• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାତ୍ର ୧୨ ଦିନ ତଳେ ହୋଇଥିଲା ବାହାଘର । କାନ୍ଥରେ ଅଙ୍କାଯାଇଥିବା ଶୁଭବିବାହର ଚିତ୍ର ଦାଉଦାଉ ହୋଇ ଜଳୁଛି । ଘର ଦୁଆରେ ଲଗାଯାଇଥିବା ୱେଡିଂ ପୋଷ୍ଟର ପବନରେ ଫରଫର ହୋଇ ଉଡୁଛି । ନୂଆ ଜୀବନ ସହ ସଂସାର କରିବାକୁ ବାପା-ମାଆଙ୍କୁ ସବୁଦିନ ପାଇଁ ଛାଡି ଶାଶୂ ଘରକୁ ଆସିଥିଲା ଝିଅ। ମନରେ କେତେ କଣ ସ୍ୱପ୍ନ ଥିଲା, କେତେ ଆଶା ବି ଥିଲା...ହେଲେ ସବୁ ସରିଗଲା । ୧୨ ଦିନ ତଳେ ବେଦୀରେ ଏମିତି ହାତଗଣ୍ଠି ପଡ଼ିଥିଲା...ଆଉ ଏବେ ପ୍ରସ୍ତୁତ ହେଉଛି ଜୁଇ...

ଅଧିକ ପଢ଼ନ୍ତୁ: ନବବଧୂକୁ କରେଣ୍ଟ ଲଗାଇ ହତ୍ୟା ପରେ ଫ୍ୟାନ୍‌ରେ ଝୁଲାଇଦେଲେ !

ଶାଶୂଘରକୁ ଆସିଥିଲା ସ୍ୱପ୍ନ ନେଇ...ହେଲେ ସବୁ ଚୁରମାର ହୋଇଗଲା । ୧୨ ଦିନ ତଳେ ଯେଉଁ ଘରକୁ ସବାରୀ ଯାଇଥିଲା...ଆଜି ସେହି ଘରୁ ଉଠିଲା କୋକେଇ । ସଂସାର ଗଢ଼ିବା ଆଗରୁ ଯୌତୁକ ପାଇଁ ଶାଶୂ ଘର ଲୋକେ ନବବଧୂକୁ ମାରି ଦେଇଥିବା ଭଳି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ହୋଇଛି । କଟକ ନରସିଂହପୁର ନିମସାହିରେ ଘଟିଛି ଏମିତି ଅଭାବନୀୟ ଘଟଣା । ଆଉ ମୃତ ନବବଧୂ ଜଣଙ୍କ ହେଉଛନ୍ତି ମିନାକ୍ଷୀ ନାଏକ ।

ମିନାକ୍ଷୀ ବାପି ନାଏକଙ୍କୁ ବୈଦିକ ରୀତିନୀତିରେ ୧୨ ଦିନ ତଳେ ବିବାହ କରିଥିଲେ। ବିବାହ ପରେ ମିନାକ୍ଷୀଙ୍କ ସଂସାର ଠିକ୍‌ରେ ଚାଲିଥିଲା। ହେଲେ ଅଧ ରାତିରେ ଶାଶୂଘରୁ ବାପଘର ଲୋକକୁ ଫୋନ୍‌ ଯାଇଥିଲା । କୁହାଯାଇଥିଲା ତୁମ ଝିଅର ମୃତ୍ୟୁ ହୋଇଛି...ବାସ୍‌ ଏତିକି କଥା ଶୁଣିବା ପରେ ରାତି ଅଧରେ ଶାଶୂଘରେ ପହଞ୍ଚିଥିଲେ ବାପଘର ଲୋକ । ଆଉ ଖଟରେ ଏମିତି ଶୋଇଥିଲା ଝିଅ । କାନ୍ଦିକାନ୍ଦି ଝିଅ ପାଖରେ ମାଆ ମୁଣ୍ଡ ବାଡେଇ ଦେଲା...ହେଲେ ଝିଅ ଉଠିଲାନି । ଏବେ ଉଠିଲାନି କି ଆଉ କେବେ ବି ଉଠିବନି । ତେବେ ଶାଶୂଘର ଲୋକ ହିଁ ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପଘର ଲୋକ । ଖାଲି ଅଭଇଯୋଗ ଆଣିଲେ ତାହା ନୁହେଁ ଏନେଇ ଥାନାରେ ବି ମାମଲା ହୋଇଛି। ଏସ୍ୱାମୀ ବାପି ନାଏକ, ଶଶୁର ଲୋକନାଥ ନାଏକ ଓ ଶାଶୂ ସାବିତ୍ରୀ ନାଏକଙ୍କୁ ଅଟକ ରଖି ପଚରାଉଚରା କରୁଛି।

() ବାହାଘରର ମାତ୍ର ୧୨ ଦିନ ପରେ କେମିତି ଅଧ ରାତିରେ ମୀନାକ୍ଷୀ ପ୍ରାଣ ହରାଇଲେ ତାହାକୁ ନେଇ ସନ୍ଦେହ ହେବା ସହିତ ଝିଅକୁ ହରାଇ ଧୈର୍ଯ୍ୟହରା ବାପା-ମାଆ...

ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁଙ୍କ ରିପୋର୍ଟ, ଓଟିଭି