/odishatv-khabar/media/post_attachments/uploadimage/library/16_9/16_9_0/holi_1678282673.jpg)
holi
ହୋଲି ପରି ପବିତ୍ର ଦିନରେ ବଡ଼ ଅଘଟଣ । ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଭାଇଙ୍କ ଜୀବନ ଚାଲିଗଲା । ହୋଲି ଖେଳ ସାରି ଗାଧୋଇବା ବେଳେ ପାଣିରେ ଭାସି ଯାଇ ୨ ଭାଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତ ୨ ଭାଇ କେନ୍ଦ୍ରାପଡ଼ା ବ୍ଲକ କେଶପୁର ପଞ୍ଚାୟତ ମୂଷାଡ଼ିହା ଗାଁର ।
ସୂଚନା ଅନୁସାରେ ,ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା କେଶପୁର ପଂଚାୟତ ମୁଷlଡ଼ିଆ ଗ୍ରାମରେ ହୋଲି ଖେଳି ସlରି ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଦୁଇ ଭାଇ ହଠାତ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳେକୁ ବିଳମ୍ବ ହୋଇ ସାରିଥିଲା । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ମୃତକ ଦୁଇ ଜଣ ହେଲେ ପଟ୍ଟାମୁଣ୍ଡାଇ ଥାନା ମୂଷାଡିଆ ଗ୍ରାମର ୪୩ ବର୍ଷୀୟ ସୁଜିତ ଦାସ ଓ ୨୪ବର୍ଷୀୟ ଚିନ୍ମୟ ଦାସ । ଉଭୟ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣା ପଡିଛି । ତେବେ ଏହି ଘଟଣା ପରେ ଚାରିଆଡ଼େ ଶୋକର ଲହରୀ ଖେଳିଯାଇଛି । ପରିବାର ଲୋକଙ୍କ କାନ୍ଦବୋବାଳିରେ ଫାଟି ପଡ଼ୁଛି ମେଡିକାଲ ପରିସର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)