• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦିନେ ବୁଲିବୁଲି ସମାଜ ସେବା କରୁଥିଲେ, ଲୋକଙ୍କ ଭଲମନ୍ଦି କଥା ବୁଝୁଥିଲେ...ଯାହାକୁ ଯେମିତି ସାହାଯ୍ୟ ଦରକାର କରୁଥିଲେ । ବେଶ୍‌ ହସଖୁସିରେ ଚଳୁଥୁଲା ପରିବାର । ହେଲେ ଏବେ ସବୁ ବଦଳିଯାଇଛି ....ସ୍ୱାମୀ, ଶଙ୍ଖା ଆଉ ସିନ୍ଦୂରକୁ ବଂଚାଇବାକୁ ଦୁଆର ଦୁଆର ବୁଲି ସାହାଯ୍ୟ ମାଗୁଛି ସ୍ତ୍ରୀ । କହୁଛନ୍ତି, ଆପଣମାନେ ସାହାଯ୍ୟ କଲେ ମୋ ସ୍ୱାମୀ ବଂଚିବ....ମୋ ମଥାରେ ଦାଉ ଦାଉ ହୋଇ ସିନ୍ଦୂର ଝଟକିବ ।

ବାଲେଶ୍ୱର ସୋର ବୁଡେଇ ଗାଁର ମନୋରଂଜନ ପତ୍ରୀ । ଗାଁରେ ହେଉ କି ବ୍ଲକ୍‌ରେ ସକାଳୁ ସଂଜ ପର୍ଯ୍ୟନ୍ତ ବୁଲିବୁଲି ଲୋକଙ୍କ ସେବା କରନ୍ତି । ସାହାଯ୍ୟର ହାତ ବଢାନ୍ତି...କିନ୍ତୁ ଏବେ ସ୍ଥିତି ସଂପୂର୍ଣ୍ଣ ବଦଳିଯାଇଛି । ଦୁଇଟି କିଡ଼ନୀ ଖରାପ ହୋଇ।ଇବା ପରେ ଏବେ ଯନ୍ତ୍ରଣାରେ ଦିନ କାଟୁଛନ୍ତି ମନୋରଂଜନ l ପରର ସେବା କରି ଆତ୍ମସନ୍ତୋଷ ପାଉଥିବା ବ୍ୟକ୍ତି ଆଜି ନିଜେ ଟିକେ ଆତ୍ମ ସନ୍ତୋଷ ପାଇଁ ପର ଦୁଆରେ ହାତ ପାତେଇଛନ୍ତି ।

ଦେଖନ୍ତୁ ଭିଡିଓ | ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ ବିତୁଛି ଜୀବନ

ସ୍ୱାମୀ କିଡନୀ ରୋଗରେ ପଡିବା ପରେ ରୋଜଗାର ପୂରା ବନ୍ଦ । ମନୋରଂଜନ ଖଟିଲେ ପରିବାର ଚଳୁଥିଲା ହେଲେ ଏବେ ତେଲଲୁଣ ସଂସାର ଗାଡି ପୂରା ଠପ୍‌ ହୋଇଯାଇଛି । ସ୍ୱାମୀଙ୍କ କଷ୍ଟ ଦେଖିପାରୁନାହାନ୍ତି କି ସହି ବି ପାରୁନାହାନ୍ତି ଗୀତାରାଣୀ । ଦୁଆର ମୁହଁରେ ଠିଆ ହୋଇ ଆଖିରୁ ଝରାଉଛନ୍ତି ଲୁହ । ଏମିତିକି ସ୍ୱାମୀଙ୍କୁ ଶୀଘ୍ର ଭଲ କରିଦେବା ଲାଗି ପର ଦୁଆରେ ବି ହାତ ପତେଇବାକୁ ପଛାଇ ନାହାନ୍ତି ଗୀତାରାଣୀ ।

ଦୁଇଟି ଯାକ କିଡନୀ ଖରାପ ହୋଇଥିବାରୁ ଏବେ ଚିକିତ୍ସା ନିହାତି ଦରକାର । ଡାକ୍ତରଙ୍କ କହିବା ଅନୁସାରେ, ଚିକିତ୍ସା ଲାଗି ପ୍ରାୟ ୨୫ ଲକ୍ଷ ଟଙ୍କା ଦରକାର । ମନୋରଂଜନ ଘରେ ପରିବା ପରେ ରୋଜଗାର ତ ଟଙ୍କାଟିଏ ହେଉନାହିଁ ସେଇଠି ୨୫ ଲକ୍ଷ ଆସିବ ବା କେଉଁଠୁ ? ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକାର୍ଡ ଖଣ୍ଡକ ମିଳିଛି ହେଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଦିନ ଯେତିକି ଯେତିକି ବଢୁଛି ତାଙ୍କ ଯନ୍ତ୍ରଣା ବି ସେତିକି ସେତିକି ବଢିବାରେ ଲାଗିଛି । ଆଉ ଏହାରି ଭିତରେ ଭୋକ ଉପାସରେ ପଡ଼ିଛନ୍ତି ବୃଦ୍ଧ ବାପା, ପତ୍ନୀ ଓ ପୁଅ । ମନୋରଂଜନ ସ୍ଥାନୀୟ ଅଂଚଳରେ ଜଣେ ସମାଜସେବୀ ଭାବରେ ବେଶ୍‌ ଜଣାଶୁଣା ଥିବାରୁ ସ୍ଥାନୀୟ ଲୋକ ତାଙ୍କୁ ସାହାଯ୍ୟ ବି କରୁଛନ୍ତି । ସେହି ସାହାଯ୍ୟ ଟଙ୍କାରେ ଏବେ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କର ଡାଏଲିସିସ୍‌ ବି ହେଉଛି ।

ବଡ଼ ଦୁଃଖର କଥା ଯନ୍ତ୍ରଣାରେ ଘାଂଟି ହେଉଥିବା ମନୋଂରଜନଙ୍କର ପ୍ରତିମାସ ୭ ହଜାର ଟଙ୍କା ଖର୍ଚ୍ଚ ହେଉଛି ଔଷଧ ଖାଇବାରେ । ଯିଏ ଯେତିକି ସାହାଯ୍ୟ କରିଥିଲା ସେତିକିରେ ଏବେ ଡାଏଲିସିସ ହେବା ସହିତ ଔଷଧ ଖର୍ଚ୍ଚ ହେଉଛି । କିନ୍ତୁ ଆଗକୁ ଏତେ ଗୁଡାଏ ଟଙ୍କା ଆସିବ କେଉଁଠୁ? କେମିତି ଭଲ ହେବେ ମନୋରଂଜନ? ସେନେଇ ପୂରା ପରିବାର ଚିନ୍ତା କରୁଥିବା ବେଳେ ଏହାରି ଭିତରେ ତାଙ୍କୁ ଗୋଟିଏ କିଡନୀ ଦେବାକୁ ଗୀତଞ୍ଜଳି ପ୍ରସ୍ତୁତି ସାରିଥିବା ଜଣାପଡ଼ିଛି । 

ଦର୍ଶବନ୍ଧୁ ଯିଏ ଅନ୍ୟକୁ ସାହାଯ୍ୟ କରୁଥିଲା ଆଜି ସିଏ ସାହାଯ୍ୟ ଲୋଡୁଛନ୍ତି । ନିଜର ଶଙ୍ଖା ସିନ୍ଦୂରକୁ ବଂଚାଇବାକୁ ପର ଦୁଆରେ ହାତ ପତାଉଛି ସ୍ତ୍ରୀ...ଯଦି ଆପଣ ମନୋରଂଜନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏଇ ଠିକଣାରେ ଯୋଗାଯୋଗ କରନ୍ତୁ । 

Name:- MR. MANORANJAN PATRI

BRANCH- SBI SORO

Ac/No:- 30349647131

IFSC CODE:-SBIN0007980

Contact Number :-9437103107 / 8260742970

ବାଲେଶ୍ୱର ସୋରରୁ ନିରଞ୍ଜନ ବେହେରା