/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677301030.jpg)
HighCourt on Constable
କନଷ୍ଟେବଲ କରିପାରିବେନି ତଦନ୍ତ । କୌଣସି ଅପରାଧିକ ମାମଲାର ତଦନ୍ତ କରି ପାରିବେ ନାହିଁ ସ୍ନାତକ କନଷ୍ଟେବଳ କିମ୍ବା କ୍ରାଇମ ଇଣ୍ଟେଲିଜେନ୍ସ ହାବିଲଦାର । ଏନେଇ ରାଜ୍ୟ ସରକାରଙ୍କ ନିର୍ଦେଶନାମାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ସ୍ନାତକ କନଷ୍ଟେବଳ ଓ କ୍ରାଇମ ଇଣ୍ଟେଲିଜେନ୍ସ ହାବିଲଦାରଙ୍କୁ ଛୋଟ ମୋଟ ଅପରାଧିକ ମାମଲାର ତଦନ୍ତ କ୍ଷମତା ପ୍ରଦାନ କରିବାକୁ ୨୦୨୨ ମେ’ ୨୧ରେ ପୋଲିସ ସର୍କୁଲାର ଅର୍ଡର ୩୯୩ କୁ ହାଇକୋର୍ଟ ରଦ୍ଦ କରିଛନ୍ତି ।
ମିନକେତନ ନାୟକଙ୍କ ସମେତ ଅନ୍ୟ ୫୦ଟି ମାମଲାର ଏକତ୍ର ଶୁଣାଣି କରି ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଗତ ୨୦୧୯ ଜାନୁଆରୀ ୩ରେ ରାଜ୍ୟ ସରକାରଙ୍କ ତରଫରୁ ସ୍ନାତକ କନଷ୍ଟେବଳ ଓ ସିଆଇ ହାବିଲଦାରଙ୍କୁ ତଦନ୍ତ କ୍ଷମତା ପ୍ରଦାନ ଲାଗି ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଯେଉଁଥିରେ ସେମାନଙ୍କୁ ୩୦ ଦିନର ଆନୁଷ୍ଠାନିକ ତାଲିମ ଓ ୪୫ ଦିନର ପ୍ରାକ୍ଟିକାଲ ତାଲିମ ପ୍ରଦାନ କରି ଏକ ପରୀକ୍ଷା କରାଯିବା ବ୍ୟବସ୍ଥା ଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା କନଷ୍ଟେବଳ ଓ ହାବିଲଦାରଙ୍କୁ ତଦନ୍ତ କ୍ଷମତା ପ୍ରଦାନ ପାଇଁ ସରକାର ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)