Advertisment

ଭୁଲ ଇଞ୍ଜେକସନ୍‌ ନେଲା ପ୍ରାଣ : ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ

ମେଡିକାଲ ବେଡ୍‌ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି

author-image
Sarbeswar
ଅଦ୍ୟତନ ହୋଇଛି
undefined

Dead Body

ରଡି ଛାଡି କାନ୍ଦୁଛି ମାଆ...ଧୈର୍ଯ୍ୟହରା ହେଉଛି ବାପା । ମେଡିକାଲ ପରିସରରେ ଲାଗିଛି ଗହଳି...ଏମିତି ସବୁ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ସେଇଠି କଣ ହେଲା? ଏମାନେ କାହିଁକି ଏମିତି କାନ୍ଦୁଛନ୍ତି? ଦର୍ଶକବନ୍ଧୁ ଭେଣ୍ଡିଆ ପୁଅ ଯେବେ ମେଡିକାଲରେ ମରି ପଡିଥିବ ସେତେବେଳେ ବାପା-ମାଆ ରାହା ଧରି କାନ୍ଦିବେ ନାହିଁ ତ କରିବେ କଣ?

Advertisment

ମେଡିକାଲ ବେଡ୍‌ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି। ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ? ଘରୋଇ କ୍ଲିନିକ୍‌ର ଭୁଲ ପାଇଁ ଆଜି ଖାଲି ହୋଇଗଲା ମାଆ କୋଳ । ପୁଅର ଦେହ ଖରାପ ଥିବାରୁ ଘରୋଇ ମେଡିକାଲ ନେଇଥିଲେ ପରିବାର ଲୋକ। କିନ୍ତୁ ସେଠାରେ ଭୁଲ ଇଞ୍ଜକେସନ୍‌ ଦିଆଯାଇଥିଲା। ପୁଅ ଗୁରୁତର ହେବାରୁ ସାଙ୍ଗେ ସାଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେତେବେଳକୁ ପିଣ୍ଡରୁ ପ୍ରାଣ ଚାଲିଯାଇଥିଲା ।

ଭଦ୍ରକର ଶୁଭେନ୍ଦୁ...ହଠାତ୍‌ ଜ୍ୱର ହେବାରୁ ପରିବାର ଲୋକ ତାଙ୍କୁ ମେଡିକାଲ ନେଇଥିଲେ । ଡାକ୍ତର ଚିକିତ୍ସା ପରେ ଇଂଜେକସନ୍ ଲେଖିଥିଲେ । ହେଲେ ସାଙ୍ଗେ ସାଙ୍ଗେ ରିକ୍ସାସନ୍‌ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଖାଲି ଅଭିଯୋଗ କରିଛନ୍ତି ତାହା ନୁହେଁ ବରଂ ଡାକ୍ତରଙ୍କ ଭୁଲ ପାଇଁ ଶୁଭେନ୍ଦୁଙ୍କର ଜୀବନ ଯାଇଥିବା ସଙ୍ଗୀନ ଅଭିଯୋଗ ବି କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଡିକାଲରେ ମୃତ ଘୋଷଣା ହେବା ପରେ ପରିବାର ଲୋକ ସେହି କ୍ଲିନିକକୁ ଶବ ନେଇଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୁଣି ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ଆସିଥିଲା । ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ବି ପରିସ୍ଥିତି ଉତ୍ତେଜନମୂଳକ ଥିଲା ।

Advertisment

ଦର୍ଶକବନ୍ଧୁ...ଜୀବନ ବଂଚାଇବା ପାଇଁ ଆମେ ମେଡିକାଲ ଦଉଡନ୍ତି..ଡାକ୍ତରଙ୍କୁ ଆମେ ଦେବତା ବୋଲି ବି କୁହନ୍ତି । କିନ୍ତୁ ସେହି ଡାକ୍ତରଙ୍କ ପାଇଁ ଯଦି ଜଣଙ୍କ ଜୀବନ ଯାଏ ତେବେ ଆମେ କାହାକୁ କହିବା? ଜନ୍ମ କରିଥିବା ପିଲା ଯଦି ମାଆ ଆଗରୁ ଦୁନିଆ ଛାଡିଯାଏ ସେ କଷ୍ଟକୁ ଶବ୍ଦରେ ବର୍ଣ୍ଣନା କରିବା ବି ଅସମ୍ଭବ...

ଭଦ୍ରକରୁ ପାର୍ଥସାରଥୀ ନାୟକ

Accident Medical Negligence
Advertisment
Advertisment