ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ଏଥିରେ ଲାଗି ପାରୁନି ରୋକ୍। ପ୍ରାୟ ୧୫ ହଜାର ସ୍ଥାନରେ ନିଆଁ ଲାଗିଥିବା ପଛରେ ନିଆଁ ଲିଭାଇବା କାମରେ ବନ କର୍ମଚାରୀ ଲାଗିଛନ୍ତି।
ସାରା ଦେଶରେ ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ। ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ।
ଖରା ବଢ଼ିଲେ ଆହୁରି ଗମ୍ଭୀର ହେବ ସ୍ଥିତି
ବୌଦ୍ଧ : ବୌଦ୍ଧ ଜିଲ୍ଲାର ୩୦ରୁ ଅଧିକ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ। ଫଳରେ ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ ହେବାରେ ଲାଗିଛି। ଜିଲ୍ଲାର ମାଧପୁର, ପୁରୁଣା କଟକ, କଣ୍ଟାମାଳ ଏବଂ ମନମୁଣ୍ଡା ରେଂଜରେ ଗତ ପ୍ରାୟ ସପ୍ତାହେ ହେଲା ନିଆଁ ଲାଗିଛି। ଅଥଚ ଏଯାଏଁ ନିଆଁକୁ ଆୟତ୍ତ କରିପାରିନି ବନବିଭାଗ। ଏହାରି ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗରମ ଅନୁଭୁତ ହେବା ସହ ସଙ୍କଟରେ ପଡ଼ିଛନ୍ତି ଜଙ୍ଗଲ ଭିତରେ ଥିବା ଜୀବଜନ୍ତୁ। ଏହାସହ ବଡ଼ […]