• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମଝି ରାସ୍ତାରେ ପଡିଛି କାନ୍ଦବୋବାଳି । ବୁଢୀ ମାଉସୀ ଜଣକ ବାପାଲୋ...କଣ କଲୁରେ ଧନ କହି ଭୋ ଭୋ ହୋଇ କାନ୍ଦୁଛି । ହେଲେ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଆଡେଇ ଦେଇ ପଳାଉଛନ୍ତି । ଏମିତି ଦେଖିବା ପରେ ହଠାତ୍‌ ଆପଣ ବୁଝିପାରିନଥିବେ ସେଇଠି କଣ ହେଲା? କାହିଁକି ଏମିତି କାନ୍ଦୁ ବୋବାଳି ପଡ଼ିଛି ?

ଦର୍ଶକବନ୍ଧୁ ଝିଅର ବାହାଘର ଲାଗି ପ୍ରସ୍ତାବ ଦେଖିବାକୁ ଆସିଥିଲେ ବାପା । ମନରେ କେତେ କଣ ଚିନ୍ତା କରିଥିଲେ ....ଭଲ ପ୍ରସ୍ତାବ ଦେଖିବେ, ଝିଅକୁ ବାହା ଦେବେ । ସେ ଖୁସିରେ ସଂସାର କରିବ। କିନ୍ତୁ ବାପାର ସବୁ ଭାବନାକୁ ଧୂଳିସାତ୍‌ କରିଦେଲା ଗୋଟିଏ ମାତ୍ର ଦୁର୍ଘଟଣା । ହଁ...ଠିକ୍‌ ଶୁଣିଲେ ଆପଣ । ଗୋଟିଏ ଦୁର୍ଘଟଣା ହିଁ ସବୁ ସ୍ୱପ୍ନକୁ ଛାରଖାର କରିଦେଲା । ଝିଅର ବାହାଘର କରିବ କଣ ବରଂ ନିଜର କୋକେଇ ଉଠିଲା....

ଅଧିକ ପଢ଼ନ୍ତୁ: ଗଛରେ ଅଛି ବୁଢୀ ଠାକୁରାଣୀ: ଯିଏ କାଟିବାକୁ ଗଲା ପ୍ରାଣ ହରାଇଲା.. ଏବେ ରାସ୍ତା ଘୁଂଚିଲା କିନ୍ତୁ ଗଛ ରହିଲା

ବାପା ଖୋଜିବାକୁ ଯାଇଥିଲା ବର, ଅଧା ରାସ୍ତାରେ ଶବ ହୋଇଗଲା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦଶପଲ୍ଲା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମପଚଂୟତ କାର୍ଯ୍ୟାଳୟ ପାଖରେ। ଖଣ୍ଡପଡା ଲକ୍ଷ୍ମୀପ୍ରସାଦ ଗାଁର ମହେଶ୍ବର ବେହେରା ନିଜ ଝିଅର ବାହାଘର ଲାଗି ସ୍ଥାନୀୟ ଅଂଚଳର କିଶୋରପ୍ରସାଦ ଗାଁକୁ ଆସିଥିଲେ । ପ୍ରସ୍ତାବ ଦେଖିବା ପରେ ଚାଲିଚାଲି ରାସ୍ତା ପାର୍‌ ହେଉଥିଲେ । ହେଲେ ଦ୍ରୁତଗତିରେ ଆସୁଥିବା ଗାଡି ମହେଶ୍ୱରଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମହେଶ୍ୱରଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ପରିବାର ଲୋକ ପହଂଚିବା ସହିତ କାନ୍ଦବୋବାଳି ପକାଇଥିଲେ । ହେଲେ କାନ୍ଦିକାନ୍ଦି ନୟାନ୍ତ ହେବା ପରେ ବି ମହେଶ୍ୱର କିନ୍ତୁ ଉଠିନଥିଲେ । ଝିଅ ବାହାଘର ପାଇଁ ପ୍ରସ୍ତାବ ଦେଖୁଥିବା ମହେଶ୍ୱର ସବୁଦିନ ଲାଗି ଦୁନିଆରୁ ପଳେଇବା ଘଟଣାକୁ ନେଇ ସ୍ଥାନୀୟ ଅଂଚଲରେ ବେଶ୍‌ ଚର୍ଚ୍ଚା ଚାଲିଛି....

ଦଶପଲ୍ଲାରୁ ସଂଜୀବ ସାହୁ