• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାସ୍ତାରେ ଏକାଏକା ପଥିକ ହୋଇ ଚାଲୁଛନ୍ତି । ମନେ ମନେ ଇଂରାଜୀରେ କଥାବାର୍ତ୍ତା ବି ହେଉଛନ୍ତି । ଏମିତି କିଛି ଦୃଶ୍ୟ ଦେଖିଲେ ଆପଣ ବି ଭାବିବେ ସିଏ ନିଶ୍ଚୟ ବାବାଜୀ କି ଯୋଗୀ ହୋଇଥିବେ । ଆମେ ବି ପ୍ରଥମେ ଯେତେବେଳେ ତାଙ୍କୁ ଦେଖିଥିଲୁ ଠିକ୍‌ କିଛି ଏମିତି ଭାବିଥିଲୁ । ହେଲେ ସତ୍ୟ ଜାଣିବା ପରେ ହାତଯୋଡି ନମସ୍କାର କରିଥିଲୁ । କାରଣ ସିଏ ହେଉଛନ୍ତି ଜଣେ ଶିକ୍ଷକ । ହଁ, ଦର୍ଶକବନ୍ଧୁ ସିଏ ଜଣେ ଶିକ୍ଷକ।

ଦିନେ ଶିକ୍ଷକତା କରୁଥିଲେ I ପିଲାଙ୍କୁ ଇଂରାଜୀ ପାଠ ପଢ଼ାଉଥିଲେ I କିନ୍ତୁ ପରିସ୍ଥିତିର ଦାଶ ହୋଇ ଏବେ ସେ ଭିକାରି ପାଲଟିଛନ୍ତି । ହେଲେ ରାସ୍ତାରେ ଇଂରାଜୀରେ କଥାବାର୍ତ୍ତା ହେଉଥିବାରୁ ଲୋକମାନେ ଜାଣିପାରୁଛନ୍ତି କି ସେ ଜଣେ ଉଚ୍ଚଶିକ୍ଷିତ ବୋଲି ।

ଦେଖନ୍ତୁ ଭିଡିଓ | ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ ବିତୁଛି ଜୀବନ

ଭଦ୍ରକ ଚାନ୍ଦବାଲି ବ୍ଲକ ହରିପୁର ଗାଁର ରମେଶ ବଳ । ଲମ୍ୱା ଦାଢ଼ି, ମୁଣ୍ଡରେ ପଗଡ଼ି ଆଉ ହାତରେ ଗୋଟେ କଲମ ଆଉ କିଛି କାଗଜ ଯେତେବେକେ ଯେଉଁଠି ବସିଲେ କିଛି ଲେଖିପକାନ୍ତି । ରାସ୍ତା କଡରେ ବସି ଲେଖିଥିବା ଦେଖିବା ପରେ ଆମେ ତାଙ୍କୁ ପଚାରିଥିଲୁ କାହିଁକି ସେ ରାସ୍ତା କଡରେ ବସି ଏମିତି ଲେଖୁଛନ୍ତି । ହେଲେ ସତ ଜାଣିବା ପରେ କିଛି ସମୟ ଲାଗି ସ୍ତବ୍ଧ ହୋଇଯାଇଥିଲୁ ।

ମୌସୁଦା ପଂଚାୟତ ହାଇସ୍କୁଲରେ ୧୯୯୨ ମସିହାରେ ଶିକ୍ଷକତା କରୁଥିଲେ ରମେଶ । ହେଲେ ସ୍କୁଲ ସମ୍ପାଦକଙ୍କ ସହିତ କିଛି ଅର୍ଥ ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ଆଉ ଚାକିରି ଛାଡିଦେଇଥିଲେ ରମେଶ । ଚାକିରି ସିନା ଛାଡିଦେଲେ ହେଲେ ପାଠର ନିଶାକୁ କିନ୍ତୁ ସେ ଛାଡିପାରିଲେ ନାହିଁ । ଏବେ ବୁଲିବୁଲି ଖାତା କଲମ ଧରି କିଛି ଲେଖିପକାଉଛନ୍ତି । ଯିଏ ଯାହା ଦେଲା ସେତିକିରେ ପେଟକୁ ଦାନା ଦେଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରମେଶଙ୍କୁ ଯଦି ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ ତେବେ ସେ ଶୀଘ୍ର ସୁସ୍ଥ ହେବା ସହିତ ପିଲାଙ୍କୁ ପଢାଇପାରନ୍ତେ ପାଠ ।

(ଚାନ୍ଦବାଲିରୁ ବାସୁଦେବ ଦାସ)