ଚାରି ଚାରି ଥର ଡେଡ୍ ଲାଇନ୍ ଘୁଞ୍ଚିବା ପରେ ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍- ଭିଏଲଟିଡି ଓ ପାନିକ ବଟନ୍ ଲଗାଇବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ନୂଆ ଗାଡ଼ି ପାଇଁ ଅକ୍ଟୋବର ପହିଲାରୁ ଆରମ୍ଭ ହେବ ।
ପରିବହନ ବିଭାଗ କହିବା ଅନୁସାରେ ଏହି ବ୍ୟବସ୍ଥାରେ ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ । ପୋଲିସ ବିଭାଗ ଦ୍ୱାରା ପରିଚାଳିତ ଏମର୍ଜେନସି, ରେସ୍କ୍ୟୁ, ସପୋର୍ଟ ସିଷ୍ଟମ ସହିତ ଏହାକୁ ସଂଯୋଗ କରାଯିବ । କୌଣସି ସମସ୍ୟା ହେଲେ ସେହି ପ୍ୟାନିକ ବଟନ୍ ଚିପିଲେ, ଲୋକେସନ ଟ୍ରାକ୍ କରାଯାଇ ଗାଡ଼ି ପାଖରେ ପହଞ୍ଚି ହେବ । ଭିତ୍ତିଭୂମି ପ୍ରସ୍ତୁତ ହେଲାଣି ।
କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ ।

ପୁରୁଣା ଯାନବାହନଗୁଡ଼ିକ କ୍ଷେତ୍ରରେ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ବାଧ୍ୟତାମୂଳକ ଅବଧିକୁ ୨୦୨୩ ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି ।
କୌଣସି ପ୍ରକାର ଅସୁବିଧା କିମ୍ବା ଅସମୟରେ ଏହି ବଟନ୍ ଚିପିଲେ ତୁରନ୍ତ ଗାଡ଼ି ମାଲିକ, ନିକଟସ୍ଥ ଥାନା ଏବଂ ଅନ୍ୟ ପ୍ରାଧିକୃତ ସଂସ୍ଥା ନିକଟରେ ତୁରନ୍ତ ସୂଚନା ପହଞ୍ଚି ପାରିବ।
ଯଦି ଟ୍ରାକିଂ ସିଷ୍ଟମ ଗାଡ଼ିରେ ଲାଗି ନଥିବ ତେବେ ଚୋରି ପରେ ଥାନାରେ ଅଭିଯୋଗ କଲେ ବି ତାକୁ ଗୁରୁତ୍ୱର ସହ ନିଆଯିବନି ବୋଲି ସୂଚନା ରହିଛି । ତେଣୁ ସମସ୍ତେ ସମସ୍ତଙ୍କ ଗାଡ଼ିରେ ଏହି ଦୁଇଟି ଯାକ ଡିଭାଇସ୍ ଲଗାଇବା ବାଧ୍ୟତା ମୂଳକ ।