Advertisment

ସନ୍ଦେହ ଘେରରେ ଡିଜେ ଆଜେକ୍ସଙ୍କ ମୃତ୍ୟୁ; ଆତ୍ମହତ୍ୟା ନା ହତ୍ୟା ?

ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ଚାରିଟା ଯାଇନି ବଦଳିଯାଇଛି ସମସ୍ତ ଚିତ୍ର । ଆଉ ନାହାଁନ୍ତି ବିନ୍ଦାସ, ଖୁସ ମିଜାଜ ଫେମସ ଡିଜେ ଆଜେକ୍ସ।

author-image
Manoranjan Behera
undefined

DJ Azex Death Case

ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଅକ୍ଷୟ, ବେକରେ ବେଡସିଟ୍ ଲଗାଇ ଫ୍ୟାନରେ ଝୁଲିପଡିଥିବା ତାଙ୍କ ଦାଦା ସୂଚନା ଦେଇଛନ୍ତି । ତେବେ ଅକ୍ଷୟଙ୍କ ମୃତ୍ୟୁ ପଛରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି ପରିବାର। ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍।

Advertisment

ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ଚାରିଟା ଯାଇନି ବଦଳିଯାଇଛି ସମସ୍ତ ଚିତ୍ର । ଆଉ ନାହାଁନ୍ତି ବିନ୍ଦାସ, ଖୁସ ମିଜାଜ ଫେମସ ଡିଜେ ଆଜେକ୍ସ। ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଗତକାଲି ଝଡ ବର୍ଷା ବେଳେ ବିଜୁଳି କଟିଯିବାରୁ ନିଜ ରୁମକୁ ଚାଲିଯାଇଥିଲେ ଅକ୍ଷୟ । କରେଣ୍ଟ ଆସିବା ପରେ ଫ୍ୟାନରେ ଝୁଲିପଡିଥିବା ଅବସ୍ଥାରେ ଅକ୍ଷୟଙ୍କୁ ଦେଖିଥିଲେ ସମ୍ପର୍କୀୟ । ତୁରନ୍ତ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା, ହେଲେ ସେତେବେଳକୁ ସବୁ ସରିଯାଇଥିଲା ।

Advertisment

ସନ୍ଦେହ ଘେରରେ ରହିଛି ଡିଜେ ଆଜେକ୍ସଙ୍କ ମୃତ୍ୟୁ । ସାମ୍ନାକୁ ଆସିଛି ମୃତ୍ୟୁ ପଛରେ ରହିଥିବା ତ୍ରିକୋଣୀୟ ପ୍ରେମ କାହାଣୀ । ବେକରେ ବେଡସିଟ୍ ଲଗାଇ ଅକ୍ଷୟ ଆତ୍ମହତ୍ୟା କରିଥିବା ପରିବାର କହୁଥିଲେ ବି ପୁଅର ମୃତ୍ୟୁ ପାଇଁ ଜଣେ ଯୁବତୀ ଓ ତାଙ୍କର ଜଣେ ବନ୍ଧୁ ଦାୟୀ ବୋଲି ଅଭିଯୋଗ କରିଛନ୍ତି । ପରିବାରର କହିବା କଥା, ଭୁବନେଶ୍ୱରର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଅକ୍ଷୟ। ତେବେ ସେହି ଯୁବତୀଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ରହିଥିଲା । ତାଙ୍କ ସହ କଥା ହେବାକୁ ମନା କରିବାରୁ ସଂପୃକ୍ତ ଯୁବତୀ ଓ ତାଙ୍କ ସାଙ୍ଗ ମିଶି ଅକ୍ଷୟଙ୍କୁ ବ୍ଲାକମେଲ୍ କରୁଥିଲେ ବୋଲି ଅଭିଯୋଗ ହୋଇଛି। କିଛି ଦିନ ତଳେ ଯୁବତୀଙ୍କୁ ଫୋନ ପେରେ ୧୫ ହଜାର ଟଙ୍କା ପଠାଇଥିଲେ ଅକ୍ଷୟ । ତେଣୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଥାନାରେ ଅଭିଯୋଗ କରିଛନ୍ତି ଅକ୍ଷୟଙ୍କ ପରିବାର ଓ ବନ୍ଧୁ ।

ଖାରବେଳ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଜୋନ୍-୧ ଏସିପି କହିଛନ୍ତି, ଯେଉଁମାନଙ୍କ ନାଁରେ ଅକ୍ଷୟଙ୍କ ପରିବାର ଅଭିଯୋଗ କରିଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଓ ଡିଜିଟାଲ ଏଭିଡେନ୍ସ ଅର୍ଥାତ ହ୍ୱାଟସଅପ୍ ଚାଟ୍ ଏବଂ ଫୋନ୍ ପେ ମେସେଜ୍ ଆଧାରରେ ତଦନ୍ତ ହେବ । ତେବେ ପ୍ରାଥମିକ ତଦନ୍ତରୁ ମାନସିକ ଚାପ ପାଇଁ ଅକ୍ଷୟ ଆତ୍ମହତ୍ୟା କରିଥିବା କହିଛି ପୋଲିସ ।

ସ୍ମାଇଲିଂ ଡିଜେର ଆଖ୍ୟା ପାଇଥିଲେ ଡିଜେ ଆଜେକ୍ସ । ଯୁବପିଢିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲେ। ଏଭଳି ସ୍ଥିତିରେ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି । କାହିଁକି ଆତ୍ମହତ୍ୟା କଲେ ଅକ୍ଷୟ ? ପ୍ରେମ ସଂପର୍କ ପାଇଁ ଥିଲେ କି ମାନସିକ ଚାପରେ ? ଯୁବତୀ ଓ ତାଙ୍କ ବନ୍ଧୁଙ୍କ ପାଇଁ ନେଲେ କି ଏଭଳି ଚରମ ନିଷ୍ପତ୍ତି? ସେପଟେ ଅକ୍ଷୟଙ୍କ ପରିବାର ଅଭିଯୋଗ ଆଣିଥିବା ଯୁବତୀ ଓ ତାଙ୍କ ବନ୍ଧୁଙ୍କ ପ୍ରତିକ୍ରିୟା ନେବାକୁ ବାରମ୍ବାର ଉଦ୍ୟମ ହୋଇଥିଲେ ବି ସେମାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

(ରିପୋର୍ଟ- ଭୁବନେଶ୍ୱରରୁ ସୌମ୍ୟରଂଜନ ସାହୁ ଓ ଅତୁଲ୍ୟ ବାଉତ)

Death Mystery
Advertisment
Advertisment