• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରଙ୍ଗର ପର୍ବ ହୋଲିରେ ସମସ୍ତେ ମସଗୁଲ ଥିବା ବେଳେ ରାଜଧାନୀରେ ବଡ଼ ଅଘଟଣ ଘଟିଛି । ଭୁବନେଶ୍ୱର ଭେଣ୍ଡିଂ ଜୋନରେ ନିଆଁ ଲାଗିଯାଇଛି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛପଟ ଥିବା ୫ଟି ଦୋକାନରେ ଏହି ନିଆଁ ଲାଗିଛି । ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଛି ସ୍ପଷ୍ଟ ହୋଇପାରି ନାହିଁ । ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି ।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଚନ୍ଦ୍ରଶେଖରପୁର ସ୍ଥିତ ଭାରତ ପେଟ୍ରୋଲ ପମ୍ପ ଠାରୁ ଅଳ୍ପ ଦୂରରେ ଥିବା ଏକ ଭେଣ୍ଡିଂ ଜୋନ୍‌ରେ ନିଆଁ ଲାଗିଯାଇଥିଲା । ଅଳିଆ ଗଦାରୁ ନିଆଁ ଲାଗିବା ପରେ ଦୋକାନକୁ ନଆଁ ଲାଗି ଯାଇଥିବା କୁହାଯାଉଛି । ନିଆଁ ଲାଗିବା ଫଳରେ ୫ଟି ଦୋକାନ ସଂପୂର୍ଣ୍ଣ ଭାବେ ଭସ୍ମ ହୋଇଯାଇଛି ।

ତେବେ ଜଳି ଯାଇଥିବା ଦୋକାନରେ କେତେ ଟଙ୍କାର ସାମଗ୍ରୀ ଥିଲା ସ୍ପଷ୍ଟ ହୋଇନାହିଁ । ତଥାପି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଥିବା କୁହାଯାଉଛି । ତେବେ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ଦମକଳ ବାହିନୀ । ଏବେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରାଯାଉଛି ।