Advertisment

ରଙ୍ଗ ବଦଳରେ ବୋହିଲା ରକ୍ତ ନଦୀ, ହୋଲିରେ ମୁଣ୍ଡ ଗଡ଼ିଲା...

ରଙ୍ଗ ବଦଳରେ ବୋହିଲା ରକ୍ତ ନଦୀ। ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Holi Mishaps In Odisha's Athagarh

1 killed, 2 critical after being attacked in Athagarh

ଆଜି ରଙ୍ଗର ପର୍ବ ହୋଲି। ସବୁଠି ଉତ୍ସବମୁଖର ପରିବେଶ। ରଙ୍ଗର ପର୍ବରେ ରଙ୍ଗୀନ ହୋଇ ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ମଉଜ ମସ୍ତି କରୁଛନ୍ତି ଲୋକେ। ଭୋଜି ଭାତ ସହ ନାଚ ଗୀତର ଆସର ଜମୁଛିା ଏସବୁ ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ରଙ୍ଗ ବଦଳରେ ବୋହିଲା ରକ୍ତ ନଦୀ। ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ଆଠଗଡ଼ରେ ଆଜି ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିର ଚିନ୍ତାମଣି ବେହେରା।

Advertisment

ଅଧିକ ପଢ଼ନ୍ତୁ: ହୋଲିରେ କାନ୍ଦବୋବାଳି, ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଭାଇ ମୃତ

ସୂଚନା ଅନୁସାରେ, ତିଗିରିଆ ଥାନା ଅନ୍ତର୍ଗତ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିରେ ଗୋଟିଏ ପରିବାରର ୩ ଜଣଙ୍କୁ ଏହି ସଂଘବଦ୍ଧ ଆକ୍ରମଣ ହୋଇଛି। ଚାରିଆଡ଼େ ହୋଲି ସେଲିବ୍ରେସନ୍‌ ଚାଲିଥିବା ବେଳେ ଆଠଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। 

ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇ ମାରଣାସ୍ତ୍ରରେ ଆକ୍ରମଣ ଯୋଗୁ ଘଟଣାସ୍ଥଳରେ ଚିନ୍ତାମଣିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ସେମାନଙ୍କୁ  ଆଠଗଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ମା’, ଝିଅଙ୍କୁ କଟକ ବଡ଼ ମେଡିକାଲ୍‌ କୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଘଟଣାରେ ପୋଲିସ୍‌ ୨ ଜଣ ମହିଳାଙ୍କୁ ଥାନାରେ ରଖି ପଚରାଉଚରା ଚଳାଇଛି। 

Advertisment
Holi Holi Celebration
Advertisment
Advertisment