/odishatv-khabar/media/post_attachments/uploadimage/library/16_9/16_9_0/Marriage_1678197424.jpg)
Marriage
ହୋଇନଥିଲା ସାଜସଜ୍ଜା, ପ୍ରସ୍ତୁତ ନଥିଲା ବେଦି । ଉପସ୍ଥିତ ନଥିଲେ ବରଯାତ୍ରୀ କିମ୍ବା ସାହିବାହି । କିନ୍ତୁ ବାହାଘର ହେଲା । କଥାଟା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଥିବ ସେତିକି ବାସ୍ତବବାଦୀ ମଧ୍ୟ । ମନ୍ଦିର କି ଘରେ ନୁହେଁ ବରଂ ଥାନାରେ ହେଲା ବାହାଘର । ଉଭୟ ବନ-କନିଆଁ ପରସ୍ପର ବେକରେ ବରଣମାଳା ଦେଲେ....ବର କନିଆଁ ମଥାରେ ସିନ୍ଦୂର ଆଉ ହାତରେ ଶଙ୍ଖା ଦେଇ ସାତ ଜନ୍ମର ସାଥୀ କଲା...ଏମିତି ଏକ ନିଆରା ବାହାଘରରେ ସାମିଲ ଥିଲେ ପୋଲିସ୍...
ଆଦର୍ଶ ଥାନା । ବୀରମହାରାଜପୁର...ଏଇ ଥାନାରେ ହେଲା ବାହାଘର । ଆଉ ବାହାଘରରେ ସାମିଲ ଥିଲେ ପୋଲିସ ବାବୁ । ଦେବୀ ଦୁର୍ଗାଙ୍କୁ ସାକ୍ଷୀ ରଖି ନିରାଡମ୍ବର ଭାବରେ ଥାନାରେ ହେଲା ବାହାଘର । ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ।
ବୀରମହାରାଜପୁର ଥାନାଗଉଡଗାଡ ଗାଁର ସୁଶୀଲ କୁମାର ସାହୁ ଏବଂ ମୁର୍ଷୁଣ୍ଢି ଗାଁର ଲିପସା ସାହୁଙ୍କ ମଧ୍ୟରେ ଗତ ୫ବର୍ଷ ହେଲା ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟେ ଉଭୟଙ୍କୁ ବାହା ହେବାପାଇଁ ପ୍ରତିଜ୍ଞା ବଦ୍ଧ ହୋଇସାରିଥିଲେ । ହେଲେ ସେମାନଙ୍କ ବାହାଘର ପାଇଁ ଉଭୟ ପରିବାର ରାଜି ନଥିଲେ । କିନ୍ତୁ ଲିପ୍ସା ସୁଶୀଲଙ୍କୁ ସବୁ କହିବା ପରେ ଉଭୟ ପହଞ୍ଚିଥିଲେ ଥାନାରେ । ଥାନାରେ ପହଞ୍ଚିବା ପରେ ଉଭୟଙ୍କ ପରିବାରକୁ ଥାନାକୁ ଡକାଇ ବୁଝାସୁଝା କରିଥିଲେ ଥାନା ଅଧିକାରିଣୀ । ପରିବାର ବୁଝିବା ପରେ ଏବେ ଥାନାରେ ଏମିତି ବାହାଘର ହେଲା ।
ଅନେକ ସମୟରେ ଦେଖାଯାଇଛି ବାହାଘର ଦିନ କନିଆଁ ଫେରାର ହେଲାଣି ତ ବାହାଘର ପରେ ବର ପରକୀୟାପ୍ରୀତି ରଖିଲାଣି । କିନ୍ତୁ ଏମାନେ ଥାନାକୁ ଆସି ପରିବାରର ଆଶୀର୍ବାଦ ନେଇ ବାହା ହେବା ଘଟଣା ଆଜିର ଯୁବ ସମାଜକୁ ନିଶ୍ଚୟ ଏକ ଉଚିତ ଶିକ୍ଷା ଦେବ...
ସୋନପୁରରୁ ରବୀନ୍ଦ୍ର ହୋତା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)