Advertisment

ଅଣାୟତ ଟ୍ରାଫିକ ବ୍ୟବସ୍ଥା : କ୍ୟାବିନ ବ୍ୟବସାୟୀ ଏବଂ ଉଠା ଦୋକାନୀଙ୍କ ପାଇଁ ବଢୁଛି ଭିଡ଼

ଦିନକୁ ଦିନ ଅଣାୟତ ହେଲାଣି ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା । କ୍ୟାବିନ ବ୍ୟବସାୟୀ ଏବଂ ଉଠା ଦୋକାନୀଙ୍କ ପାଇଁ ବଢୁଛି ଭିଡ଼... ଅବସ୍ଥା ଏଭଳି ଯେ, ଗାଡ଼ିମଟର ତ ଦୂରର କଥା ଚାଲିକି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଲାଣି ।

author-image
Prangyan Parimita
ଅଦ୍ୟତନ ହୋଇଛି
Odisha Traffic Jams

Traffic congestion

ରାସ୍ତାରେ ଖଚାଖଚ ଭିଡ଼.... ଗାଡ଼ିମୋଟର ପେଁ ପାଁ ଭିତରେ ଅଣାୟତ ଟ୍ରାଫିକ ବ୍ୟବସ୍ଥା.... ଅଣନିଶ୍ୱାସୀ ସହର ବାସିନ୍ଦା... ସବୁଦିନ ଘରୁ ବାହାରିଲେ କରିବାକୁ ପଡ଼ୁଛି ସଂଘର୍ଷ..... ଖୋର୍ଦ୍ଧା ଜିଲ୍ଲା ର ସଦର ମହକୁମାର ଖୋର୍ଦ୍ଧା ସହରରେ ଅସମ୍ଭବ ଭିଡ଼ ଏବେ ଚିନ୍ତା ବଢାଇଦେଇଛି । ଏଠୁ ୬ଟି ଜିଲ୍ଲାକୁ ସଂଯୋଗ ରାସ୍ତା ରହିଛି । ପୁଣି ସବୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ବି ରହିଛି । ଏଣୁ ଦିନରାତି ରାସ୍ତାରେ ଲୋକଙ୍କ କାରବାର ରହୁଛି ।

Advertisment

ତେବେ ଏଇ ସମସ୍ୟାକୁ ଅଧିକ ବଢେଇ ଦେଉଛି ସହର ଭିତରେ ଥିବା ଉଠାଦୋକାନ। ଜବରଦଖଲ ଯୋଗୁ ରାସ୍ତା ସଙ୍କୁଚିତ ହେବାରୁ ବଢୁଛି ଭିଡ଼ । ଏପରିକି ଜରୁରୀକାଳୀନ ଗାଡ଼ି ବି ଯିବାକୁ ବାଟ ପାଉନଥିବା ଅଭିଯୋଗ ହୋଇଛି । ....

ଆଗେ ଥଇଥାନ ନା ଆଗେ ଉଚ୍ଛେଦ...ଏନେଇ ଦ୍ୱନ୍ଦ ଲାଗିରହିଥିବାବେଳେ ପ୍ରଶାସନ, ଲୋକପ୍ରତିନିଧି ଏବଂ ବ୍ୟବସାୟୀ ମାନଙ୍କୁ ନେଇ ବାରମ୍ବାର ବୈଠକ ହେଉଛି। ଦୋକାନୀ ମାନଙ୍କୁ ହାବେଳି ପଡ଼ିଆ ଏବଂ ଟି.ଏଲ୍.ସି ପାଖ ଯାଗାରେ ଥଇଥାନ କରିବାକୁ ଦାବି ହୋଇଛି । ସେପଟେ ସହର ଭିତରେ ସମସ୍ତ ଜବରଦଖଲ ହଟାଇବା ପରେ ହିଁ ବ୍ୟବସାୟୀ ମାନଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ।

Advertisment

ଅନ୍ୟପଟେ ପ୍ରାଥମିକ ଭାବେ ପରିବା, ଫଳ ଏବଂ ଆମିଷ ଦୋକାନୀଙ୍କୁ ଭେଣ୍ଡିଂ ଜୋନ୍ କରି ସ୍ତାନାନ୍ତର କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।....

Traffic Jams Traffic Jam
Advertisment
Advertisment