/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679217658.jpg)
Class X students go through a lot to appear for matric examination
ମାଟ୍ରିକ ପରୀକ୍ଷା ଦେବେ ବୋଲି ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କୁ ନାକେଦମ ହେବାକୁ ପଡୁଛି । କିଏ ୪୫ କିଲୋମିଟର ଦୂରକୁ ପ୍ରତିଦିନ ଯା’ଆସ କରୁଛନ୍ତି ତ ଆଉ କିଏ ଘରଭଡ଼ା ନେଇ ରହିବା ସହ ପରୀକ୍ଷା ଦେଉଛନ୍ତି। ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି, ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ।
୯ଟି ସେଣ୍ଟରରେ ୨ ହଜାର ୧୬୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ୬୦ ଜଣ ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନ ୪୫ କିଲୋମିଟର ଦୂରକୁ ଯା’ଆସ କରି ପରୀକ୍ଷା ଦେଉଛନ୍ତି। ତା’ପୁଣି ଦୈନିକ ଦେଢ଼ ଶହ ଟଙ୍କା ଲେଖାଏ ଅଟୋ ଭଡ଼ା ଦେଇ ଯାତାୟାତ କରୁଛନ୍ତି। ପ୍ରତିଦିନ ୨ ଘଣ୍ଟା ଅଟୋରେ ଯାତ୍ରା କରି ପରୀକ୍ଷା ଦେଉଛନ୍ତି ଦମାଦୁଆ ଫକିର ମୋହନ ଉଚ୍ଚ ବିଦ୍ୟାଳୟର ୬୦ ଜଣ ଛାତ୍ରଛାତ୍ରୀ। ଏମାନେ ବହୁ କଷ୍ଟରେ ୩ଟି ଅଟୋରେ ଲୁହାଗୁଡ଼ି ସେଣ୍ଟରକୁ ଯାଇ ପରୀକ୍ଷା ଦେଇ ଫେରୁଛନ୍ତି।
ସେହିପରି ଖାରିଗୁଡ଼ା ହାଇସ୍କୁଲର ୫୭ ଜଣ ଛାତ୍ରଛାତ୍ରୀ ଘର ଭଡ଼ା ନେଇ ଲୁହାଗୁଡି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାକୁ ନେଇ ବିଇଓ କହିଛନ୍ତି, ନିକଟ ସ୍କୁଲ୍ ଗୁଡ଼ିକରେ ପରୀକ୍ଷା ସେଣ୍ଟର ପାଇଁ ଆନୁସଙ୍ଗିକ ସୁବିଧା ନାହିଁ। ଆସନ୍ତା ବର୍ଷ ବେଳକୁ ଛାତ୍ରଛାତ୍ରୀ ନିକଟସ୍ଥ ପରୀକ୍ଷା ସେଣ୍ଟରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)