• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 08 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 2 years ago

ଗାଁ ଠୁ ସହର ସବୁଠି ହୋଲି ଖେଳ....

ସକାଳର ବୟସ ବଢୁଥିଲା । ତା ସହ ଜମି ଆସୁଥିଲା ଆସର । ସମସ୍ତେ ଏକାକାର, ଭିଜୁଥିଲେ, ମଜୁଥିଲେ, ମାତୁଥିଲେ ରେନ୍ ଡ୍ୟାନସରେ ଆଧୁନିକତା ଭିତରେ ବି ହଜି ଯାଇ ନଥିଲା ପରଂପରା । ନାଚ ଗୀତର ଆସର ଭିତରେ ଗୋବିନ୍ଦାଙ୍କ ହାତରେ ଗୋବିନ୍ଦାଙ୍କ ହାତରେ ଭଙ୍ଗା ହେଉଥିଲା ଦଧିହାଣ୍ଡି । More
  • Tanmay Kumar Mahalik
  • 2 years ago

ଜଳିଯାଉଛି ପୁରୀ ମାର୍କେଟ କମ୍ପ୍ଲେକ୍ସ; ଅଣନିଃଶ୍ୱାନୀ ହୋଇ ୩ ମେଡିକାଲରେ ଭର୍ତ୍ତି

ନିଆଁ ପ୍ରଥମ ମହଲାରେ ଥିବା ଏକ ଡ୍ରେସ୍ ଦୋକାନରେ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । More
  • Tanmay Kumar Mahalik
  • 2 years ago

ଦୁଇ ସ୍ୱୟଂସିଦ୍ଧାଙ୍କ କାହାଣୀ; ପରିଣତ ବୟସରେ ଅଟକିନି ପାଦ

ବିବାହର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କୁ ହରାଇଥିଲେ । ସେପଟେ ମୁଣ୍ଡ ଉପରେ ଥିଲା ଦୁଇ ପିଲାଙ୍କ ଦାୟିତ୍ୱ । ହେଲେ ସେ ଦାୟିତ୍ୱକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ସ୍ୱାମୀଙ୍କ ଏଇ ବ୍ୟବସାୟକୁ ଆଗକୁ ନେଇଥିଲେ ଇନ୍ଦୁମତି । More
  • Tanmay Kumar Mahalik
  • 2 years ago

ରଙ୍ଗର ପର୍ବରେ କର୍ତ୍ତବ୍ୟ ଆଗ; ୨୪ ଘଣ୍ଟିଆ ଡ୍ୟୁଟିରେ ସ୍ୱାସ୍ଥ୍ୟକର୍ମୀ

ଡାକ୍ତର ହୁଅନ୍ତୁ ଅବା ନର୍ସ କି ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ରୋଗୀ ସେବା ପାଇଁ ହୋଲିରେ ବି ତତ୍ପର ଥିଲେ ସମସ୍ତେ । ଛୁଟି ଦିନରେ ସମସ୍ତେ ଏକାଠି ହୋଇ ହୋଲି ମନାଉଥିବା ବେଳେ ସକାଳୁ ସନ୍ଧ୍ୟାଯାଏଁ ଏମାନେ ଲାଗି ପଡିଥିଲେ ସ୍ୱାସ୍ଥ୍ୟ ସେବାରେ । More
  • Tanmay Kumar Mahalik
  • 2 years ago

ହୋଲି ବାହାନାରେ ନିର୍ବାଚନ ପାର୍‌ ପାଇଁ ତିନି ଦଳର ପ୍ରସ୍ତୁତି

ରାଜନୀତିରେ ରଙ୍ଗର ଛିଟା । ବିଜେପି, ବିଜେଡି, କଂଗ୍ରସ । ହୋଲିର ସାତ ରଙ୍ଗରେ ରଙ୍ଗୀନ ସବୁ ଶିବିର । ଆସନ୍ତାବର୍ଷ ଏତେବେଳକୁ ହୋଲିର ଏ ମଉଜରେ ମିଶି ସାରିଥିବ ୨୪ ମହା ସଂଗ୍ରାମର ରଙ୍ଗ । More
  • Tanmay Kumar Mahalik
  • 2 years ago

ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି; ଆସିବେ ମୋଦି,ଶାହା ଓ ନଡ୍ଡା

ବାଲେଶ୍ୱର ସଦର ଉପନିର୍ବାଚନରେ ହାତରୁ ଏ ଆସନ ଖସିଯାଇଥିଲା କିନ୍ତୁ ଧାମନଗର ବାଇଇଲେକସନ ବିଜୟ ଯୋଶ ଫୋରାଇ ଦେଇଛି । ତେଣୁ ଆଗକୁ ବିଜେପି ହାରିଥିବା ରାଜ୍ୟର ସବୁ ସଂସଦୀୟ କ୍ଷେତ୍ରରେ କେନ୍ଦ୍ର ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। More
  • Prangyan Parimita
  • 2 years ago

ବୋଲ ମାନୁନି ବନାଗ୍ନି : ଏ ଜଙ୍ଗଲରୁ ସେ ଜଙ୍ଗଲ, ମାଡ଼ି ଚାଲିଛି ଜଙ୍ଗଲ ନିଆଁ

ସାରା ଦେଶରେ ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ। ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ। More
  • Prangyan Parimita
  • 2 years ago

ଭେଣ୍ଡିଂ ଜୋନରେ ଲାଗିଲା ନିଆଁ : ହୁତୁ ହୁତୁ ଜଳିଲା ୫ ଦୋକାନ

ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛପଟ ଥିବା ୫ଟି ଦୋକାନରେ ଏହି ନିଆଁ ଲାଗିଛି More
  • Satyendu Shekher Mishra
  • 2 years ago

Today Panchang 8th March 2023: ଜାଣନ୍ତୁ ଆଜିର ଶୁଭବେଳା, ଆଉ କାହା ପାଇଁ ଦିନଟି ଘାତ ବାର

ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୭.୪୩ ଗତେ ୨ପାଦ More
  • Rajalaxmi Sahoo
  • 2 years ago

ରଙ୍ଗ ବଦଳରେ ବୋହିଲା ରକ୍ତ ନଦୀ, ହୋଲିରେ ମୁଣ୍ଡ ଗଡ଼ିଲା...

ରଙ୍ଗ ବଦଳରେ ବୋହିଲା ରକ୍ତ ନଦୀ। ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। More
  • Rajalaxmi Sahoo
  • 2 years ago

ହୋଲିରେ ରଙ୍ଗ ଖେଳୁଛନ୍ତି କି ? ରୁହନ୍ତୁ, ସତର୍କ...ଟିକିଏ ଅସାବଧାନତା ଆଣିପାରେ ବିପଦ

ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ଓ ପରିବେଶ ଅନୁକୂଳ ରଙ୍ଗ ବ୍ୟବହାର କରନ୍ତୁ। ରଙ୍ଗରେ ବେଳେବେଳେ କାଚ ଗୁଣ୍ଡ ବା ଆଜ୍‌ବେଷ୍ଟସ୍ ଗୁଣ୍ଡ ପରି ବିପଜ୍ଜନକ ଉପାଦାନ ମଧ୍ୟ ମିଶାଯାଇଥାଏ। ଏହା କିଡନୀ, ଲିଭର୍, ହାଡ, ଆଖିକୁ କ୍ଷତି ପହଞ୍ଚାଇବା ସହ ଆଜ୍‌ମା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। More
  • Rajalaxmi Sahoo
  • 2 years ago

ରଙ୍ଗ ଲଗାଇବା ଯେତିକି ମଜା, ରଙ୍ଗ ଛଡ଼ାଇବା ସେତିକି କଷ୍ଟ...ଜାଣନ୍ତୁ କେମିତି ଛଡ଼ାଇବେ ହୋଲି ରଙ୍ଗ ?

ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ ଖେଳିବା ପୂର୍ବରୁ ପ୍ରଥମେ ନିଜ ଶରୀରରେ ସୋରିଷ ତେଲ, ନଡ଼ିଆ ତେଲ କିମ୍ୱା କୌଣସି ମଶ୍ଚରାଇଜର କ୍ରିମ୍‌କୁ ଭଲଭାବରେ ମାଲିସ କରନ୍ତୁ।  More
  • Satyendu Shekher Mishra
  • 2 years ago

ତରଙ୍ଗର ୨ଦିନିଆ ସିନେ କନକ୍ଲେଭ୍ ‘ତରଙ୍ଗ ସିନେ ଫ୍ଲିକ୍ସ’, ପ୍ରଦର୍ଶିତ ହେବ ୧୦ ରାଜ୍ୟର ଫିଲ୍ମ

୧୧ ଓ ୧୨ରେ ତରଙ୍ଗ ପକ୍ଷରୁ ୨ଦିନିଆ ସିନେ କନକ୍ଲେଭ୍ । ପ୍ରଦର୍ଶିତ ହେବ ଆଞ୍ଚଳିକ ଭାଷାର ସିନେମା । More
  • Satyendu Shekher Mishra
  • 2 years ago

ଆଉ ଯାତ୍ରାରେ ଚଳିବନି ଅଶ୍ଳୀଳତା-ନଗ୍ନତା-ଅଙ୍ଗ ପ୍ରଦର୍ଶନ କିମ୍ବା ଦ୍ୱିଅର୍ଥ ବୋଧକ ଶବ୍ଦ

​​​​​​​ଜିଲ୍ଲାପାଳଙ୍କୁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶ । କଳାକାରଙ୍କ ସ୍ୱାଗତ, ସଫଳ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ । More
  • Satyendu Shekher Mishra
  • 2 years ago

ଭକ୍ତଙ୍କ ସହ ଭଗବାନଙ୍କ ରଙ୍ଗ ଖେଳ, ଦୋଳ ମେଳଣରେ ଦୁଲୁକୁଛି ଗାଁ ଦାଣ୍ଡ

ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ରାତି ପାହିଲେ ରଙ୍ଗର ପର୍ବ ହୋଲି । More
  • Satyendu Shekher Mishra
  • 2 years ago

'ପାଗଳ ନୁହେଁ ଗୋପାଳ ଦାସ', 'ସୁପାରୀ ଦେଇଥିବା ବ୍ୟକ୍ତି ହିଁ ଖସାଇବାକୁ ଦେଇଛି ପ୍ରତିଶ୍ରୁତି' !

କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଉପରେ ବଢିିଲା ସନ୍ଦେହ । କ୍ରାଇମବ୍ରାଂଚ ଓ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । More
  • Satyendu Shekher Mishra
  • 2 years ago

ମର୍ଡର ନୁହେଁ, ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ! ବିଶ୍ୱାସ କରିପାରୁ ନାହାନ୍ତି ପରିବାର ଲୋକ...

ଅଭିଯୁକ୍ତର ବାପା ଗୃହ ବିଭାଗରେ ଅଫିସର ଥିବାରୁ ତାଙ୍କୁ ପୋଲିସଠାରୁ ନ୍ୟାୟ ମିଳିବନି ବୋଲି ଦୋହରାଇଛନ୍ତି ଚିନ୍ମୟୀଙ୍କ ମାଆ । ତେଣୁ ନ୍ୟାୟ ପାଇଁ ଦରକାର ପଡ଼ିଲେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯିବୁ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ । More