/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679226887.jpg)
Golak Mohapatra
ବବି ଦାସଙ୍କ କ୍ରୀତଦାସ ମନ୍ତବ୍ୟ ପ୍ରସଙ୍ଗ ନେଇ ବର୍ଷିଲା ବିଜେପି । ପ୍ରେସମିଟ୍ କରି ସମାଲୋଚନା କଲେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ବବିଙ୍କର ଏହା ସାମନ୍ତବାଦୀ ମାନସିକତାର ପରିଚୟ ବୋଲି ସେ କହିଛନ୍ତି । ସେ ଲୋକଙ୍କର ନୁହେଁ, ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି ।
ଗୋଲକ ମହାପାତ୍ର ଆହୁରି କହିଛନ୍ତି ଯେ, ’ବବି କହୁଛନ୍ତି ନବରଙ୍ଗପୁରକୁ CMO ଆସିଛି, ହେଲେ CMO କିଏ । 5T ଯଦି ଏକ ଚିନ୍ତାଧାରା ତେଣୁ ଚିନ୍ତାଧାରା CMO କେମିତି ହେଲା । ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି । ବବି ଦାସ କହୁଛନ୍ତି ମୁଁ ସବୁ ଜାଗାକୁ ଯାଏ। ଯଦି ଆପଣଙ୍କ ଯୋଗ୍ୟତା ଅଛି ତାହେଲେ ନବୀନ ଆପଣଙ୍କୁ ମନ୍ତ୍ରୀ କାହିଁ କଲେନି’।
ସେପଟେ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଆମେ ନିର୍ବାଚିତ ପ୍ରତିନିଧି ଜନ ପ୍ରତିନିଧି । ଜଣେ ବିଧାୟକ ବ୍ୟୁରୋକ୍ରାଟଠାରୁ ଉଚ୍ଚରେ ବୋଲି କହିଛନ୍ତି ତାରା ବାହିନୀପତି । ତେବେ ଏ ନେଇ ବିଜେଡି ସଂଗଠନ ସମ୍ପାଦକ ବବି ଦାସଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)