Advertisment

ବିବାହ ପ୍ରୋସେସନ୍‌ରେ ବୋହିଲା ରକ୍ତ ନଦୀ, କନ୍ୟାପକ୍ଷଙ୍କୁ ଛୁରୀ ଭୁସିଦେଲେ ବରଯାତ୍ରୀ...

ବିବାହ ପ୍ରୋସେସନ୍‌ରେ ବରଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ, ବୋହିଲା ରକ୍ତ ନଦୀ। କନ୍ୟାପକ୍ଷଙ୍କୁ ଛୁରୀ ଭୁସି ଦେଲେ ବରଯାତ୍ରୀ। ବରଯାତ୍ରୀଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖି କନ୍ୟାପକ୍ଷ ବିବାହକୁ ବାତିଲ କରିଛନ୍ତି।

author-image
Rajalaxmi Sahoo
Groom Squad Attacked To Bride Squad In Bolangir

Groom Squad Attacked To Bride Squad In Bolangir

ବିବାହ ପ୍ରୋସେସନ୍‌ରେ ବରଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ, ବୋହିଲା ରକ୍ତ ନଦୀ। କନ୍ୟାପକ୍ଷଙ୍କୁ ଛୁରୀ ଭୁସି ଦେଲେ ବରଯାତ୍ରୀ। ବଲାଙ୍ଗିର ଜିଲ୍ଲା ତୁରେକେଲେ ଥାନା ଅନ୍ତର୍ଗତ ମୁରିବାହାଲ ଗାଁରେ ଗତକାଲି ରାତିରେ ଏହି ଘଟଣା ଘଟିଛି। ବିବାହ ପ୍ରୋସେସନରେ ଆସି କନ୍ୟାପକ୍ଷଙ୍କୁ ବରଯାତ୍ରୀ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି । ଉଭୟଙ୍କୁ ଛତିଶଗଡ଼ ରାୟପୁର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। 

Advertisment

ସୂଚନା ଅନୁସାରେ, ଛତିଶଗଡ଼ କୁକୁରବେଡା ଆମ୍ମାନାକା ଗାଁର ଜଣେ ଯୁବକଙ୍କ ସହ ମୁରିବାହାଲ ଗାଁର ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା। ଗତକାଲି ରାତିରେ ବରଯାତ୍ରୀ ପ୍ରୋସେସନ୍‌ କରି କନ୍ୟା ଘର ନିକଟକୁ ଆସୁଥିଲେ। ଏହି ସମୟରେ କନ୍ୟାପକ୍ଷର ଜଣେ ବ୍ୟକ୍ତି ପ୍ରୋସେସନ୍‌ରେ ବରଯାତ୍ରୀଙ୍କ ସହ ଡ୍ୟାନ୍ସ କରିଥିଲେ। ଏହାପରେ କନ୍ୟାର ଦାଦାଙ୍କ ପୁଅଙ୍କ ସହ ବରଯାତ୍ରୀଙ୍କ ପାଟିତୁଣ୍ଡ ହୋଇଥିଲା। ମାର୍‌ପିଟ୍‌ ପର୍ଯ୍ୟନ୍ତ କଥା ଯାଇଥିଲା। କନ୍ୟାର ବାପା ଆସି ଏସବୁ ବନ୍ଦ କରିବା ପାଇଁ ପ୍ରୟାସ କରିଥିଲେ। 

କିନ୍ତୁ ବରଯାତ୍ରୀ ଛୁରୀରେ କନ୍ୟାଙ୍କ ବାପା ଓ ଦାଦା ପୁଅଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ତୁରେକେଲା ହସ୍ପିଟାଲ୍‌ରେ ଭର୍ତ୍ତି ପରେ ବଲାଙ୍ଗିର ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଉଭୟଙ୍କୁ ଛତିଶଗଡ଼ ରାୟପୁରରେ ଭର୍ତ୍ତି କରାଯାଇଛି। ବରଯାତ୍ରୀଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖି କନ୍ୟାପକ୍ଷ ବିବାହକୁ ବାତିଲ କରିଛନ୍ତି। ଅନ୍ୟପକ୍ଷେ, ଛୁରାମାଡ଼ ନେଇ ତୁରେଇକେଲା ଥାନାରେ ଏତଲା ଦିଆଯାଇଛି। ବରଯାତ୍ରୀ ପକ୍ଷରୁ ୪ ଜଣଙ୍କୁ ତୁରେକେଲା ପୋଲିସ ଅଟକ ରଖିଛି।

Advertisment
Marriage
Advertisment
Advertisment