ-ବୋହୂ ଯିବା ପରେ ୨ ନାତୁଣୀଙ୍କୁ ମଣିଷ କରିବା ଲାଗି କିଛି ଏମିତି ଢଙ୍ଗରେ ସହାୟତା ମାଗୁଛନ୍ତି ଜଣେ ବୃଦ୍ଧ
ମାସିକ ମିଳୁଥିବା ବିଧବା ଭତ୍ତା ଓ କୋଡିଏ କିଲୋ ରାସନ ହିଁ ଜୀବନ ଜିଇଁବାର ଏକମାତ୍ର ପନ୍ଥା । କପୁରଙ୍କ ବଡ଼ପୁଅ ରୂପଧର ଜନ୍ମରୁ ମାନସିକ ରୋଗୀ । ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସେ ଭଲ ହେଲେନି । ମଝିଆ ପୁଅ ଭୀମସେନ ଓ ସାନ ପୁଅ ପ୍ରଦୀପ କୁଲିମଜୁରୀ କରି ପରିବାର ଚଳାଉଥିଲେ । କିନ୍ତୁ ଦଇବର ବିଧାନ ସେମାନଙ୍କ ପାଇଁ ଅଲଗା ଥିଲା ବୋଧହୁଏ
ଅଚଳ ହୋଇପଡ଼ିଛି ପୂରା ଶରୀର.. ଏପଟେ ଅସହ୍ୟ ଯନ୍ତ୍ରଣା ସହିହେଉନି..ସ୍ତ୍ରୀ ପିଲାଙ୍କ ମୁହଁକୁ ଦେଖିଲେ ଛାତି ଫାଟିଯାଉଛି..ମେରୁଦଣ୍ଡ ଭଲ କରିଦିଅ ବୋଲି ହାତ ଯୋଡ଼ି କରୁଛନ୍ତି ଗୁହାରି..
କେନ୍ଦୁଝର ତେଲକୋଇ ବ୍ଲକ କୁଣ୍ଢେଇହତା ଗାଁର ଦିନ ବିଶ୍ୱାଳ ଓ ସବିତା ବିଶ୍ୱାଳଙ୍କ ଝିଅ ପପିନ ବିଶ୍ୱାଳ । ସ୍ଥାନୀୟ ସିରିଗିଡା ଉଚ୍ଚ-ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢେ। ପାଠ ସହିତ ଖେଳରେ ଭାରି ମନ ତା’ର। ସେଇଥି ଲାଗି ତ ସ୍କୁଲର ପ୍ରତ୍ୟେକ ଖେଳରେ ଭାଗ ନିଏ ପପିନ୍ । ଡିସେମ୍ବର ୧୬ ତାରିଖ ଦିନ ସ୍କୁଲରେ ଖେଳ ଚାଲୁଥିବା ବେଳେ ପପିନ୍ ବି ଭାଗ ନେଲା ଆଉ ଲଙ୍ଗ ଜମ୍ପରେ ସାମିଲ ହେଲା।
ଟୁନି ବଂଚିଥିବା ବେଳେ ବଡ ଝିଅର ବାହାଘର କରିଦେଇଥିଲେ। ହେଲେ ଏବେ ବି ତିନିଝିଅ ଘରେ ଏମିତି ଏକାକି ରହୁଛନ୍ତି। ବଂଚିବା ପାଇଁ ବଡ ସଂଘର୍ଷ କରୁଛନ୍ତି ଏଇ ଭଉଣୀ। ବେଲାରେ ଭାତ ଆଣି ଶାଗ ଲଗେଇ ସାନ ଭଉଣୀଙ୍କୁ ଖୁଆଇ ଦେଉଛି ବଡ ଭଉଣୀ ମାଧୁରୀ। ଖାଲି ଖୁଆଇ ଦେଉଛି ତାହା ନୁହେଁ ନିଜେ ଘରଟା ଯାକର ପାଇଟି ବି କରୁଛି। କେତେବେଳେ ଘର ଓଳାଉଛି ତ ଆଉ କେତେବେଳେ ରୋଷେଇ କରୁଛି। ନିଜେ ସ୍ୱପ୍ନ ଦେଖିବା ବୟସରେ ଅନ୍ୟ ଭଉଣୀଙ୍କର ସ୍ୱପ୍ନ ପୂରଣ ପାଇଁ ଅନବରତ କରୁଛି ପରିଶ୍ରମ।