/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677326624.jpg)
Jagi Mangat Panda
ଭୁବନେଶ୍ୱରରେ ଚାଲିଥିବା କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ଆଜି ଦ୍ୱିତୀୟ ଦିନରେ ସତ୍ୟାର୍ଥ ନାୟକଙ୍କ ରଚିତ ମହାଗାଥା ପୁସ୍ତକ ଉନ୍ମୋଚିତ ହୋଇଛି । ଓଡ଼ିଶା ଟେଲିଭିଜନ୍ ନେଟୱର୍କର ଏମ୍ଡି ଜଗୀ ମଙ୍ଗତ ପଣ୍ଡା ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି ।
Advertisment
ଏହି ପୁସ୍ତକଟି ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ହୋଇଥିବା ବେଳେ ଇଂରାଜୀ ଭାଷାରେ ଲେଖାଯାଇଛି । ପୁରାଣର ଶହେଟି ବଛାବଛା ଗପକୁ ପୁସ୍ତକରେ ସ୍ଥାନୀତ କରାଯାଇଛି । ପୌରାଣିକ ବିଷୟ ବସ୍ତୁକୁ ଲୋକେ ଭୁଲିଯାଉଥିବାରୁ ଏହି ବହି ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି ।
ଏହି ଅବସରରେ ଆଲୋଚନା ବେଳେ ଲୋକଙ୍କୁ ଅଧିକରୁ ଅଧିକ ବହି ପଢ଼ିବାକୁ ପରାମର୍ଶ ଦେଇଛନ୍ତି ଜଗୀ ମଙ୍ଗତ ପଣ୍ଡା । ଆଲୋଚନାରେ ଭାରତୀୟ ଦର୍ଶନର ବିଶ୍ଳେଷକ ପ୍ରଫେସର କମଳାକାନ୍ତ ଦାସ ଭାଗ ନେଇଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)