• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଘଣ୍ଟ ଘଣ୍ଟା, ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର ପରିବେଶ । ଭକ୍ତ ଭଗବାନ ଏକାକାର । ପବିତ୍ର ଦୋଳପୂର୍ଣ୍ଣିମାରେ ଫଗୁର ରଙ୍ଗରେ ରଙ୍ଗେଇ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଦୋଳଗୋବିନ୍ଦ, ଦୋଳବେଦୀକୁ ବିଜେ କରିବା ବେଳେ ସୃଷ୍ଟି ହୋଇଥିଲା ଅପୂର୍ବ ପରିବେଶ ।

ବିମାନରେ ଝୁଲି ଝୁଲି ଆସିଥିଲେ ରାଧାକୃଷ୍ଣ । ଘଣ୍ଟ ଘଣ୍ଟା ସଂକୀର୍ତ୍ତନରେ ଉଛୁଳୁଥିଲା ମେଳଣ ପଡିଆ । ହାତୀ ଘୋଡା ସଖୀ ନାଚ ସହ ଫଗୁ ଖେଳ। ୨ଶହରୁ ଅଧିକ ବିମାନ ଏକାଠି ହୋଇଥିଲେ କଟକ ଜିଲ୍ଲା ମାହାଙ୍ଗାର ଓଳକଣା ମେଳଣରେ । ହୋଲିର ଗୋଟିଏ ଦିନ ଆଗରୁ ରଙ୍ଗୀନ ହୋଇଛି ବଲାଙ୍ଗିର ସହର । ଯାଦବ ସମାଜ ଦ୍ୱାରା ପାଳିତ ହୋଇଛି ଦୋଳ ଉତ୍ସବ ବା ଯାଦବ ହୋଲି । ବାଡ଼ି ଖେଳ ସାଙ୍ଗକୁ ଅବିରରେ ହେଲା ରଙ୍ଗ ଖେଳ । ସେପଟେ କୃଷ୍ଣପ୍ରସାଦରେ ବିଗ୍ରହଙ୍କୁ ଖୋଳ ଓ ପାଇକରେ ସଜାଇ ପରିକ୍ରମା କରାଯାଇଛି । ଆଧ୍ୟାତ୍ମିକ ପରିବେଶରେ ପୁରି ଉଠିଛି ଗାଁ ଦାଣ୍ଡ । ଦୋଳ ପର୍ବ ଅବସରରେ କଟକ ନରସିଂହପୁରରେ ଅନୁଷ୍ଠିତ ହୋଇଛି ଅଷ୍ଟଶମ୍ଭୁ ମେଳଣ । ଏକାଠି ହୋଇଛନ୍ତି ୨୯ ଶମ୍ଭୁ ଓ ୫ ବିଷ୍ଣୁ ପ୍ରତିମା ।

ରାତି ପାହିଲେ ରଙ୍ଗର ପର୍ବ ହୋଲି। ଉତ୍ସାହ କାହିଁରେ କଣ। ଏଥିପାଇଁ ଆଗ୍ରହର ସହ ଲୋକେ ରଙ୍ଗ, ପିଚକାରୀ ଓ ମାସ୍କ କିଣି ନେଉଛନ୍ତି । ଏହାରି ଭିତରେ ରଙ୍ଗ ବଜାରରେ ରେଡ୍ କରିଛି ପୋଲିସ । ଫଗୁ ଓ ହର୍ବାଲ୍ ହୋଲି ନାଁରେ ବିକ୍ରି ହେଉଥିବା କେମିକାଲ୍ ଯୁକ୍ତ ରଙ୍ଗ, ମୁଣ୍ଡଫଟା, ବାର୍ନିସ୍ ସ୍ନୋ ଓ ସ୍ପ୍ରେକୁ ଜବତ କରିଛି । ସେପଟେ ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ରଙ୍ଗର ପର୍ବ ।