ପରିବେଶର କ୍ଷତିର ଭରଣା କରିବା ପାଇଁ କେନ୍ଦ୍ରାପଡ଼ାରେ ସାଗର ପ୍ରଧାନ ଏକ ବଡ଼ ନିଷ୍ପତ୍ତି ନେଲେ । ଲେଖକ ଭାବରେ ତାଙ୍କର ରୋଜଗାରକୁ ସେ ଗଛ ଲଗାଇବାରେ ଖର୍ଚ୍ଚ କରିବେ । ୨୦୦୮ ପରଠାରୁ ସେ ହଜାର ହଜାର ଗଛ ଲଗାଇବାରେ ସାହାଯ୍ୟ କରିଛନ୍ତି ଏବଂ ସମଗ୍ର ଭାରତରେ ୧୨ ଟି ପୋଖରୀକୁ ପୁନର୍ଜୀବିତ କରିଛନ୍ତି ।
୧୬ ତାରିଖରେ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଚଂଳିକ ପାଣିପାଗ ବିଭାଗ ।
ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ପରେ ପିକଅପ ଚାଳକ ଗାଡ଼ି ଛାଡି ଫେରାର ହୋଇଯାଇଛି ।
ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଡ୍ରାଇଭର । ପରେ ସୂର୍ଯ୍ୟନଗର ଅଂଚଳରେ ସ୍ଥାନୀୟ ଲୋକେ କାରକୁ ଅଟକାଇବା ସହ ଚାଳକଙ୍କୁ କାବୁ କରିଛନ୍ତି । କାରରେ ଥିବା ୩ ଜଣଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ ।
ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ୱାଳଙ୍କ କବିତା ବହି ‘ମାନିର ରଫ୍ ଖାତାରେ ପୁର୍ଣ୍ଣିମାର ଗାଁ ଓ ଅନ୍ୟାନ୍ୟ କବିତା’ ଓ ଜ୍ୟୋତ୍ସ୍ନା ବିଶ୍ୱାଳଙ୍କ ଗପବହି ‘ଦର୍ପଣ ଆଗରେ’ ଉନ୍ମୋଚିତ ହୋଇଯାଇଛି।
ସବୁ ଗୁଡିକ ଅଧପନ୍ତରିଆ ଏବଂ ସବୁଠି ହୋଇଛି ନିମ୍ନମାନର କାମ
ବର୍ଷ ବର୍ଷ ଧରି ଲୋକଙ୍କୁ ମିଳୁନି ପାଣି
ବାସ୍ତୁ ଏବଂ ଭୂମି ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଗୃହ ନିର୍ମାଣ ପାଇଁ ପ୍ରଥମେ ଆମେ ଭୂମି ଚୟନ କରିଥାଉ। ଏହି ଭୂମି ଚୟନବେଳେ ଆମେ ବାସ୍ତୁଶାସ୍ତ୍ରର ବିଭିନ୍ନ ନିୟମମାନ ପ୍ରୟୋଗ କରି ଦେଖିବା କଥା କି କେତେଦୂର ଗୃହକର୍ତ୍ତାଙ୍କ ପାଇଁ ଏହା ଶୁଭ ଫଳ ପ୍ରଦାନ କରିବ।
ଭୁବନେଶ୍ୱରରେ ଚାଲିଥିବା ଦୁଇ ଦିନିଆ ଆଞ୍ଚଳିକ ଫିଲ୍ମ କନକ୍ଲେଭ୍ ତରଙ୍ଗ ସିନେ ଫ୍ଲିକ୍ସର ଆଜି ଦ୍ୱିତୀୟ ଦିନ। ଆଜି ୩ଟି ଫିଲ୍ମ ପ୍ରଦର୍ଶିତ ହେବ।
କୌଣସି ଦାମୀ କାର୍ରେ ବସି କନ୍ୟା ଶାଶୁଘରକୁ ବିଦା ହୋଇ ନାହାନ୍ତି ବରଂ ଶଗଡ଼ରେ ବସି ପାରମ୍ପରିକ ଢଙ୍ଗରେ ଶାଶୁଘର ଯାଇଛନ୍ତି। ବର ଘୋଡ଼ାରେ ବସି ବିବାହ ମଣ୍ଡପକୁ ଆସିଥିବା ବେଳେ କନ୍ୟା ବଳଦ ଗାଡ଼ିରେ ବସି ଶାଶୁ ଘରକୁ ଯାଇଛନ୍ତି।
ଆହାର କେନ୍ଦ୍ରକୁ ଖାଇବାକୁ ଆସି ମାଡ଼ ଖାଇଲେ ଯୁବତୀ। ନିମ୍ନମାନର ଖାଦ୍ୟକୁ ନେଇ ପ୍ରତିବାଦ କରିବାରୁ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୧୫ ତାରିଖରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପୋଷ୍ଟମୋର୍ଟମ୍ ରିପୋର୍ଟରେ ଯାହା ଥିଲା ଡାଏଟମ୍ ଟେଷ୍ଟ୍ରେ ବି ସମାନ କଥା ଆସିଲା। ଏବେ ଭିସରା ରିପୋର୍ଟକୁ ଅପେକ୍ଷା ରହିଛି। ଯଦି ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ସ୍ପଷ୍ଟ କରୁଛନ୍ତି ଏସ୍ପି। ତେଣେ ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନଥିବା ଚିନ୍ମୟୀଙ୍କ ମାଆ ନ୍ୟାୟ ପାଇଁ ହାଇକୋର୍ଟ ଯିବେ ବୋଲି ଦୋହରାଇଛନ୍ତି।
ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ତରଙ୍ଗ ସିନେ ଫ୍ଲିକ୍ସ- ୨୦୨୩ । ଯେଉଁଠି ଆଞ୍ଚଳିକ ସିନେମାକୁ ନେଇ ଅନୁଷ୍ଠିତ ହୋଇଛି କନକ୍ଲେଭ୍ । ପ୍ରଥମ ଦିନରେ ପ୍ରଥମ ଫିଲ୍ମ ଭାବେ ପ୍ରଦର୍ଶିତ ହୋଇଛି ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ଦମନ ।
ଲିଭିଯାଇଛି ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସର ସେହି ସର୍ବଗିଳା ନିଆଁ, ଆଉ ଧୂଆଁ ନାହିଁ କି ନିଆଁକୁ ନେଇ ଆତଙ୍କ ବି ନାହିଁ । ହେଲେ ଖଣ୍ଡିଏ ଲେଖାଏଁ ଦୋକାନ କରି ଯେଉଁମାନେ ତେଲ ଲୁଣର ସଂସାର ଚଳାଉଥିଲେ, ଲୁହ ଆଉ କୋହରେ ବତୁରି ଯାଉଛି ସେମାନଙ୍କ ମନ ଆଉ ପ୍ରାଣ । କାରଣ ନିଆଁରେ ଜୀବିକା ଆଉ ରୋଜଗାରର ପନ୍ଥା ଜଳିପୋଡ଼ି ଯାଇଛି । ଉଜୁଡ଼ିଯାଇଛି ପ୍ରତ୍ୟେକଙ୍କ ଭାତହାଣ୍ଡି ।
ଇନଫ୍ଲୁଏଞ୍ଜା ସନ୍ଦେହରେ ଗତ ଜାନୁଆରୀ ଓ ଫେବ୍ରୁଆରୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୨୫ଟି ସାମ୍ପଲ୍ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫୯ଟି H3N2, ୫ଟି ଇନଫ୍ଲୁଏଞ୍ଜା-ଏ ଏବଂ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଦାଦନ, ନାବାଳିକା ବିବାହ ଓ ଆର୍ଥିକ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା କୁହାଯାଉଛି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରୀକ୍ଷା ପରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।
୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ନାଁରେ ନୂଆ ସ୍କିମ୍ ଘୋଷଣା କରିଛନ୍ତି। ଆଗାମୀ ୩ ବର୍ଷରେ ଜନଜାତିଙ୍କ ଜୀବିକା ପାଇଁ ୫ଶହ କୋଟି ଖର୍ଚ୍ଚ କରିବେ ସରକାର। ଯାହାକୁ ନେଇ ଆଦିବାସୀ ଭୋଟ୍ ନେବାକୁ ରଣନୀତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ବିବାହ ଭୋଜିରେ ଯୋଗଦେବା ପାଇଁ ଆସି ଘରକୁ ଫେରୁଥିବା ବେଳେ ଏକ ହାଇୱା ସେ ବସିଥିବା ବୁଲେଟକୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ହାଇୱାଟି ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଟେଷ୍ଟ କ୍ରିକେଟର୍ ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲିଙ୍କ ନୈରାଶ୍ୟଜନକ ଫର୍ମକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଟିମ୍ ଇଣ୍ଡିଆ ପାଇଁ ଏହା ଚିନ୍ତାର ବିଷୟ ହୋଇଛି। ଘରୋଇ ମାଟିରେ ତ ସେ ବାରମ୍ବାର ବିଫଳ ହେଉଛନ୍ତି, ବିଦେଶରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ତାଙ୍କ ଠାରୁ ଟିମ୍ (ଯଦି ଯୋଗ୍ୟତା ହାସଲ କରେ) କ’ଣ ଆଶା କରିବ?
ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ। ସାଂସଦ ପ୍ରତାପ ଷଡ଼ଙ୍ଗୀ ଉଭୟଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ।
ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି।
ପୁରୀ ସମ୍ରାଟ ହୋଟେଲ ଅଗ୍ନିକାଣ୍ଡରୁ ଉଦ୍ଧାର ହୋଇଥିବା ଅଂଶଙ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଛି। ପ୍ରଶାସନର ସହଯୋଗରେ ବ୍ରତର ଆୟୋଜନ ହୋଇଥିବା ବେଳେ, ରୋଷଣୀରେ ଯାଇ ଅଂଶ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
କେନ୍ଦୁପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି।