/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677319287.jpg)
Govt School
ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ୍ ଦିଆଯିବ । ଯେଉଁଥିରେ ପିଲାଙ୍କୁ ହୋମ ୱର୍କ ଓ ଶିକ୍ଷକ ମାନେ କ’ଣ ପାଠ ପଢାଉଛନ୍ତି ସେ ନେଇ ଉଲ୍ଲେଖ ରହିବ । ପିଲାଙ୍କୁ ନୋଟ୍ ବୁକ୍ ଦିଆଯିବା ଫଳରେ ଅଭିଭାବକ ମାନେ ପିଲାମାନଙ୍କ ପାଠ ପଢ଼ା ସମ୍ପର୍କରେ ସମସ୍ତ କଥା ଜାଣିପାରିବେ । ସ୍କୁଲରେ କ’ଣ ପାଠ ପଢ଼ାଯାଉଛି ଏବଂ ଘରକୁ କ’ଣ ପାଠ ଦିଆଯାଉଛି ବୋଲି ଜାଣିପାରିବେ ଅଭିଭାବକ ।
ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଗଣଶିକ୍ଷାମନ୍ତ୍ରୀଙ୍କ କହିବା ଅନୁସାରେ ମୋ ସ୍କୁଲ ଯୋଜନା ଅନୁଯାୟୀ ଏଥିପାଇଁ ସ୍ୱତନ୍ତ୍ର ଫୋକସ୍ କରାଯାଉଛି । ଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।
ସେପଟେ ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଉଥିବାରୁ ଏଥିପାଇଁ ପ୍ରସ୍ତୁତି କରାଯାଇଛି । କିଛି ଅଧ୍ୟାପକ ପରୀକ୍ଷା ବର୍ଜନ କରିବା ପାଇଁ ଚେତାବନୀ ଦେଇଥିବାରୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପାଇଁ ବଜେଟରେ ୧୩୯ କୋଟି ଟଙ୍କା.....#Budget2023#Educaton#Minister#SameerDas#Odisha#OTVpic.twitter.com/dHI0hAswxN
— ଓଟିଭି (@otvkhabar) February 25, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)