• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶୁଭ ବେଳାରେ ବିରାଟ ଅଘଟଣ । ବାହାଘର ରୋଷଣୀ ବେଳେ ମାଡିଗଲା କାର । ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଖପ୍ରାଖୋଲ ଥାନା ବାଘଝରଣ ଗାଁରେ । ବରକୁ ନେବା ପାଇଁ ଆସିଥିବା କାର ହଠାତ ଦ୍ରୁତ ବେଗରେ ମାଡ଼ି ଯାଇ ଆଗରେ ଥିବା ଡିଜେ ଗାଡ଼ିକୁ ଧକ୍କା ଦେଇଥିଲା । ଏତିକି ବେଳେ ଡିଜେ ଗାଡ଼ି ପାଖରେ ନାଚୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ରାଜା ବରିହା । ଆହତଙ୍କୁ ଖପ୍ରାଖୋଲ ଓ ପାଟଣାଗଡ ହସ୍ପିଟାଲରେ ଭର୍ତି କରାଯାଇଛି । ଖପ୍ରାଖୋଲ ପୋଲିସ ଘଟଣାର ତଦନ୍ତ କରୁଛି ।

ସେହିଭଳି ଆଜି ସକାଳୁ ଜାଜପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଯାଜପୁର ଚଣ୍ଡିଖୋଲ ନେଉଳପୁରରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା । ନେଉଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ NH-16ରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଧକ୍କା ଦେଇଛି କୋଲକାତା ପଟୁ ଆସୁଥିବା ଏକ ଟ୍ରକ୍ । ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ କରିଥିଲା । ଦୁର୍ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି । ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଯାଇଛି ।