/odishatv-khabar/media/post_attachments/uploadimage/library/16_9/16_9_0/Pakhala_1679244052.jpg)
Pakhala
ଖରା ହେଉ କି ବର୍ଷା...ଶୀତ ହେଉ କି ବସନ୍ତ....ବାହାରୁ ବୁଲିବୁଲି ହାଲିଆ ହୋଇ ଯେବେ ମଣିଷ ଘରକୁ ଫେରେ ପେଟ ଆଉ ପାଟି ଖୋଜି ପଖାଳ କଂସା । ବାସ୍ ଆଖି ସାମ୍ନାରେ ପଡୁପଡୁ ଫୁରସତ ଦିଏନି ହାତ । ମନଭରି, ପେଟ ପୂରିବା ଯାଏଁ ଖାଇଚାଲନ୍ତି ଆମେ ସମସ୍ତେ...ଶେଷରେ ତୋରାଣୀ ଢକଢକ କରି ପିଇବା ପରେ ଯୋଉ ଶାନ୍ତି...ଓଃ ଭାବିଲା ବେଳକୁ ଆଖିରେ ନିଜ ଜକେଇ ଆସୁଛି ।
ଗାଁ ହେଉ କି ସହର, କଟକ ହେଉକି କୋରାପୁଟ୍…ମୟୂରଭଞ୍ଜ ହେଉ କି ମାଲକାନଗିରି । ସବୁଠି, ସବୁଜାଗାରେ ପଖାଳର ରହିଛି ସ୍ୱତନ୍ତ୍ରତା । ଚୈତ୍ର ମାସର ଧୁ ଧୁ ଖରାବେଳେ ଯେବେ ପଖାଳ କଂସା ବଢାହୁଏ, ସେତେବେଳେ ପେଟରେ ଭୋକ ନଥିଲେ ବି ପଖାଳ କଂସା ଦେଖିବା ପରେ ମନରେ ଭାରି ଲୋଭ ଆସିଯାଏ । କେମିତି ପଖାଳ ଖିଆଯିବ ସେନେଇ ଆରମ୍ଭ ହୋଇଯାଏ ପ୍ରସ୍ତୁତି ।
ଅଧିକ ପଢ଼ନ୍ତୁ: ପଖାଳରେ ଖାଦ୍ୟ ସାର; ଦୂର କରିଥାଏ ଅନେକ ରୋଗ
ବେ ଓଡିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ଏବେ ଏହା ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ଓଡିଆଙ୍କ ପାଖରେ ପହଞ୍ଚିସାରିଲାଣି । ଅନେକ ଓଡିଆ ଏହି ଦିବସକୁ ପାଳନ କରିବାକୁ ଆଗେଇ ବି ଆସିଲେଣି । ଦେଶର ଅନେକ ତାରକା ହୋଟେଲରେ ବି ପଖାଳକୁ ଫୁଡ୍ ଲିଷ୍ଟରେ ସାମିଲ କରାଗଲାଣି ।
ପଖାଳ ଏମିତି ଏକ ଖାଦ୍ୟ ଯାହା ଓଡିଆଙ୍କ ନିତି ଦିନର ବନ୍ଧୁ, ଗରିବର ସାଥୀ, ଗୋଟେ ବିଚାରଧାରା ଆଉ ଗୋଟେ ସଂସ୍କୃତି ସହ ସଂପୂର୍ଣ୍ଣ ଜଡିତ । ଖାଲି ଓଡିଶାରେ ରହୁଥିବା ଲୋକ ନୁହଁନ୍ତି, ବଂର ରାଜ୍ୟ ଆଉ ଦେଶ ବାହାରେ ରହୁଥିବା ଲୋକ ପଖାଳ ଖାଇ ଏହି ଦିବସ ମନାନ୍ତି । ତେବେ ଆଜିକା ଦିନରେ ଆପଣ ପଖାଳ ସାଙ୍ଗରେ କଣ କଣ ଖାଇଛନ୍ତି ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)