• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଘଂଚ ଜଙ୍ଗଳ, ସୁଉଚ୍ଚ ପାହାଡ । କୁଳୁକୁଳୁ ନାଦ କରି ବୋହିଯାଉଛି ଅନେକ ପାହାଡି ଝରଣା । ସବୁଜିମା ମୟ  ପ୍ରାକୃତିକ ମନୋରମ ସ୍ଥାନକୁ ଦେଖିବାକୁ କାହିଁ କେତେ ଆଡୁ ଦର୍ଶକ ଆସୁଛନ୍ତି ତାହାର ଠିକ୍‌ଠିକଣା ନାହିଁ । ପାହାଡର ଛାତି ଚିରି ପାଣି ଏମିତି ବୋହି ଯାଉଛି ଦେଖିଲେ ଆଖି ଲାଖି ହୋଇ ରହିଯିବ ।

ନୂଆପଡା ବୋଡେନ ବ୍ଲକର କବାଟଦରହରର ଦୃଶ୍ୟ ଯିଏ ଦେଖିଛି ସେ ଜାଣିଛି । କବାଟଦରହରକୁ ଥରେ ଯିଏ ଆସିଛି ବାରମ୍ବାର ଆସିବାକୁ ଇଚ୍ଛା କରିଛି । ଇଏ ଏମିତି ଏକ ସ୍ଥାନ ଯେଉଁଠିକୁ ବର୍ଷସାରା ଲୋକଙ୍କର ସମାଗମ ହୁଏ । ଦେଶୀ ଖାସି ମାଂସ ଖାଇବାର ମଜା ଏଇଠି ଅଲଗା ପ୍ରକାର । ଏବେ ମାର୍ଚ୍ଚ ମାସରେ ବି ଲୋକଙ୍କ ଭିଡ ଏତେ ଯେ ନଦେଖିଲେ ବିଶ୍ୱାସ ହେବ ନାହିଁ  । ଥଣ୍ଡା ଥଣ୍ଡା କୁଲକୁଲ ମାହୋଲରେ ବଣଭୋଜିର ମଜା କିଛି ଅଲଗା ପ୍ରକାର ଲାଗିବ  । ସେଇଥି ଲାଗି ତ ଏ ମାସରେ ବି ଦର୍ଶକଙ୍କ ଜମୁଛି ଭିଡ଼ ।

କବାଟଦରହ ଏକ ଏମିତି ପର୍ଯ୍ୟଟନସ୍ଥଳୀ ଯାହା ସବୁବେଳେ ସବୁ ଋତୁରେ ପର୍ଯ୍ୟଟକଙ୍କୁ ନିଜର ମନୋରମ ଶୋଭାରେ ବାନ୍ଧି ରଖିଥାଏ । କିନ୍ତୁ ଶୀତ ଦିନେ କବାଟଦରହର ଅପରୂପ ଶୋଭାରେ ମତୁଆଲ ହୋଇଯାଏ ପର୍ଯ୍ୟଟକ । ବାରମ୍ବାର ଏଠାକୁ ଆସିବାକୁ ଇଚ୍ଛା କରେ ଦେଖଣାହାରି । ତେବେ ଆବଶ୍ୟକ ଗମନାଗମନ ବ୍ୟବସ୍ଥା ସହ ପାନୀୟ ଜଳ, ବିଶ୍ରାମଘରର ବ୍ୟବସ୍ଥା ହେଲେ ଆହୁରି ପର୍ଯ୍ୟଟକଙ୍କ ସଂଖ୍ୟା ବଢିଯାନ୍ତା ।

ସେପଟେ କବାଟଦରହରରେ ଅନେକ ବିକାଶ ହେବାର ବାକି ଥିବା ପର୍ଯ୍ୟଟକ କହୁଥିବା ବେଳେ ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରତିକ୍ରିୟା ରଖି କହିଛନ୍ତି...ଏନେଇ ଯୋଜନା ହୋଇଛି । ଖୁବଶୀଘ୍ର ଏହି ପର୍ଯ୍ୟଟନସ୍ଥଳୀର ବିକାଶ ହେବ ।

ନୂଆପଡାରୁ ମାୟାଧର ସରାଫ