• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨୦୨୪ରେ ଓଡ଼ିଶା ଦଖଲ ମିଶନରେ ବିଜେପିର ତ୍ରିମୂର୍ତ୍ତି ମୋଦି, ଶାହା ଓ ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦୁଇ ଦୁଇ ଥର ଓଡ଼ିଶା ଗସ୍ତ ପରେ ଆସନ୍ତା ୨୬ରେ ଭଦ୍ରକ ଓ ଯାଜପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଫୋକସରେ ରହିଛି ଉପକୂଳ ଓଡ଼ିଶା । ଏହାର କିଛି ଦିନ ପରେ ପ୍ରାଧନମନ୍ତ୍ରୀ ମୋଦି ବି ଆସିବାର କାର୍ଯ୍ୟକ୍ରମ ରହିଛି ।

ଦଳର ଶୀର୍ଷ ନେତୃବୃନ୍ଦଙ୍କ ଏ ଗସ୍ତ ରାଜ୍ୟ ବିଜେପି ପାଇଁ ବଡ଼ ସଂଜୀବନୀ ହେବ ବୋଲି କୁହାଯାଉଥିବାବେଳେ ବିଜେଡି ଓ କଂଗ୍ରେସ କହିଛନ୍ତି କିଛି ପ୍ରଭାବ ପଡ଼ିବନି । ବିଜେପି ଶୀର୍ଷ ନେତୃବନ୍ଦଙ୍କ ଆଗକୁ ଏଭଳି ଘନ ଘନ ଓଡ଼ିଶା ଆଗମନରୁ ସ୍ପଷ୍ଟ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁରା ଆଗ୍ରେସିଭ୍ ମୁଡ଼ରେ ଅଛି ପଦ୍ମ କ୍ୟାଂପ୍ ।

ଉପକୂଳ ଓଡ଼ିଶା ଦଖଲ ପାଇଁ ଆରମ୍ଭ ହୋଇଗଲାଣି ଷ୍ଟ୍ରାଟେଜି । ମାର୍ଚ୍ଚ ୨୬ରେ ଭଦ୍ରକ ଓ ଯାଜପୁରରେ ବଡ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଯେହେତୁ ଉତ୍ତର ଓଡ଼ିଶାର ଦୁଇ ସଂସଦୀୟ କ୍ଷେତ୍ର ବାଲେଶ୍ୱର ଓ ମୟୂରଭଞ୍ଜ ଦଳ ଦଖଲରେ ଅଛି ତେଣୁ ବିଜେଡି ଦଖଲରେ ଥିବା ପାଖ ଦୁଇ ସଂସଦୀୟ କ୍ଷେତ୍ର ଭଦ୍ରକ ଓ ଯାଜପୁରକୁ ଏବେ ଦଳ କରିଛି ଫୋକସ୍ ।

ଯଦିଓ ବାଲେଶ୍ୱର ସଦର ଉପନିର୍ବାଚନରେ ହାତରୁ ଏ ଆସନ ଖସିଯାଇଥିଲା କିନ୍ତୁ ଧାମନଗର ବାଇଇଲେକସନ ବିଜୟ ଯୋଶ ଫୋରାଇ ଦେଇଛି । ତେଣୁ ଆଗକୁ ବିଜେପି ହାରିଥିବା ରାଜ୍ୟର ସବୁ ସଂସଦୀୟ କ୍ଷେତ୍ରରେ କେନ୍ଦ୍ର ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏଥିସହ ଦଳ ଗ୍ରୋଥ କରୁଥିବା ସମସ୍ତ ବୁଥ୍ ଓ ୫୦ ପ୍ରତିଶତରୁ ଅଧିକ ଭୋଟ୍ ମିଳିଥିବା ବୁଥକୁ ବି ଅଧିକ ଦୃଷ୍ଟି ଦେବ ।

ତେବେ ବିଜେପି ଶୀର୍ଷ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରାଜ୍ୟ ରାଜନୀତିରେ କୌଣସି ପ୍ରଭାବ ପକାଇବନି ବୋଲି କହିଛନ୍ତି ବିଜେଡି ଓ କଂଗ୍ରେସ । ହେଲେ ରାଜନୈତିକ ସମୀକ୍ଷକଙ୍କ ଆକଳନ କିନ୍ତୁ ଅଲଗା । କହିଛନ୍ତି ବୁଥ୍ ମ୍ୟାନେଜମେଣ୍ଟକୁ ଏବେଠୁ ଅଧିକ ଫୋକସ କରୁଛି ବିଜେପି ।

କୋର୍ସ କରେକସନ କରି ଓଡ଼ିଶା ଦଖଲ ଅଭିଯାନ ପାଇଁ ଦଳ କସରତ ଆରମ୍ଭ କରିଛି । ଶାହା, ମୋଦି ଓ ନଡ୍ଡାଙ୍କ ମିଶନ ଓଡ଼ିଶା ଲକ୍ଷ୍ୟ କେତେ ସଫଳ ହେଉଛି ତାହା ୨୪ ସାଧାରଣ ନିର୍ବାଚନ ପରେ ହିଁ ସ୍ପଷ୍ଟ ହେବ ।

ଭୁବନେଶରରୁ କ୍ୟାମେରାପର୍ସନ ବିଭୁ ଓ ଅବଦୁଲ ଅଜିଜଙ୍କ ସହ ଜଗଦୀଶ ଦାସ ଓ ସୌମ୍ୟରଞ୍ଜନ ସହୁଙ୍କ ରିପୋର୍ଟ, ଓଟିଭି