Advertisment

ସହାୟତା ପାଇଁ ପରିବାରର ଅପେକ୍ଷା; ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ଗୁରୁତର ପିଣ୍ଟୁ

ଲିଭର ସିରୋସିସରେ ଆକ୍ରାନ୍ତ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍ - ILBSରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ ହେବାର ଥିଲା । ହେଲେ ପରିବାରରୁ ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ହୋଇପାରିଲାନି ।

author-image
Tanmay Kumar Mahalik
undefined

Pintu Nanda

ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ଗୁରୁତର ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ହାଇଦ୍ରାବାଦର ଯୋଶଦା ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି । ପରିବାରର ଡୋନରଙ୍କ ସହ ବ୍ଲଡ୍ ଗ୍ରୁପ ମ୍ୟାଚ୍ ନକରିବାରୁ ଅନ୍ୟ ଡୋନରଙ୍କ ଖୋଜା ଚାଲିଛି । ଏହାରି ଭିତରେ ଆର୍ଥିକ ସହାୟତା ପାଇଁ ପୁଣି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ।

Advertisment

ଲିଭର ସିରୋସିସରେ ଆକ୍ରାନ୍ତ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍ - ILBSରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ ହେବାର ଥିଲା । ହେଲେ ପରିବାରରୁ ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ହୋଇପାରିଲାନି ।

ଦିଲ୍ଲୀରେ ଅନ୍ୟ ଡୋନରଙ୍କଠାରୁ ଯକୃତ ପ୍ରତିରୋପଣ ନିୟମ ନାହିଁ । ଏହାରି ଭିତରେ ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡିଯିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଥିଲା। ସେପଟେ ହାଇଦ୍ରାବାଦରେ ଅନ୍ୟ ଡୋନରଠାରୁ ରୋଗୀ ଲିଭର ନେବା ନିୟମ ରହିଛି । ତେଣୁ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ନିଆଯାଇ ସେଠାରେ ଯଶୋଦା ହସପିଟାଲରେ ଭର୍ତ୍ତି କରାଯାଇଛି । ଡୋନର ମିଳିବା କ୍ଷଣି ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ।

Advertisment

ଗୁରୁତର ପିଣ୍ଟୁଙ୍କ ଚିକିତ୍ସା ପାଇଁ ଏବେବି ଅର୍ଥ ବାଧକ ସାଜିଛି । ରାଜ୍ୟ ସିନେ ଆର୍ଟିଷ୍ଟ ସଂଘ, ସାଥୀ କଳାକାର ଓ ଜନସାଧାରଣଙ୍କ ଠାରୁ ମିଳିଥିବା ଅର୍ଥ ଦିଲ୍ଲୀରେ ଚିକିତ୍ସା ବେଳେ ସରିଯାଇଛି । ବର୍ତ୍ତମାନ ଦିନକୁ ପ୍ରାୟ ଲକ୍ଷେରୁ ଦୁଇଲକ୍ଷ ଖର୍ଚ୍ଚ ହେଉଛି । ତେଣୁ ଅଧିକ କ୍ରାଉଡ୍ ଫଣ୍ଡିଂ ପାଇଁ ନିବେଦନ କରିଛନ୍ତି ପରିବାର ।

ରାଜ୍ୟ ସରକାର ପିଣ୍ଟୁଙ୍କ ପ୍ରତି ଏଯାଏଁ ସହାୟତାର ହାତ ବଢାଇନଥିବାରୁ ପରିବାର କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ମଧ୍ୟ ସହଯୋଗ ଲୋଡିଛନ୍ତି ପିଣ୍ଟୁଙ୍କ ପରିବାର। ଏବେ ଅପେକ୍ଷା ଦିଲ୍ଲୀରୁ ନିରାଶ ହୋଇ ଫେରିଥିବା ପିଣ୍ଟୁଙ୍କ ହାଇଦ୍ରାବାଦରେ କେବେ ଲିଭର ଟ୍ରାନ୍ସପ୍ଲାଣ୍ଟ ହେଉଛି ଏବଂ କେତେଶୀଘ୍ର ସୁସ୍ଥ ହୋଇ ପୁଣି ମଂଚକୁ ଫେରୁଛନ୍ତି ଓଲିଉଡର ଏହି ଭର୍ସାଟାଇଲ୍ ଆକ୍ଟର ।

Treatment Hyderabad Hospital
Advertisment
Advertisment