Advertisment

ଲକ୍ଷପତି କଲା ରଙ୍ଗୀନ ମାଛ ଚାଷ

କେନ୍ଦ୍ରାପଡ଼ା ଜିଲ୍ଲା ପଲେଇ ପଞ୍ଚାୟତର କିଛି ମହିଳାଙ୍କ ଉଦ୍ୟମକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା। ମାତ୍ର ୧୧ଜଣ ମହିଳା ଏକାଠି ହୋଇ ଏହିସବୁ ରଙ୍ଗୀନ ମାଛଚାଷ ଆରମ୍ଭ କରିଛନ୍ତି। ମିଶନ ଶକ୍ତି ସହାୟତାରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ବେଶ୍ କାୟା ବିସ୍ତାର ବି କରିସାରିଲାଣି। ଜୟଦୂର୍ଗା ସ୍ଵଂୟ ସହାୟକ ଗୋଷ୍ଠୀ ଏବେ ୩୨ ଟି ସ୍ଵତନ୍ତ୍ର କୁଣ୍ଡ ତିଆରି କରି ବଜାରର ଚାହିଦା ଅନୁଯାୟୀ ବିଶେଷ କରି ମଲ୍ଲି ଏବଂ ଗୋପୀ ପ୍ରଜାତିର ରଙ୍ଗୀନ ମାଛ ଏଠାରେ କରାଯାଉଛି ଚାଷ ।

author-image
Sarbeswar
ଅଦ୍ୟତନ ହୋଇଛି
Ornamental Fish Farming Turns SHG Members Self-Reliant In Kendrapada

Ornamental fish farming

କୁଣ୍ଡରେ ଭର୍ତ୍ତି ହୋଇ ରହିଛି ପାଣି, ତା’ ଭିତରେ ଖେଳୁଛନ୍ତି ରଙ୍ଗୀନ ମାଛ । ନାଲି, ନେଳି,ହଳଦୀ ସହ ଧଳା ରଙ୍ଗର ପୂଳାଏ ମାଛ ଫକଫକ କିନା ଡେଉଁଛନ୍ତି । ଏମିତି ଦୃଶ୍ୟ ଦେଖିବା ପରେ ଆପଣମାନେ କହିବେ ଏମିତି ମାଛ ତ ଆକ୍ୱାରିୟମ୍‌ରେ ଦେଖିବାକୁ ମିଳେ। ଏଇଠି ଏମାନେ କଣ କରୁଛନ୍ତି ?

Advertisment

ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ରଙ୍ଗୀନ ରଙ୍ଗୀନ ମାଛ ସବୁ ଆକ୍ୱାରିୟମରେ ରହୁଛନ୍ତି । କିଏ ୨ଟି ତ ଆଉ କିଏ ୧୦ ଟି ରଖିଛି । ନିଜ ନିଜ ପସନ୍ଦ ଅନୁସାରେ ମାଛ ରଖୁଛନ୍ତି ଲୋକେ । ତେବେ ଏହି ମାଛ ଚାଷକୁ ନେଇ କେନ୍ଦ୍ରାପଡାରେ ଏବେ ଭାରି ଚର୍ଚ୍ଚା । କାରଣ ଏଇଠି ସାଧାରଣ ମାଛ ନୁହେଁ ବରଂ ଆକ୍ୱାରିୟମରେ ଖେଳୁଥିବା ମାଛ ହେଉଛି ଚାଷ ।

ଅଧିକ ପଢ଼ନ୍ତୁ: ସଜନା ଛୁଇଁ ଚାଷ କରି ବି ହୋଇପାରିବେ ଲକ୍ଷପତି; ଜାଣନ୍ତୁ ଏହି ଚାଷର ସଠିକ୍ ପ୍ରଣାଳୀ

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପଲେଇ ପଞ୍ଚାୟତର କିଛି ମହିଳାଙ୍କ ଉଦ୍ୟମକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା। ମାତ୍ର ୧୧ଜଣ ମହିଳା ଏକାଠି ହୋଇ ଏହିସବୁ ରଙ୍ଗୀନ ମାଛଚାଷ ଆରମ୍ଭ କରିଛନ୍ତି। ମିଶନ ଶକ୍ତି ସହାୟତାରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ବେଶ୍ କାୟା ବିସ୍ତାର ବି କରିସାରିଲାଣି। ଜୟଦୂର୍ଗା ସ୍ଵଂୟ ସହାୟକ ଗୋଷ୍ଠୀ ଏବେ ୩୨ ଟି ସ୍ଵତନ୍ତ୍ର କୁଣ୍ଡ ତିଆରି କରି ବଜାରର ଚାହିଦା ଅନୁଯାୟୀ ବିଶେଷ କରି ମଲ୍ଲି ଏବଂ ଗୋପୀ ପ୍ରଜାତିର ରଙ୍ଗୀନ ମାଛ ଏଠାରେ କରାଯାଉଛି ଚାଷ ।

ଖାଲି ଚାଷ କରୁଛନ୍ତି ତାହା ନୁହେଁ ବରଂ ପ୍ରତିଦିନ ଏହି ମାଛମାନଙ୍କୁ ଦୁଇଓଳି ଖାଇବାକୁ ଦେବା ସହିତ ପ୍ରତି ଦୁଇ ସପ୍ତାହରେ କୁଣ୍ଡରୁ କଢାଯାଉଛି ପାଣି । ପାଣିରେ ଅମ୍ଳଜାନ, ଔଷଧ ଏବଂ ଆବଶ୍ୟକୀୟ ଭିଟାମିନ ମଧ୍ୟ ମିଶ୍ରଣ ବି କରାଯାଉଛି । ଏମିତିକି କେମିତି ମାଛଙ୍କ ଉପରେ ସୂର୍ଯ୍ୟଙ୍କ କିରଣ ନପଡିବ ସେଥିପ୍ରତି ବିଶେଷ ଧ୍ୟାନ ବି ଦିଆଯାଉଛି ।  ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିଲ୍ଲାରେ ପ୍ରଥମ ତଥା ଏକମାତ୍ର ସ୍ଥାନ ଯେଉଁଠାରେ ଚାଷ ହେଉଛି ରଙ୍ଗୀନ ମାଛ । ତେବେ ଲୋକଙ୍କ ଚାହିଦା ରହିଥିବାରୁ ଆଗାମୀ ଦିନରେ ଅଧିକ ମାଛ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି ଗୋଷ୍ଠୀର ସଦସ୍ୟ...ବାସ୍ତୁଦୋଷ ପାଇଁ ଏବେ ଅନେକ ମାଛ ରଖୁଥିବାରୁ ଏଇ ଗୋଷ୍ଠୀର ସଦସ୍ୟମାନେ ଏଇ ମାଛ ଚାଷ କରୁଥିବା ଚର୍ଚ୍ଚା ହେଉଛି...

କେନ୍ଦ୍ରାପଡାରୁ କ୍ୟାମେରା ପର୍ସନ ଉମାକାନ୍ତଙ୍କ ସହ ମନୋଜ ସ୍ୱାଇଁ

ଦେଖନ୍ତୁ ଭିଡିଓ | ଧୋଇ ନାହିଁ କି ମରୁଡି... ସୁନୁସୁନିଆ ଶାଗ ଚାଷ କରି ଲକ୍ଷପତି ଚାଷୀ

SHG SHG Group
Advertisment
Advertisment