/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677329847.jpg)
Abika calender grand final of 2023
ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ରେ "ଫେସ୍ ଅଫ୍ ଦ ଇୟର ୨୦୨୩" ଭାବେ ମନୋନୀତ ହୋଇଛନ୍ତି ଶୁଭାଙ୍ଗୀ ସାମନ୍ତ।
ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ "ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୩" ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୁରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ, ସୁଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଲିତା ମହାପାତ୍ର ଏବଂ ଫେସ୍ ଅଫ୍ ଦ ଇୟର ୨୦୨୨ ଦିବ୍ୟାଂଶା ପଣ୍ଡା ।
‘ଅବିକା’ ୨୦୨୩ କ୍ୟାଲେଣ୍ଡର ଗ୍ରାଣ୍ଡ୍ଫିନାଲ୍ରେ ଶୁଭାଙ୍ଗୀ ସାମନ୍ତ "ଫେସ୍ ଅଫ୍ ଦ ଇୟର"ଏଥି ସହିତ ଅନ୍ୱେଷା ମିଶ୍ର, ଆୟୁସି ପୁନାର୍ଭି, ଭବ୍ୟାଂଶ ସତପଥି, ଦିଶାନି ଦେବାଞ୍ଜନା, ଦିବ୍ୟାଂଶୀ ପଣ୍ଡା, ମୋନାଲିସା ପ୍ରିୟଦର୍ଶିନୀ, ରାଜଶ୍ରୀ ସିଂ, ସୋନମ୍ ଦାସ ଆଦି ୮ ଜଣଙ୍କୁ "ଫେସ୍ ଅଫ୍ ଦ ମନ୍ଥ୍ ୨୦୨୩" ଭାବେ ସମ୍ମାନିତ କରାଯାଇଥିଲା ।
ଏହି ଉତ୍ସବରେ ଅତିଥିମାନେ ଓଡିଶା ହସ୍ତତନ୍ତର ଆଧୁନିକୀକରଣ ସପକ୍ଷରେ ମତ ରଖି ଅବିକାର ଏଇ ପ୍ରୟାସକୁ ପ୍ରଶଂସା କରିଥିଲେ ।
'ଅବିକା ୨୦୧୩ କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୩' କୁ କବି, ଗୀତିକାର, ସଂଳାପକାର ବିଜୟ ମଲ୍ଲ ସଂଚାଳନ କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ 'ଅବିକା'ର ନିର୍ଦ୍ଦେଶକ ଅବିନାଶ ସାହୁ। ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର, ଆଶିଷ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)