Advertisment

ବିଜୁ ଜୟନ୍ତୀରୁ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ !

କୋଲକାତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ହେଲା ଖତ ଖାଉଥିବା ଡାକୋଟାକୁ ଗତ ଜାନୁଆରୀ ୧୮ ତାରିଖରେ ୩ଟି ଟ୍ରେଲର୍ ସହାୟତାରେ ଭୁବନେଶ୍ୱର ଏୟାରପୋର୍ଟ ଆଣିଥିଲେ ରାଜ୍ୟ ସରକାର । ସେଠାରେ ଷ୍ଟେଟ୍ ହ୍ୟାଙ୍ଗରେ ଆରମ୍ଭ ହୋଇଥିଲା ଡାକୋଟାର ପୁନରୁଦ୍ଧାର କାମ । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ସେଣ୍ଟରର ଏକ ୩୦ ଜଣିଆ ଟିମ୍ ଏହି କାମରେ ଲାଗିଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Dakota

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଶୋଭା ବଢ଼ାଇବ ବିଜୁଙ୍କ ଡାକୋଟା ବିମାନ । ସରିଆସିଲାଣି ଡାକୋଟା ବିମାନର ପୁନରୁଦ୍ଧାର କାମ । ଡାକୋଟାକୁ ବହନ କରିବା ଲାଗି ସଜେଇ ହେଉଛି ଟର୍ମିନାଲ-୧ ସମ୍ମୁଖରେ ନିର୍ମାଣାଧୀନ ପେଡେଷ୍ଟ୍ରାଲ । ଏହା ଉପରେ ଛିଡ଼ା ହେଲାଣି ଡାକୋଟାର ମେରୁଦଣ୍ଡ । ଖୁବ୍‌ଶୀଘ୍ର ଇଞ୍ଜିନ୍, ୱିଙ୍ଗ୍ ବି ଲାଗିଯିବ । ବିଜୁ ଜୟନ୍ତୀରୁ ଡାକୋଟାକୁ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖାଯାଇଛି ।

Advertisment

ପୁନର୍ଜନ୍ମ ପାଇବାକୁ ଯାଉଛି ବିଜୁଙ୍କ ଡାକୋଟା। ମାର୍ଚ୍ଚ ୫, ବିଜୁ ଜୟନ୍ତୀରୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏହି ପ୍ରିୟ ବିମାନ । ପ୍ରାରମ୍ଭିକ ଭାବେ ଆଜି ଡାକୋଟାର ମୁଖ୍ୟ ଯନ୍ତ୍ରାଂଶ ବା ବେଲିକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ-୧ ସମ୍ମୁଖରେ ନିର୍ମିତ ପେଡେଷ୍ଟ୍ରାଲ୍ରେ ଇନଷ୍ଟଲ୍ କରାଯାଇଛି ।

ବେଲିରେ ଡାକୋଟାର ମୁଖ୍ୟ ଅଂଶ ସହ ପ୍ରୋପେଲରର ଏକ ଅଂଶ ଓ ଦୁଇ ଚକା ରହିଛି । ଡାକୋଟାକୁ ତା’ର ଅରିଜିନାଲ ରଙ୍ଗ ଗ୍ରେ ସିଲ୍‌ଭର ଲାଇଟ୍ କଲର୍ ଦିଆଯାଇଛି । ଏପଟେ ଆସନ୍ତା ସୋମବାର ସୁଦ୍ଧା ଡାକୋଟାର ଫ୍ୟୁଜଲେସ୍ ଲାଗିବ । ୨୮ ତାରିଖ ସୁଦ୍ଧା ଇଞ୍ଜିନ୍ ଓ ୱିଙ୍ଗ୍ ଲଗାଯିବ। ଏହାପରେ ବାକିଥିବା ଡୋକୋରେଟିଭ୍ କାମ ସାରିବାକୁ ଯୋଜନା ରଖିଛି ଏଥିଲାଗି ନିୟୋଜିତ ହୋଇଥିବା ସଂସ୍ଥା ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର।

Advertisment

କୋଲକାତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ହେଲା ଖତ ଖାଉଥିବା ଡାକୋଟାକୁ ଗତ ଜାନୁଆରୀ ୧୮ ତାରିଖରେ ୩ଟି ଟ୍ରେଲର୍ ସହାୟତାରେ ଭୁବନେଶ୍ୱର ଏୟାରପୋର୍ଟ ଆଣିଥିଲେ ରାଜ୍ୟ ସରକାର । ସେଠାରେ ଷ୍ଟେଟ୍ ହ୍ୟାଙ୍ଗରେ ଆରମ୍ଭ ହୋଇଥିଲା ଡାକୋଟାର ପୁନରୁଦ୍ଧାର କାମ । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ସେଣ୍ଟରର ଏକ ୩୦ ଜଣିଆ ଟିମ୍ ଏହି କାମରେ ଲାଗିଛନ୍ତି ।

ବିମାନର ନଷ୍ଟ ହୋଇଯାଇଥିବା ଅଂଶକୁ ମରାମତି କରାଯାଇଛି । ଏପଟେ ବିମାନବନ୍ଦରର ଟର୍ମିନାଲ-୧ ସମ୍ମୁଖରେ ଲିଜରେ ନିଆଯାଇଥିବା ୧.୧ ଏକର ପରିମିତ ସ୍ଥାନ ବି ସଜେଇ ହେଉଛି । ଡାକୋଟା ଛିଡ଼ା ହେବାକୁ ଥିବା ପେଡେଷ୍ଟ୍ରାଲ ନିର୍ମାଣ ଶେଷ ହୋଇଥିବା ବେଳେ ଦର୍ଶକ ଗ୍ୟାଲେରୀ ନିର୍ମାଣ କାମ ବି ଶେଷ ପର୍ଯ୍ୟାୟରେ ।

ମାର୍ବଲ ଓ ଟାଇଲ କାମ ଚାଲୁ ରହିଛି । ଆଗକୁ ପେଡେଷ୍ଟ୍ରାଲ ଚତୁଃପାର୍ଶ୍ୱରେ ଲାଇଟ୍ ଲଗାଯିବ । ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରାଯିବ । ଡାକୋଟା ସହ ବିଜୁ ବାବୁଙ୍କ ବହୁ ସ୍ମୃତି ସହ ଓଡ଼ିଶାର ଐତିହ୍ୟ ଯୋଡ଼ି ହୋଇଥିବାରୁ ଏହାର ପୁର୍ନଜନ୍ମକୁ ଅପେକ୍ଷା କରି ରହିଛନ୍ତି ଓଡ଼ିଶାବାସୀ । 

Bhubaneswar Airport Dakota
Advertisment
Advertisment