• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଘରେ ଫ୍ୟାନ ଲାଗିଛି କିନ୍ତୁ ଘୂରୁନି । ଲାଇଟ୍‌ ଲାଗିଛି ହେଲେ ଜଳୁନି । ଏମିତି କିଛି ଦୃଶ୍ୟ ସବୁ ଦେଖିବା ପରେ ଆପଣ କହିପାରନ୍ତି ସେହି ଗାଁକୁ ଲାଇନ୍‌ ଯାଇନାହିଁ । ଆମେ ବି ଯେତେବେଳେ ଏହାକୁ ପ୍ରଥମେ ଦେଖିଲୁ ଠିକ୍‌ ଆପଣଙ୍କ ପରି ଭାବିଥିଲୁ । ହେଲେ ପୂରା ଘଟଣାର ସତ ଜାଣିବା ପରେ ପ୍ରଶାସନକୁ ଦାୟୀ କରିବା ଛଡା ଆଉ କିଛି ଚିନ୍ତା କରିପାରିବେନି ।

ଏବେ ସାରା ରାଜ୍ୟରେ ଚାଲିଛି ଶିକ୍ଷାର ପ୍ରଥମ ପିଲର କୁହାଯାଉଥିବା ମାଟ୍ରିକ୍‌ ପରୀକ୍ଷା । କେମିତି ଭଲ ନମ୍ବର ରଖିବେ ସେଇଥି ଲାଗି ରାତିଦିନକୁ ଏକ କରି ପାଠ ପଢିବାରେ ବ୍ୟସ୍ତ ଅଛନ୍ତି ପିଲା । ହେଲେ ଏତିକିବେଳେ ୩ ହେଲାଣି ଘରେ ଲାଇନ୍‌ ନାହିଁ । ଦିନରେ କଷ୍ଟେମଷ୍ଟେ ପାଠ ପଢିହେଉଛି ହେଲେ ସଂଧ୍ୟା ହେଲେ ପାଠପଢାରେ ଡୋରି ବାନ୍ଧୁଛନ୍ତି ପିଲା । ପରୀକ୍ଷା ପୂର୍ବଦିନ ରାତିରେ ପାଠର ରିଭାଇଜ କରିବା ପରିବର୍ତ୍ତେ ବାଧ୍ୟ ହୋଇ ନିଦରେ ଶୋଉଛନ୍ତି ପିଲା ।

ଲାଇନ୍‌ କାଟିବାର କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଉ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କୁ ମନେ ମନେ ଗାଳି ବି ଦେବେ । କାରଣ ନିଜର ଭୁଲ ଲାଗି ବିଜୁଳି ବିଲ୍‌ ସଂଗ୍ରହ କରିପାରିଲା ନାହିଁ ବିଭାଗ । ତେଣୁ ଅଧିକାଂଶ ଟଙ୍କା ବକେୟା ରହିଗଲା । ତେଣୁ ବକେୟା ଟଙ୍କା ବାହାନାରେ ଏବେ ଗାଁରୁ ବିଜୁଳି କାଟିଦେଲା ବିଭାଗ । ଲାଇନ୍‌ କଟିବାରୁ ତିନିଟୋ ଗାଁ ୩ ଦିନ ହେଲାଣି ଅନ୍ଧାରେ ରହିଛି ।

ବାଲେଶ୍ଵର ଔପଦା ବ୍ଲକ ବାଉଁଶବଣିଆ ପଂଚାୟତର ଜୁଣିଆ ଉପରସାହି, ନୂଆସାହି ଓ ଖଳି ଗାଁରେ ୩ଦିନ ହେବ ଲାଇନ୍‌ ନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାଟ୍ରିକ୍‌ ପରୀକ୍ଷା ଚାଲୁଥିବା ଜାଣିବା ପରେ ବି ତିନିଦିନ ହେଲାଣି ବିନା ନୋଟିସରେ ଲାଇନ୍‌ କାଟିଦେଇଛି ବିଭାଗ । ଜାଣିଆଶ୍ଚର୍ଯ୍ୟ ହେବେ କି କିଛିଜଣଙ୍କ ପାଇଁ ସମସ୍ତେ ଏବେ ଅନ୍ଧାର ଭିତରେ କାଟୁଛନ୍ତି ଦିନ।

ପିଲାଙ୍କ ପରୀକ୍ଷା ଚାଲୁଥିବାରୁ ସମସ୍ୟା ସମ୍ପର୍କରେ ପଂଚାୟତର ଲୋକ ସରପଂଚଙ୍କୁ ବି ଜଣାଇଛନ୍ତି । ହେଲେ କୌଣସି ଲାଭ ମିଳିନାହିଁ। ତେବେ ଆମେ ଏ ସମ୍ପର୍କରେ ଖବର ପାଇବା ପରେ ବିଦ୍ୟୁତ ବିଭାଗକୁ ଯୋଗାଯୋଗ କରିଥିଲୁ । ଅନ୍‌ କ୍ୟାମେରାରେ ଅଧିକାରୀ କିଛି କହିନଥିଲେ ବି ଅଫ୍‌ କ୍ୟାମେରାରେ ଦେଇଛନ୍ତି ପ୍ରତିକ୍ରିୟା । କହିଛନ୍ତି, ବକେୟା ବିଲ୍‌ ଲାଗି ହିଁ କଟାଯାଇଛି ଲାଇନ୍‌। 

(ନୀଳଗିରିରୁ ବିଶ୍ୱମ୍ବର ଦାସ)