• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋପାଳ ଦାସ ପାଗଳ ନୁହେଁ ବୋଲି ସ୍ପଷ୍ଟ ହେବା ପରେ ଅକଳରେ କ୍ରାଇମବ୍ରାଂଚ । ପ୍ରଶ୍ନ ଉଠୁଛି ନବ ଦାସ ହତ୍ୟା ଷଡ଼ଯନ୍ତ୍ରର ସତ୍ୟ ପଦାକୁ ନଆଣି ଗୋଲ ଗୋଲ ବୁଲାଉଛି କି ଏହି ତଦନ୍ତକାରୀ ସଂସ୍ଥା ? ନବଙ୍କୁ ଗୁଳି ପରେ ପରେ ଗୋପାଳ ଜଣେ ମାନସିକ ରୋଗୀ ବୋଲି କିଏ ପ୍ରଚାର କରିଥିଲା ? ଷଡ଼ଯନ୍ତ୍ର ପଛର ମାଷ୍ଟରମାଇଣ୍ଡ କିଏ ? ମେଡିକାଲ୍ ବୋର୍ଡ ରିପୋର୍ଟରୁ ଗୋପାଳର କୌଣସି ମାନସିକ ବିକୃତି ନାହିଁ ବୋଲି ସ୍ପଷ୍ଟ ହେବା ପରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ । ସ୍ପଷ୍ଟ ରିପୋର୍ଟ ସତ୍ତ୍ୱେ କାହିଁକି ବେଙ୍ଗାଳୁରୁ ସ୍ଥିତ National Institue of Mental Helath and Neuroscience ବା ନିମହାନ୍ସକୁ ଗୋପାଳକୁ ନେବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ ।

ଅଧିକ ପଢ଼ନ୍ତୁ: ନବ ହତ୍ୟା ନେଇ ନରସିଂହଙ୍କ ନୂଆ ତଥ୍ୟ, ଝିଅ ଦୀପାଳିଙ୍କ ଇମୋସ୍‌ନାଲ ଆଟାକ୍...

ଆମେରିକୀୟ ତଦନ୍ତକାରୀ ସଂସ୍ଥା FBIର ସହାୟତା କାହିଁକି ଚାହୁଁଛନ୍ତି ? ଅନ୍ୟପକ୍ଷରେ ଗୋପାଳର ମାନସିକ ସ୍ଥିତି ସଂପର୍କିତ ରିପୋର୍ଟ ସ୍ପଷ୍ଟ ହେବା ପରେ କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଗୋପାଳ ଦାସକୁ ପାଗଳ ଦର୍ଶାଇ ଖସାଇବାକୁ ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ କରିଛି । ଗୋପାଳକୁ ଯିଏ ସୁପାରି ଦେଇଛନ୍ତି, ସେ ହିଁ ତାକୁ ଖସାଇବା ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ ସାଂଘାତିକ ଅଭିଯୋଗ କରିଛନ୍ତି ।

ସେହିଭଳି କଂଗ୍ରେସ୍ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି, ଗୋପାଳକୁ କଣ ପାଇଁ ସରକାର ପାଗଳ ପ୍ରମାଣିତ କରିବାକୁ ଚାହୁଁଛନ୍ତି ? ବ୍ୟକ୍ତିଗତ, ରାଜନୈତିକ କିମ୍ବା ବ୍ୟବସାୟିକ ଶତ୍ରୁତା କାରଣରୁ ନବ ଦାସଙ୍କୁ ହତ୍ୟା କରାଯାଇ ଥାଇପାରେ, ସେ ଦିଗରେ ସଠିକ୍ ତଦନ୍ତ ହେବ କଥା ବୋଲି ନରସିଂହ ଦୋହରାଇଛନ୍ତି ।

ସେପଟେ ନବ ଦାସ ହତ୍ୟା ଘଟଣା କୁ ନେଇ ଗତ ୩ ତାରିଖରେ ଝାରସୁଗୁଡା ଆଡିସିନାଲ୍ ସେସନସ୍ ଜଜ୍ କୋର୍ଟର ଅଡର୍ କପି କ୍ରାଇମବ୍ରାଂଚର ଅନେକ ଗୁମର ଖୋଲିଛି । ଗୋପାଳକୁ ନିମ୍‌ହାନ୍ସ ନେବା ବାହାନାରେ ପରୋକ୍ଷରେ ତାକୁ ହେପାଜତକୁ ନେବା ପାଇଁ ଚାହୁଁଛି କ୍ରାଇମବ୍ରାଂଚ, ଯାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି କୋର୍ଟ । ଏହା ଏକ ବେଆଇନ କାର୍ଯ୍ୟ ବୋଲି କୋର୍ଟ ଦର୍ଶାଇଛନ୍ତି । ଯାହାକୁ ନେଇ ବରିଷ୍ଠ ଆଇନଜାବୀ ବି ପ୍ରଶ୍ନ ଉଠାଇଛନ୍ତି ।