Advertisment

Yogasana: ଆପଣ ଗ୍ୟାସ୍ ଏବଂ ବଦହଜମୀ ଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି କି… କରନ୍ତୁ ଏହି ୩ ଆସନ

ଅନେକ ଲୋକ ଗ୍ୟାସ୍, ହାକୁଡି ଏବଂ ବଦହଜମୀ ଭଳି ସମସ୍ୟାରେ ପୀଡିତ। ଯଦି ଆପଣ ପେଟରେ ଭାରୀପଣ, ଗ୍ୟାସ୍ ଏବଂ ଦିନସାରା ହାକୁଡି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ କେବଳ ଯୋଗ ହିଁ ଆପଣଙ୍କୁ ସାହାଯ୍ୟ କରିପାରିବ।

author-image
Pramod Behera
ଅଦ୍ୟତନ ହୋଇଛି
Yoga poses to get rid of gastric problem

Yoga poses to get rid of gastric problem

ଆଜିକାଲି ଗ୍ୟାସ୍, ହାକୁଡି ଏବଂ ବଦହଜମୀ ଭଳି ହଜମ ସମ୍ବନ୍ଧ ସମସ୍ୟା ଅତି ସାଧାରଣ ହୋଇଗଲାଣି। ଯଦି ଆପଣ ପେଟରେ ଭାରୀପଣ, ଗ୍ୟାସ୍ ଏବଂ ଦିନସାରା ହାକୁଡି ସମସ୍ୟାର ସମ୍ମୁଖାନ ହେଉଛନ୍ତି, ତେବେ କେବଳ ଯୋଗ ହିଁ ଆପଣଙ୍କୁ ସାହାଯ୍ୟ କରିପାରିବ।

Advertisment

ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ କିଛି ଯୋଗାସନକୁ ସାମିଲ କରି ଆପଣ ହଜମ ପ୍ରକ୍ରିୟାକୁ ମଜବୁତ କରିପାରିବେ। ଏହିସବୁ ଆସନ କରିବା ଦ୍ୱାରା ଗ୍ୟାସ ସମସ୍ୟା ମୂଳରୁ ହିଁ ଦୂର ହୋଇପାରିବ। ନିୟମିତ ଯୋଗାସନ ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିବ ଏବଂ ପେଟ ସମସ୍ୟାରୁ ମୁକ୍ତି ଦେବ।

ଗ୍ୟାସ୍ ଏବଂ ହାକୁଡି ଦୂର କରିବା ପାଇଁ ୫ ଟି ପ୍ରଭାବଶାଳୀ ଯୋଗାସନ। ଆସନ୍ତୁ ଜାଣିବା।

Advertisment

ଅଧିକ ପଢ଼ନ୍ତୁ: ବ୍ୟାୟାମ କରିବାକୁ ସମୟ ନାହିଁ କି… ଯିବା-ଆସିବା ଭିତରେ କରନ୍ତୁ ଏହି ୪ ଯୋଗ

ପବନମୁକ୍ତାସନ:

ଗ୍ୟାସ୍ ଦୂର କରିବା ପାଇଁ ପବନମୁକ୍ତାସନ ରାମବାଣ ଭଳି କାମ କରେ। ଏହାକୁ ଅଭ୍ୟାସ କରିବା ପାଇଁ, ପ୍ରଥମେ ପିଠି ପଟିଆ ଶୋଇଯାଆନ୍ତୁ। ଏହାପରେ ଦୁଇ ଗୋଡକୁ ଆଣ୍ଠୁ ପାଖରୁ ଭାଙ୍ଗି ଆଣ୍ଠୁକୁ ଛାତି ଆଡକୁ ଆଣନ୍ତୁ।

ତା’ପରେ ଦୁଇ ହାତର ପାପୁଲିକୁ ଛନ୍ଦି ଆଣ୍ଠୁ ଉପରେ ରଖନ୍ତୁ। ଏହା ପରେ ମୁଣ୍ଡ ଉଠାଇ ଆଣ୍ଠୁ ଆଡକୁ ଆଣନ୍ତୁ। ଏହି ଅବସ୍ଥାରେ ୧୫-୨୦ ସେକେଣ୍ଡ ରୁହନ୍ତୁ। ଏହା ପରେ ଧୀରେ ଧୀରେ ମୂଳ ସ୍ଥିତିକୁ ଆସନ୍ତୁ। ଏହି ଆସନକୁ ୩ରୁ ୫ ଥର ପୁନରାବୃତ୍ତି କରନ୍ତୁ।

ଏହି ଆସନର ଅଭ୍ୟାସ ପେଟରେ ଫସି ରହିଥିବା ଗ୍ୟାସକୁ ମୁକ୍ତ କରିଥାଏ। ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଏବଂ ଅମ୍ଳତା ଏବଂ ବଦହଜମୀରୁ ମୁକ୍ତି ପ୍ରଦାନ କରେ।

ବଜ୍ରାସନ:

ବଜ୍ରାସନ ଅଭ୍ୟାସ କରିବା ପାଇଁ, ଆଣ୍ଠୁ ଭାଙ୍ଗି ଗୋଇଠି ଉପରେ ବସନ୍ତୁ ଏବଂ ଆଣ୍ଠୁ ଉପରେ ହାତ ରଖନ୍ତୁ। ଅଣ୍ଟା ଏବଂ ମୁଣ୍ଡକୁ ସିଧା ରଖନ୍ତୁ। ଏକ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ଏହି ଅବସ୍ଥାରେ ୫-୧୦ ମିନିଟ୍ ପର୍ଯ୍ୟନ୍ତ ବସନ୍ତୁ।

ଏହି ଆସନ ଅଭ୍ୟାସ କରିବା ହଜମକୁ ତ୍ୱରାନ୍ୱିତ କରିଥାଏ ଏବଂ ଗ୍ୟାସ୍ ତିଆରିକୁ ରୋକିଥାଏ। କୋଷ୍ଠକାଠିନ୍ୟ ଏବଂ ଅମ୍ଳତା ସମସ୍ୟାକୁ ହ୍ରାସ କରେ। ଖାଦ୍ୟ ଖାଇବା ପରେ ୫-୧୦ ମିନିଟ୍ ପର୍ଯ୍ୟନ୍ତ ଏହି ଆସନ କରିବା ଦ୍ୱାରା ପେଟ ହାଲୁକା ଅନୁଭବ ହୁଏ।

ଭୁଜଙ୍ଗାସନ:

ପେଟ ଗ୍ୟାସ୍ ଏବଂ ହାକୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭୁଜଙ୍ଗାସନ ଅଭ୍ୟାସ କରନ୍ତୁ। ଏହି ଆସନ ଅଭ୍ୟାସ କରିବାକୁ ହେଲେ ପେଟ ପଟିଆ ଶୋଇପଡନ୍ତୁ ଏବଂ କାନ୍ଧ ନିକଟରେ ଭୂମିରେ ପାପୁଲି ରଖନ୍ତୁ। ଏକ ଗଭୀର ଶ୍ୱାସ ନେଇ ଶରୀରର ଉପର ଅଂଶକୁ ଉଠାନ୍ତୁ ଏବଂ ମୁଣ୍ଡକୁ ଉପରକୁ ରଖନ୍ତୁ। ୧୫-୨୦ ସେକେଣ୍ଡ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରୁହନ୍ତୁ ଏବଂ ଧୀରେ ଧୀରେ ଫେରି ଆସନ୍ତୁ। ଏହାକୁ ୩-୫ ଥର ପୁନରାବୃତ୍ତି କରନ୍ତୁ।

ଭୁଜଙ୍ଗାସନ ଅଭ୍ୟାସ କରିବା ଦ୍ୱାରା ଏହା ପେଟରୁ ଗ୍ୟାସ୍ ବାହାର କରିବାରେ ସାହାଯ୍ୟ କରିଥାଏ। ଅମ୍ଳତା ଏବଂ ହାକୁଡି ସମସ୍ୟା ହ୍ରାସ ହୁଏ। ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ମଜବୁତ କରିଥାଏ।

ଅଧିକ ପଢ଼ନ୍ତୁ: ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବାକୁ ଚାହାନ୍ତି କି… କରନ୍ତୁ ଏହି ୩ ଯୋଗ

Yogasana Gas Heath Tips Acidity Problem
Advertisment
Advertisment