Advertisment

ଗଞ୍ଜାମରେ ପ୍ଲାନ୍‌, ଭୁବନେଶ୍ୱରରେ ଡିଲ୍‌: ହତ୍ୟା ପାଇଁ ୧.୫ ଲକ୍ଷ ଟଙ୍କାର ସୁପାରୀ

ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ୧.୫ ଲକ୍ଷ ଟଙ୍କାର ସୁପାରୀ ମଧ୍ୟ ହୋଇଥିଲା।

author-image
Rajalaxmi Sahoo
Old Man Allegedly Murder By Family Members In Ganjam

Old Man Allegedly Murder By Family Members In Ganjam

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଚିତ୍ର। ଏବେବି କିଛି ଲୋକ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରୁଛନ୍ତି। ହେଲେ ଏସବୁ ଭିତରେ କିଛି ନିରୀହଙ୍କ ଜୀବନ ଚାଲି ଯାଉଛି। ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ୧.୫ ଲକ୍ଷ ଟଙ୍କାର ସୁପାରୀ ମଧ୍ୟ ହୋଇଥିଲା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପିତାମ୍ବରପୁର ଗାଁରୁ ଏଭଳି ଅଭିଯୋଗ ଆସିଛି। ମୃତକ ହେଲେ ବୈଦ୍ୟ ବଙ୍ଗାଳୀ ସେଠୀ। ସେ ଗାଁରେ ଝଡ଼ାଫୁଙ୍କା କରୁଥିଲେ ବୋଲି ଜଣାପଡ଼ିଛି।

Advertisment

ଗତ ୧୭ ତାରିଖରେ ବଙ୍ଗାଳୀ ସେଠୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୋଲିସ୍‌ ଘଟଣାର ତଦନ୍ତ କରି ଏହାର ପର୍ଦ୍ଦାଫାସ କରିବା ସହ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଦମ୍ପତିଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଙ୍ଗାଳୀଙ୍କ ପୁତୁରା ପ୍ରସନ୍ନ ସେଠୀ, ତାଙ୍କ ପତ୍ନୀ କବିତା ସେଠୀ, କବିତାଙ୍କ ଭାଇ ପ୍ରତାପ ସେଠୀ, କବିତାଙ୍କ ପୁତୁରା ଅରୁଣ ସେଠୀ, ଅରୁଣଙ୍କ ସାଙ୍ଗ ଆଦେଶ ମହାପାତ୍ର ଓ ସନ୍ତୋଷ ନାୟକ। 

ସୂଚନା ଅନୁସାରେ, ୭ ବର୍ଷ ପୂର୍ବେ ପ୍ରସନ୍ନ ଓ କବିତାଙ୍କ ଝିଅର ମୃତ୍ୟୁ ହୋଇଥିଲା। କବିତାଙ୍କ ଭାଇ ପ୍ରତାପଙ୍କ ପତ୍ନୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏଥିସହ କବିତାଙ୍କ ଭଉଣୀ ସବିତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁ ନଥିଲା। ଏନେଇ ଏହି ୩ ପରିବାର ସବୁବେଳେ ବଙ୍ଗାଳୀ ସେଠୀଙ୍କୁ ସନ୍ଦେହ କରୁଥିଲେ। ବଙ୍ଗାଳୀ ଗୁଣିଗାରେଡ଼ି କରି ସେମାନଙ୍କ ପରିବାର ଲୋକଙ୍କୁ ମାରୁଥିବା ସେମାନେ ସନ୍ଦେହ କରିଥିଲେ। 

Advertisment

ଫଳରେ ବଙ୍ଗାଳୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ପାଇଁ ପ୍ଲାନ୍‌ ହୋଇଥିଲା। ଏଥିପାଇଁ ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳରୁ ୨ ଜଣ ସୁପାରୀ କିଲର୍‌ଙ୍କୁ ନିୟୋଜିତ କରାଯାଇଥିଲା। ୨ ସୁପାରୀ କିଲର ଦେଢ଼ ଲକ୍ଷ ଟଙ୍କା ନେଇ ହତ୍ୟାକାଣ୍ଡ ଘଟାଇ ଥିବା ପୋଲିସ ସୂଚନା ଦେଇଛି। ସୁପାରୀ କିଲର୍‌ ସାଲିଆ ସାହିର ମନୋଜ ବେହେରା ଅନ୍ୟ ଏକ ମାମଲାରେ ଖାରବେଳ ଥାନା ଦ୍ଵାରା ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ସୁପାରୀ କିଲର୍‌ ଫେରାର ଅଛି। ମନୋଜ ନାଁରେ ୮ରୁ ଉର୍ଦ୍ଧ୍ୱ ମାମଲା ରହିଛି। ଅନ୍ୟପକ୍ଷେ, ହତ୍ୟାକାଣ୍ଡକୁ ନେଇ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଛି। 

Murder
Advertisment
Advertisment